ଖୋର୍ଦ୍ଧା: ବଜ୍ରପାତରେ ଜଣେ ମୃତ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅଞ୍ଚଳରେ ନିଜ ଗାଈଗୋରୁ ଚରାଉଥିବା ସମୟରେ ବଜ୍ରାଘାତ ହୋଇ ବୃଦ୍ଧ ମୃତ୍ୟୁବରଣ କରିଛନ୍ତି ।
ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ସାନପଦର ପଞ୍ଚାୟତ ରାସୋଳ ଗ୍ରାମର ହରି ପରିଡାଙ୍କ ପୁଅ କୁମର ପରିଡା(୫୩)ଙ୍କ ବଜ୍ରପାତରେ ମୃତ୍ୟୁ ହୋଇଛି । କୁମର ଆଜି ପୂର୍ବାହ୍ନରେ ବିଲରେ ଚରୁଥିବା ଗାଈଙ୍କୁ ଘରକୁ ଆଣିବା ପାଇଁ ଯାଇଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ । ତାଙ୍କୁ ରାଜସୁନାଖଳା ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦଚନ୍ଦ୍ର ପଣ୍ଡା, ଇଟିଭି ଭାରତ