ETV Bharat / state

ହ୍ରିଂସ ଜନ୍ତୁଙ୍କ ବିରଳ ସମ୍ପର୍କ, ଏକାଠି ଖେଳୁଛନ୍ତି ସିଂହ, ଭାଲୁ ଓ ଗଧିଆ

author img

By

Published : Apr 4, 2023, 6:04 PM IST

ଗୋଟିଏ ଖୁଆଡ଼ରେ ଖେଳୁଛନ୍ତି ସିଂହ, ଭାଲୁ, ଗଧିଆ । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହିଂସ୍ର ଜନ୍ତୁଙ୍କ ଏଭଳି ବିରଳ ସମ୍ପର୍କ ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

lion wolf and bear cub playing together
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହ୍ରିଂସ ଜନ୍ତୁଙ୍କ ବିରଳ ସମ୍ପର୍କ
ଏକାଠି ଖେଳୁଛନ୍ତି ସିଂହ, ଭାଲୁ ଓ ଗଧିଆ

ଭୁବନେଶ୍ବର: କେବେ ହିଂସ୍ର ଜନ୍ତୁ ସାଙ୍ଗ ହୋଇ ଏକାଠି ଖେଳିବାର ଦେଖଛନ୍ତି କି? କଥାଟା ଅଜବ ଲାଗୁଥିଲେ ବି ସତ । ଗୋଟିଏ ଖୁଆଡ଼ରେ ଏକାଠି ଖିଳୁଛନ୍ତି ସିଂହ, ଭାଲୁ ଓ ଗଧିଆ । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହିଂସ୍ର ଜନ୍ତୁଙ୍କ ଏଭଳି ବିରଳ ସମ୍ପର୍କ ଦେଖିବାକୁ ମିଳିଛି ।

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପ୍ରତ୍ୟେକ ଦିନ କିଛି ନା କିଛି ଜୀବଜନ୍ତୁ ଜନ୍ମ ଗ୍ରହଣ ହେଉଛନ୍ତି । ସେମାନଙ୍କ ରକ୍ଷଣା ବେକ୍ଷଣ ପାଇଁ କତ୍ତୃପକ୍ଷ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହୁଛନ୍ତି । କିଭଳି ଭାବରେ ସେମାନଙ୍କୁ ଭଲ ଭାବରେ ଖାଦ୍ୟ ଚିକିତ୍ସା ଯୋଗାଇ ଦିଆଯିବ ସେନେଇ ଅନେକ ବ୍ୟବସ୍ଥା କରାଯାଉଛି । ଏହାସହ ଛୋଟ ଜୀବଜନ୍ତୁଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ସିସିଟିଭିର ବ୍ୟବସ୍ଥା କରାଯାଇଛି । ଗୋଟିଏ ଜନ୍ତୁର ଜନ୍ମ ପରେ ମାଆର ମୃତ୍ୟୁ ଘଟୁଛି କିମ୍ବା ମାଆ ତାର ଛୁଆଠାରୁ ଦୂରେଇ ଯାଇଥାଏ । ସେହି ସମୟରେ ଛୁଆଙ୍କୁ ନେଇ ପଶୁ ପାଳନ କେନ୍ଦ୍ରରେ ରଖାଯାଉଛି । ସେମାନଙ୍କ ଦେଖାଶୁଣା କରିବାକୁ କିଛି ସ୍ଵତନ୍ତ୍ର କର୍ମଚାରୀମାନେ ରହିଛନ୍ତି । ଏହି ପଶୁ ପାଳନ କେନ୍ଦ୍ରରେ ସିଂହ, ଗଧିଆ, ଭାଲୁ ରହିଛନ୍ତି । ଯାହା ସେମାନେ ଗୋଟିଏ ପରିବାର ଭଳି ଖୁଆଡ଼ ଭିତରେ ଖେଳୁଥିବା ଦେଖିବାକୁ ମିଳିଛି । ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଉପନିର୍ଦ୍ଦେଶକ ସନତ କୁମାର ଏନ୍ କହିଛନ୍ତି ଯେ, " ଜନ୍ତୁ ଜନ୍ମ ହେବାପରେ ସେମାନଙ୍କୁ ନେଇ ପଶୁ ପାଳନ କେନ୍ଦ୍ରରେ ରଖାଯାଉଛି । ସ୍ବତନ୍ତ୍ର ଭାବେ ସେମାନଙ୍କ ଦେଖାଶୁଣା କରାଯାଉଛି । ନିୟୋଜିତ ସ୍ଵତନ୍ତ୍ର କର୍ମଚାରୀମାନେ ଠିକ୍‌ ସମୟରେ ଖାଇବାକୁ ଦେବା ସହ ଯତ୍ନ ମଧ୍ୟ ନେଉଛନ୍ତି ।"

ସୂଚନା ଅନୁଯାୟୀ, ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବିଶ୍ବସ୍ତରୀୟ କରିବା ପାଇଁ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ନେଉଛନ୍ତି । ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ପାଇଁ ବିଭିନ୍ନ ନୂଆନୂଆ ଜୀବଜନ୍ତୁ ଓ ଟଏ ଟ୍ରେନ ଓ ରୋପ ୱେର ବ୍ୟବସ୍ଥା କରାଯାଉଛି । ଖୁବଶୀଘ୍ର ନନ୍ଦନକାନନରେ ରୋପୱେ ଆରମ୍ଭ ହେବ । ଏଥିପାଇଁ ସମସ୍ତ କାର୍ଯ୍ୟ ଶେଷ ହୋଇଥିବା ବେଳେ ମକଡ୍ରିଲ ମଧ୍ୟ ସରିଛି । ଅନ୍ୟପଟେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଦୁଇ ବାଘକୁ ମିଜୋରାମ ସ୍ଥିତ ଆଇଜଲ ଚିଡ଼ିଆଖାନାରେ ଛଡ଼ାଯାଇଛି । ଏହାର ପ୍ରତି ବଦଳରେ ହିମାଳୟ କଳା ଭାଲୁ, ଲାଞ୍ଜ ମାଙ୍କଡ଼ ଓ ହୁଲକ ଗିବନକୁ ଅଣାଯିବ । ସେପଟେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପର୍ଯ୍ୟଟକଙ୍କ ଭ୍ରମଣ ସମୟରେ ପରିବର୍ତ୍ତନ କରାଯାଇଛି । ଆଗକୁ ଗ୍ରୀଷ୍ମ ଋତୁ ସାଙ୍ଗକୁ ଦିନ ବଡ ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ୍ ଗାର୍ଡେନ ସକାଳ 7ଟାରୁ ଖୋଲିବ ଏବଂ ସନ୍ଧ୍ୟା 5ଟାରେ ବନ୍ଦ ହେବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.