ETV Bharat / state

ନୂଆରୂପ ପାଇବ ଭୁବନେଶ୍ୱର ରେଳ ଷ୍ଟେସନ, ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିବେ ରେଳମନ୍ତ୍ରୀ

author img

By

Published : Dec 28, 2022, 9:26 PM IST

Updated : Dec 29, 2022, 9:11 AM IST

ପୁରୀ-ଜଳେଶ୍ବର-ପୁରୀ ପାସେଞ୍ଜର ଟ୍ରେନ ଏବଂ ତାଳଚେର-ଢେଙ୍କାନାଳ-ଭଦ୍ରକ ମାର୍ଗଦେଇ ସମ୍ବଲପୁର ଓ ଶାଲିମାର (କଲିକତା) ମଧ୍ୟରେ ନୂତନ ଏକ୍ସପ୍ରେସ ଟ୍ରେନକୁ ପ୍ରଚଳନ କରାଯିବ । ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିବେ ରେଳମନ୍ତ୍ରୀ । ଅଧିକ ପଢନ୍ତୁ

ଭୁବନେଶ୍ୱର ରେଳ ଷ୍ଟେସନ
ଭୁବନେଶ୍ୱର ରେଳ ଷ୍ଟେସନ

ଭୁବନେଶ୍ବର: ନୂଆ ରୂପ ପାଇବ ଭୁବନେଶ୍ୱର ରେଳ ଷ୍ଟେସନ । ବହୁ ପ୍ରତିକ୍ଷିତ ଜନସାଧାରଣଙ୍କ ହୃଦୟସ୍ପର୍ଶୀ ଅତି ଗୁରୁତ୍ୱପୂର୍ଣ୍ଣ ଭୁବନେଶ୍ୱର ରେଳ ଷ୍ଟେସନ ପୁନଃ ବିକାଶ ହେବ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ବାରା ଆଜି(ଗୁରୁବାର) ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ଯାହାକି ବିଶ୍ୱସ୍ତରୀୟ ଢାଞ୍ଚାରେ ନିର୍ମାଣ କରାଯିବ । ଏହା ସହ ଭୁବନେଶ୍ୱର ଷ୍ଟେସନରେ ପୁରୀ-ଜଳେଶ୍ୱର-ପୁରୀ ପାସେଞ୍ଜର ଟ୍ରେନକୁ ଶୁଭାରମ୍ଭ କରାଯିବ । ଭାରତବର୍ଷରେ ରେଳ ଯାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ସେବା ଯୋଗାଇଦେବା ଲକ୍ଷ୍ୟରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ପରିକଳ୍ପନା ମଧ୍ୟରେ ଭୁବନେଶ୍ୱର ରେଳ ଷ୍ଟେସନ ପୁନଃ ବିକାଶ ସ୍ଥାନ ପାଇଛି । ଏହା ଏକ ଅତି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଯାହାକୁ ମନ୍ତ୍ରୀ ଶୀଘ୍ର କାର୍ଯ୍ୟ ସମ୍ପାଦନ ପାଇଁ ଗୁରୁତ୍ୱାରୋପ କରୁଛନ୍ତି । ଏହି ପ୍ରକଳ୍ପ ପାଇଁ ୩୦୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି, ଯାହାକି ୨୪ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ ।

ଭୁବନେଶ୍ୱର ରେଳ ଷ୍ଟେସନ
ଭୁବନେଶ୍ୱର ରେଳ ଷ୍ଟେସନ

ଆଜି ଭୁବନେଶ୍ବର ରେଳ ଷ୍ଟେସନର ପୁନଃ ବିକାଶ ପାଇଁ ଭିତ୍ତିପ୍ରସ୍ତର ଦିଆଯିବ । ଭୁବନେଶ୍ବର ଷ୍ଟେସନ ଠାରେ ପୁରୀ-ଜଳେଶ୍ବର-ପୁରୀ ପାସେଞ୍ଜର ଟ୍ରେନ ଓ ଅନୁଗୋଳରୁ ସମ୍ବଲପୁର-ଶାଲିମାର-ସମ୍ବଲପୁର ଏକ୍ସପ୍ରେସକୁ ଶୁଭାରମ୍ଭ କରାଯିବ। ଭୁବନେଶ୍ଵର ଭିତ୍ତିପ୍ରସ୍ତର ସ୍ଥାପନ ହେବ ଯାହାକି ବିଶ୍ବସ୍ତରୀୟ ଢାଞ୍ଚାରେ ନିର୍ମାଣ କରାଯିବ।

ସେହିପରି ଏହି ପ୍ରକଳ୍ପ ପାଇଁ ୩୦୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଯାହାକି ୨୪ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ । 14 କିଲୋମିଟର ଦୈର୍ଘ୍ୟ ଅନୁଗୁଳ-ବଳରାମ ନୂତନ ରେଳ ଲାଇନ ପାଇଁ କାରବାର ବିଶେଷ ଭାବେ କୋଇଲା ପରିବହନ ପାଇଁ ଉପଯୋଗ ହୋଇପାରିବ ।

ରେଳଯାତ୍ରୀମାନଙ୍କ ଆକାଂକ୍ଷା ପୂରଣ ପାଇଁ ଦୁଇଟି ନୂତନ ଟ୍ରେନ ପ୍ରଚଳନ କରାଯାଉଅଛି l ଜନସାଧାରଣଙ୍କ ଦୀର୍ଘଦିନର ଆକାଂକ୍ଷା ଥିବା ପୁରୀ-ଜଳେଶ୍ବର-ପୁରୀ ପାସେଞ୍ଜର ଟ୍ରେନ ଏବଂ ତାଳଚେର-ଢେଙ୍କାନାଳ-ଭଦ୍ରକ ମାର୍ଗଦେଇ ସମ୍ବଲପୁର ଓ ଶାଲିମାର (କଲିକତା) ମଧ୍ୟରେ ନୂତନ ଏକ୍ସପ୍ରେସ ଟ୍ରେନକୁ ପ୍ରଚଳନ କରାଯିବ । ଯାହାକି ଯାତ୍ରୀ ମାନଙ୍କର ବହୁ ଦିନର ଆକାଂକ୍ଷାକୁ ପୁରଣ କରିବ । ଏହାଦ୍ବାରା ଯାତ୍ରୀମାନେ ଏଣିକି ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଆଉ ମଧ୍ୟବର୍ତ୍ତୀ ସ୍ଥାନରୁ ଅନ୍ୟ ପରିବହନ ଉପରେ ନିର୍ଭର କରିବେ ନାହିଁ l

ତେବେ 20832/20831 ସମ୍ବଲପୁର-ଶାଲିମାର-ସମ୍ବଲପୁର ଏକ୍ସପ୍ରେସ ଜାନୁୟାରୀ 3 ତାରିଖରୁ ସମ୍ବଲପୁର ଠାରୁ ପ୍ରତି ରବିବାର, ମଙ୍ଗଳବାର ଓ ଗୁରୁବାର ଦିନମାନଙ୍କରେ ସନ୍ଧ୍ୟା 7ଘ.10ମି.ରେ ଛାଡି ଶାଲିମାରକୁ ଯାତ୍ରା କରିବ। ସେହିପରି ଏହା ଜାନୁୟାରୀ 4 ତାରିଖରୁ ଶାଲିମାର ଠାରୁ ପ୍ରତି ସୋମବାର, ବୁଧବାର ଓ ଶୁକ୍ରବାର ମାନଙ୍କରେ ରାତ୍ରି 9ଘ.25ମି.ରେ ଛାଡି ସମ୍ବଲପୁର ଅଭିମୁଖେ ଯାତ୍ରା କରିବ ।

ସେହିଭଳି, 08416/08415 ପୁରୀ-ଜଳେଶ୍ବର-ପୁରୀ ପାସେଞ୍ଜର ଟ୍ରେନ ପୁରୀରୁ ଡିସେମ୍ବର 31 ତାରିଖ ଠାରୁ ପ୍ରତିଦିନ ଅପରାହ୍ନ 1ଘ.15ମି.ରେ ଛାଡି ଜଳେଶ୍ବର ଯାତ୍ରା କରିବ ଏବଂ ଜାନୁୟାରୀ ପହିଲାରୁ ଜଳେଶ୍ବର ଠାରୁ ସକାଳ 4ଘ.50ମି.ରେ ଛାଡି ପୁରୀ ଫେରିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 29, 2022, 9:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.