ETV Bharat / state

7ଘଣ୍ଟା ଡ୍ୟୁଟି ପାଇଁ ଅମଙ୍ଗ ଅଧ୍ୟାପକ - protest

କଲେଜରେ ସାତ ଘଣ୍ଟା ଡ୍ୟୁଟିକୁ ଅଧ୍ୟାପକଙ୍କ ବିରୋଧ । ସମାନ କାମକୁ ସମାନ ପାରିଶ୍ରମିକ ଦାବି କରିଛି ରାଜ୍ୟ ଅଧ୍ୟାପକ ସଂଘ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 8, 2019, 7:55 PM IST

ଭୁବନେଶ୍ବର: କଲେଜରେ ଅଧ୍ୟାପକମାନେ ୭ ଘଣ୍ଟା ରହିବା ବାଧ୍ୟତାମୂଳକ । କିନ୍ତୁ ଏବେ ଏହାକୁ ବିରୋଧ କରିଛନ୍ତି ଅଧ୍ୟାପକ । ୭ ଘଣ୍ଟା ଡ୍ୟୁଟିକୁ ନେଇ ଅଧ୍ୟାପକ ଏବଂ ସରକାର ମୁହାଁମୁହିଁ । ସମାନ କାମକୁ ସମାନ ପାରିଶ୍ରମିକ ଦାବି କରି ସରକାରଙ୍କୁ ପୁନଃବିଚାର ପାଇଁ ଅନୁରୋଧ କରିଛନ୍ତି ଅଧ୍ୟାପକ ସଂଘ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସରକାର ପ୍ରଥମେ ଅଧ୍ୟାପକଙ୍କ ଦାବି ପୂରଣ କରି ସମାନ କାମକୁ ସମାନ ପାରିଶ୍ରମିକ ଦିଅନ୍ତୁ । ଏହାଛଡା ସରକାର ସମସ୍ତ କଲେଜର ଭିତ୍ତିଭୂମିକୁ ପ୍ରଥମେ ସଜାଡିବା ପରେ ଆମେ ସରକାରଙ୍କ ସମସ୍ତ ନିୟମ କାନୁନ ମାନିବା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ରାଜ୍ୟ ଅଧ୍ୟାପକ ସଂଘ ସଭାପତି ଗୋଲକ ନାୟକ । ବର୍ଷବର୍ଷ ଧରି ଅନେକ ଅଧ୍ୟାପକ ଦରମା ପାଇନଥିବାବେଳେ ମାସେ ମଧ୍ୟରେ ଏହାର ସମାଧାନ କରାଯାଉ ଓ ଜଣଙ୍କର ଦରମା 1 ଲକ୍ଷ ବେଳେ ଅନ୍ୟଜଣଙ୍କର ଦରମା 5ହଜାର ଭଳି ପାତରଅନ୍ତର ସମସ୍ୟାକୁ ବନ୍ଦ କରାଯାଉ ବୋଲି ଦାବି କରିଛନ୍ତି ସେ ।

ସରକାରୀ ଓ ବେସରକାରୀ କଲେଜରେ ନିୟମିତ ଭାବରେ ଅଧ୍ୟାପକ ମାନେ ଦୈନିକ ୫ ଘଣ୍ଟା ଶିକ୍ଷାଦାନ ଓ 2 ଘଣ୍ଟା ଗବେଷଣା କାର୍ଯ୍ୟରେ ମନୋନିବେଶ କରିବେ ଅଧ୍ୟାପକ । ଉଚ୍ଚଶିକ୍ଷା ଗୁଣାତ୍ମକ ମାନ ମଜବୁତ କରିବାକୁ ନୂଆ ଗାଇଡ ଲାଇନ ଜାରି କରିଛି ଉଚ୍ଚଶିକ୍ଷା ବିଭାଗ । ଯାହାକୁ କଡା ସମାଲୋଚନା କରିବା ସହ ଯଦି ଦାବି ଯଥାଶିଘ୍ର ପୂରଣ ନକରାଯାଏ ତେବେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି କହିଛନ୍ତି ରାଜ୍ୟ ଅଧ୍ୟାପକ ସଂଘର ସଭାପତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:
୭ ଘଣ୍ଟା ଡିୟୁଟି କୁ ନେଇ ଅଧ୍ୟାପକଙ୍କ ବିରୋଧ।

୭ ଘଣ୍ଟା ଡିଉଟି କୁ ନେଇ ଅଧ୍ୟାପକ ଏବଂ ସରକାର ମଧ୍ୟରେ ମୁହଁମୁହିଁ ହୋଇଛନ୍ତି। ସରକାରୀ ଓ ବେସରକାରୀ କଲେଜର ନିୟମିତ ଭାବରେ ଅଧ୍ୟାପକ ମାନେ ଦିନକୁ ୭ ଘଣ୍ଟା କାର୍ଯ୍ୟକରିବେ।ଦୈନିକ ୫ ଘଣ୍ଟା ଶିକ୍ଷାଦାନ ଓ ଦୁଇ ଘଣ୍ଟା ଗବେଷଣା କାର୍ଯ୍ୟରେ ମଣୋନିବେଶ କରିବେ ଅଧ୍ୟାପକ। ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ଅନୁଯାଇ ଅଧ୍ୟାପକ ମନେ କ୍ଲାସ କରିବେ। ତେବେ ଏହାକୁ ନେଇ ଅଧ୍ୟାପକ ମହାସଂଘ ଏହାକୁ ବିରୋଧ କରିଛି।ସରକାର ଏହାକୁ ପୁନଃବିଚାର କରିବାକୁ ଅନୁରୋଧ କରିଛନ୍ତି ଅଧ୍ୟାପକ ସଂଘ।

Body:

ଉଚ୍ଚଶିକ୍ଷା ବିଭାଗ ଏଭଳି ଏକ ବିଂଘ୍ୟପ୍ତି ପ୍ରକାଶ କରିବା ପରେ ଅଧ୍ୟାପକ ମନେ କଡା ପ୍ରତିବାଦ କରିଛନ୍ତି। ସର୍ତ ଓ ସମୟସୀମା ରଖି କହିଛନ୍ତି ଯେ କୌଣସି ଅଧ୍ୟାପକ ମନେ ଏହି ନିୟମ ମଣିବେ ନାହିଁ। ସରକାର ପ୍ରଥମେ ଆମ ର ଦାବି। କୁ ପୁରାଣ କରନ୍ତୁ। ସମାନ କାମ କୁ ସମାନ ଦରମା ଦିଅନ୍ତୁ। ସମସ୍ତ କଲେଜରେ ଏପରି ଭାବରେ ଭିତ୍ତି ଭୂମି ରହିଛି ତାହାକୁ ପ୍ରଥମେ ସରକାର ସଜାଡନ୍ତୁ। ଏହା ପରେ ସରକାର ଯେଉଇଁ ନିୟମ କରିବେ ସେଥିରେ ଅଧ୍ୟାପକ ମାନଙ୍କର କୌଣସି ଅଭିଯୋଗ ନାହିଁ।

ଏହାକୁ ନେଇ ଅଧ୍ୟାପକ ସଂଘର ରାଜ୍ୟ ସଭାପତି ଗୋଲକ ନାୟକ କହିଛନ୍ତି ଯେ ସରକାର ଙ୍କର ସମସ୍ତ ନିୟମ ମାନିବାକୁ ପ୍ରସ୍ତୁତ। କିନ୍ତୁ ବର୍ଷ ବର୍ଷ ଧରି ଅନେକ ଶିକ୍ଷକ ଅଛନ୍ତି ଯେଉଇଁ ମନେ ଦରମା ପାଇନାହାନ୍ତି। ଜଣେ ଅଧ୍ୟାପକାର ଶିକ୍ଷାଦାନ ବେଳେ ମାନସିକ ଶାନ୍ତି ଦରକାର। ପିଲାମାନେ ପାଠ ପଢିବା ପାଇଁ ସମସ୍ତ ସୁବିଧା ରହିବା ଆବଶ୍ୟକ। ମାସକ ଭିତରେ ଏହାର ସମାଧାନ ଆବଶ୍ୟକ କରାଯାଉ। ଏହି ସମୟ ଭିତରେ ନିୟମ ମାନିବୁ। ଯଦି ଦାବି ପୁରାଣ ନ କରାଯାଏ ତେବେ ପରବର୍ଥୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି କହିଛନ୍ତି ଶ୍ରୀ ଗୋଲକ ନାୟକ।
ଏହା ସହ ବିଭିନ୍ନ କଲେଜରେ ଅଧ୍ୟାପକ ଙ୍କର ଦରମା ଏକ ଲକ୍ଷ ରହିଥିବା ବେଳେ ଆଉ କିଛି ଅଧ୍ୟାପକ ମାନଙ୍କର ଦରମା ୫ ହଜାର ରହିଛି। ଏଭଳି ସମସ୍ୟା କୁ ବନ୍ଦ କରାଯାଉ ଏହା ସହ ସମାନ କାମ ପାଇଁ ସମାନ ଦରମା ଦିଅନ୍ତୁ।ତେବେ ଏଭଳି ନିୟମ ବାହାର କଲେ ସମସ୍ତ ଅଧ୍ୟାପକ ମନେ ପାଳନ କରିବା କୁ ରାଜିହେବୁ ବୋଲି କହିଛନ୍ତି ଗୋଲକ ନାୟକ।

byte- ଗୋଲକ ନାୟକ, ରାଜ୍ୟ ଅଧ୍ୟାପକ ସଭାପତି

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.