ETV Bharat / state

‘କଲେଜରେ ୭ ଘଣ୍ଟା ରହିବେ ଅଧ୍ୟାପକ, କଡ଼ାକଡି ହେବ ବାୟୋମେଟ୍ରିକ ବ୍ୟବସ୍ଥା’

author img

By ETV Bharat Odisha Team

Published : Sep 27, 2023, 6:56 PM IST

କଲେଜରେ ଅତିକମରେ 7 ଘଣ୍ଟା ରହିବେ ଅଧ୍ୟାପକ । କଡ଼ାକଡି ହେବ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା । ପିଲାଙ୍କ ଉପସ୍ଥାନ ପ୍ରତିଶତକୁ ମଧ୍ୟ ରଖାଯିବା ନଜର । ଅଧିକ ପଢନ୍ତୁ

କଲେଜରେ ୭ ଘଣ୍ଟା ରହିବେ ଅଧ୍ୟାପକ, କଡ଼ାକଡି ହେବ ବାୟୋମେଟ୍ରିକ ବ୍ୟବସ୍ଥା: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ଶିକ୍ଷାର ମାନ ବୃଦ୍ଧି ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଛାତ୍ରଛାତ୍ରୀ କିପରି ଭଲ ପାଠ ପଢିପାରିବେ ସେ ନେଇ ବ୍ୟବସ୍ଥା କରାଯାଇଛି । କଲେଜରେ ଶିକ୍ଷକ ଓ ଅଧ୍ୟାପକଙ୍କୁ ୭ ଘଣ୍ଟା ରହିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ବାୟୋମେଟ୍ରିକ ଓ ଅନ୍ୟାନ୍ୟ ବ୍ୟବସ୍ଥାକୁ ତଦାରଖ କରିବା ସହ କାର୍ଯ୍ୟକାରିତାକୁ କଡାକଡି କରାଯିବା ନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ।

ରାଜ୍ୟରେ ଉଚ୍ଚଶିକ୍ଷା ବ୍ୟବସ୍ଥା ଅଧିକ ଦୃଢ଼ ଓ ଶୃଙ୍ଖଳିତ ହେବ । ଏନେଇ ଚଳିତବର୍ଷ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । କଲେଜରେ ଅଧ୍ୟାପକଙ୍କ ଦୈନିକ ଉପସ୍ଥାନ ୭ ଘଣ୍ଟା ରଖିବାକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି । ଏଥିପାଇଁ ସମସ୍ତ ଡିଗ୍ରୀ କଲେଜରେ ବାୟୋମେଟ୍ରିକ ମେସିନ ଲଗାଯିବ । ଶିକ୍ଷାର ଉନ୍ନତି ଓ ଛାତ୍ରଛାତ୍ରୀଙ୍କ ପାଠପଢାରେ ସୁବିଧା ପାଇଁ ଏହା କରାଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ କହିଛନ୍ତି ।

ସେହିପରି ଶିକ୍ଷାର୍ଥୀଙ୍କ ଉପସ୍ଥାନ ଅତିକମରେ ୭୫% ରଖିବାକୁ ବିଭାଗ କହିଛି । ୭୫% ଉପସ୍ଥାନରୁ କମ ଶିକ୍ଷାର୍ଥୀଙ୍କ ତଥ୍ୟ ବି ରଖାଯିବ । ଭଲ ନାକ-ଗ୍ରେଡ ପାଇଥିବା କଲେଜକୁ ଭିତ୍ତିଭୂମି ସୁଦୃଢିକରଣ ପାଇଁ ଅଧିକ ଅର୍ଥ ମିଳିବ । ଅନ୍ୟପଟେ ରାଜ୍ୟରେ MCL ପକ୍ଷରୁ ଆର୍ଥିକ ପଛୁଆ ବର୍ଗର ମେଧାବୀ ଛାତ୍ରଛାତ୍ରୀଙ୍କୁ ସିଭିଲ ସର୍ଭିସ ପାଇଁ କୋଚିଂ ଦିଆଯିବ । ଆଇଏଏସ ଓ ଓଏଏସ ଅଧିକାରୀମାନେ ଆଶାୟୀ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବାକୁ ଯୋଜନା କରିଛି ଉଚ୍ଚଶିକ୍ଷା ବିଭାଗ ।

ସେପଟେ ରାଜ୍ୟରେ ମୋଟ ୪୮ଟି ସରକାରୀ ଡିଗ୍ରୀ ମହାବିଦ୍ୟାଳୟ ୧୬ଟି ଶିକ୍ଷକ ଓ ଶିକ୍ଷା ମହାବିଦ୍ୟାଳୟ ଓ ୨୯୮ଟି ପୂର୍ଣ୍ଣ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ କାର୍ଯ୍ୟକ୍ଷମ ହେଉଛି । ସରକାରୀ ମହାବିଦ୍ୟାଳୟ ପାଇଁ ମୋଟ ୨୩୭୩ଟି ମଞ୍ଜୁରିପ୍ରାପ୍ତ ଅଧ୍ୟାପକ ଓ ଅଧ୍ୟାପିକା ପଦବୀ ଥ‌ିବା ବେଳେ ସେଥିରୁ ବର୍ତ୍ତମାନ ୩୮୫ଟି ପଦବୀ ଖାଲିପଡିଛି । ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ୪୬୮ ମଞ୍ଜୁରିପ୍ରାପ୍ତ ଅଧ୍ୟାପକ ଓ ଅଧ୍ୟାପିକା ପଦବୀ ଥ‌ିବା ବେଳେ ସେଥିରୁ ୧୧୫ଟି ପଦବୀ ଖାଲିପଡିଛି ।

ସେହିପରି ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ୭୧୧୦ଟି ମଞ୍ଜୁରିପ୍ରାପ୍ତ ଅଧ୍ୟାପକ ଓ ଅଧ୍ୟାପିକା ପଦବୀ ଥ‌ିବା ବେଳେ ସେଥିରୁ ୧୦୬୫ଟି ପଦବୀ ଖାଲି ପଡିଛି । ଇତି ମଧ୍ୟରେ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ଖାଲିଥିବା ୧୦୬୫ଟି ଅଧ୍ୟାପକ ଓ ଅଧ୍ୟାପିକା ପଦବୀ ପୂରଣ କରିବା ପାଇଁ SSB ଦ୍ବାରା ବିଜ୍ଞାପନ ଜାରି କରାଯାଇଥିବା ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.