ETV Bharat / state

ମାନସିକ ଭାରସାମ୍ୟ ହରାଇ ବସିଛନ୍ତି ବିରୋଧୀ ଦଳ ନେତା: ବିଧାୟକ ଅରୁଣ - ବିଧାୟକ ଅରୁଣ ସାହୁ

ବିରୋଧୀ ଦଳ ନେତା ମାନସିକ ଭାରସାମ୍ୟ ହରାଇ ବସିଛନ୍ତି ବୋଲି କହିଲେ ବିଜେଡି ବିଧାୟକ ଅରୁଣ ସାହୁ । ଅଧିକ ପଢନ୍ତୁ

BJD MLA Arun Sahoo slams Jayanarayan
BJD MLA Arun Sahoo slams Jayanarayan
author img

By ETV Bharat Odisha Team

Published : Sep 28, 2023, 9:53 PM IST

Updated : Sep 28, 2023, 10:05 PM IST

ମାନସିକ ଭାରସାମ୍ୟ ହରାଇ ବସିଛନ୍ତି ବିରୋଧୀ ଦଳ ନେତା: ବିଧାୟକ ଅରୁଣ

ଭୁବନେଶ୍ବର: କୌଣସି ତଥ୍ୟ ସଂଗ୍ରହ କରୁନାହାନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । କେବଳ ଶସ୍ତା ଲୋକପ୍ରିୟତା ପାଇଁ ୫ଟି ସଚିବଙ୍କ ଗସ୍ତ ପ୍ରସଙ୍ଗ ଉଠାଉଛନ୍ତି ବରୋଧୀ ଦଳ ନେତା । ମୁଖ୍ୟମନ୍ତ୍ରୀ କ୍ଳାରିଫିକେସନ ଦେଇସାରିବା ପରେ ସେକଥାକୁ ନଶୁଣି ଏହାକୁ ସେ ବାରମ୍ବାର ଉଠାଉଛନ୍ତି । ଏହା କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ଏହାସହ ବିରୋଧୀ ଦଳର ନେତାମାନଙ୍କ ଅଞ୍ଚଳରେ କେତେ ବିକାଶ ହୋଇଛି ସେନେଇ ଖୋଲା ଡିବେଟକୁ ଅରୁଣ ଆମନ୍ତ୍ରଣ ମଧ୍ୟ କରିଛନ୍ତି ।

ଅରୁଣ କହିଛନ୍ତି, " ବିଧାନସଭାର ସ୍ଵଳ୍ପକାଳୀନ ଅଧିବେଶନରେ ଅନେକ ଗୁରୁତ୍ବପୂର୍ଣ୍ଣ କଥା ଆଲୋଚନା ଆବଶ୍ୟକ ଥିଲା । ଆଲୋଚନା ନକରି ଶସ୍ତା ଲୋକପ୍ରିୟତା ପାଇଁ ଅନାବଶ୍ୟକ ପ୍ରସଙ୍ଗ ବାରମ୍ବାର ଉଠାଉଛନ୍ତି ବିରୋଧି । ଯେଉଁ କଥା ଉଠାଉଛନ୍ତି ସମସ୍ତ କଥାର ଉତ୍ତର ଦିଆଯାଇଥିବା ବେଳେ ସେ ସମାନ କଥାକୁ ଦୋହରାଇ ଚାଲିଛନ୍ତି । ଆଜି ଶୂନ୍ୟକାଳରେ ଏକଥା ଆଲୋଚନା ହେଲା । ଶୂନ୍ୟକାଳର ଅବଧି 30 ମିନିଟ । ଏହି ସମୟ ମଧ୍ୟରେ ସରକାରୀ କିଛି ସମୟ ବିରୋଧୀ କିଛି ସମୟ ନେବେ । 23 ରୁ 30 ମିନିଟ କହି ସାରିବା ପରେ ବିରୋଧୀ ଆହୁରି କହିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ।"

ଏହା ବି ପଢନ୍ତୁ- 'କନଫ୍ୟୁଜ ଅଛନ୍ତି ନବୀନ, ଯଦି ଜଣେ ସବୁ ବୁଝିଦେବେ ଏତେ ଖର୍ଚ୍ଚ କାହିଁକି'

ଅରୁଣ ଆହୁରି କହିଛନ୍ତି," ବିରୋଧୀ ଦଳ ନେତାଙ୍କ ସ୍ମୃତିଶକ୍ତି ହ୍ରାସ ପାଉଛି । ତେଣୁ ସେ କୌଣସି କଥାକୁ ଶୁଣୁନାହାନ୍ତି କି ବୁଝୁନାହାନ୍ତି । କୌଣସି ତଥ୍ୟ ସଂଗ୍ରହ କରୁନାହାନ୍ତି । କେବଳ ଶସ୍ତା ଲୋକପ୍ରିୟତା ପାଇଁ ଏପରି ପ୍ରସଙ୍ଗ ଉଠାଉଛନ୍ତି । ବିରୋଧୀ ଦଳ ନେତାଙ୍କର ମେଣ୍ଟାଲ ହେଲଥ ପ୍ରୋବ୍ଲେମ ଅଛି । ମୁଁ ମଧ୍ୟ ମା' ସମଲେଇଙ୍କୁ ପ୍ରାର୍ଥନା କରୁଛି ସେ ଶତାୟୁ ହୁଅନ୍ତୁ । ସେ ସୁସ୍ଥ ରୁହନ୍ତୁ ଏଇଟା ମୋର ବ୍ୟକ୍ତିଗତ ଇଚ୍ଛା । ତାଙ୍କର ଡାକ୍ତର କହିଲେ କିଡନୀ ଭଲ ହେଲା । ହେଲେ ତାଙ୍କର ମସ୍ତିଷ୍କ ସମସ୍ୟା ଅଛିକି ନାହିଁ ସେ ଦେଖାଇବେ । ଏକଥା ସେ କ୍ଲାରିଫାଇ କରିବେ । ଯଦି ସେ ମାନସିକ ସ୍ତରରେ ସୁସ୍ଥ ତେବେ ସେ ପୂର୍ବରୁ ସମୀର ମହାନ୍ତିଙ୍କୁ ଆକ୍ରମଣ କରିବା ମିଛ କି ? ସମ୍ବଲପୁର ନ ଆସିବାକୁ ବିରୋଧ କରିବା ମିଛ କି ? "

ବରଗଡ଼ ଜିଲ୍ଲାର ଏକ ହତ୍ୟାକାଣ୍ଡରେ ସେ ବେଲରେ ଆସିଛନ୍ତି । ଏହି କେସ ଲଢ଼ୁଛନ୍ତି । ଖଣ୍ଡା ବୁଲାଇବା ଆଦି କରିନାହାନ୍ତି କି ? ଜଣେ ସୁସ୍ଥ ମାନସିକରେ ଥିବା ବ୍ୟକ୍ତି ଏପରି କଥା କରେକି ? ଆମାନବୀୟ କାର୍ଯ୍ୟ କରୁଛନ୍ତି ଆଇନକୁ ହାତକୁ ନେଉଛନ୍ତି । ମୁଖ୍ୟମନ୍ତ୍ରୀ କ୍ଳାରିଫିକେସନ ଦେଇ ସାରିବା ପରେ ସେକଥାକୁ ନଶୁଣି ଏହାକୁ ବାରମ୍ବାର ଉଠାଉଛନ୍ତି । ବିରୋଧୀ ଦଳର ନେତା ଓ ଅନ୍ୟ ବରିଷ୍ଠ ନେତା ଯେଉଁମାନେ ଏସବୁ ପ୍ରସଙ୍ଗ ଉଠାଉଛନ୍ତି, ସେମାନଙ୍କ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କ ସମୟରେ କେତେ ବିକାଶମୂଳକ କାର୍ଯ୍ୟ ହୋଇଛି ସେକଥା ହିସାବ ନିକାଶ ହେଉ । ଆପଣମାନଙ୍କ ନିର୍ବାଚନ ମଣ୍ଡଳୀରେ କେତେ କାମ ହୋଇଛି, ମଞ୍ଚ ବାନ୍ଧିକି ହିସାବ କରିବା ଲାଗି ବିଧାୟକ ଅରୁଣ କହିଛନ୍ତି ।

ଏହା ବି ପଢନ୍ତୁ- 'ଦୁର୍ବଳ ହୋଇଗଲେଣି ନବୀନ, ଅଯଥାରେ 5T ସଚିବକୁ କରୁଛନ୍ତି ଡିଫେଣ୍ଡ'

ତଥ୍ୟ ଭିତ୍ତିକ ଅବନ୍ତର କଥା କହିବା ମାନସିକ ଭାରସାମ୍ୟ ହରାଇଥିବା ବ୍ୟକ୍ତି କରିଥାଏ । ମୁଖ୍ୟମନ୍ତ୍ରୀ କହିଲେ ବିଗତ ସାଢେ 3 ବର୍ଷରେ 40 କୋଟି ଖର୍ଚ୍ଚ ହୋଇଛି । ତାହେଲେ ବର୍ଷକୁ ମାସକୁ କେତେହେଲା ହିସାବ କରନ୍ତୁ । କମ ସମୟ ମଧ୍ୟରେ ଅଧିକା ସ୍ଥାନ ବୁଲିବା ହଜାର ହଜାର ଲୋକଙ୍କ ଅଭିଯୋଗ ଆଣିବା ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅଫିସ ଲୋକଙ୍କୁ ଯାଇଛି ଏଥିରେ ଜଣେ ବ୍ୟକ୍ତି ନୁହେଁ, ଅତୀତରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ଅନ୍ୟ ସଚିବ ଯାଇଛନ୍ତି । ସେକଥା ନକହି ଜଣେ ବ୍ୟକ୍ତିଙ୍କୁ ନେଇ ବାରମ୍ବାର ମିଛ କହି ଚାଲିଛନ୍ତି ବୋଲି କହିଛନ୍ତି ଅରୁଣ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 28, 2023, 10:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.