ETV Bharat / state

ଜନଜାତି ଗୌରବ ଓ ସଂସ୍କୃତିକୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ଚେଷ୍ଟିତ : ମନ୍ତ୍ରୀ

ଜନଜାତିଙ୍କୁ ସମ୍ମାନ, ସେମାନଙ୍କ ଗୌରବ ଓ ସଂସ୍କୃତିକୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ସର୍ବଦା ଚେଷ୍ଟିତ । 5ଟି ଉପକ୍ରମରେ ଜନଜାତି ବିଦ୍ୟାଳୟ ଗୁଡିକର ପରିବର୍ତ୍ତନ ଫଳରେ ଅନେକ ଆଦିବାସୀ ଛାତ୍ରଛାତ୍ରୀ ପାଠ ପଢି ମୁଖ୍ୟସ୍ରୋତରେ ସାମିଲ ହୋଇ ପାରିଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ଜଗନ୍ନାଥ ସାରକା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 16, 2023, 7:01 AM IST

Janjatiya Gaurav Diwas: ଜନଜାତି ଗୌରବ ଓ ସଂସ୍କୃତିକୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ଚେଷ୍ଟିତ : ମନ୍ତ୍ରୀ

ଭୁବନେଶ୍ୱର: ଜନଜାତି କଳା, ସାହିତ୍ୟ, ନୃତ୍ୟ, ସଙ୍ଗୀତ ଓ ସଂସ୍କୃତିକୁ ପରିଚୟ ଦେବା ପାଇଁ ସର୍ବଭାରତୀୟସ୍ତରରେ ଜନଜାତୀୟ ଗୌରବ ଦିବସ ପାଳନ କରାଯାଉଛି । ମହାନ ବିପ୍ଲବୀ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଗୌରବ ଦିବସ ରୂପେ ପାଳନ କରାଯାଉଛି । ଏହା କେବଳ ରାଜ୍ୟ ପାଇଁ ନୁହେଁ ବରଂ ସମଗ୍ର ଦେଶ ପାଇଁ ଗର୍ବର ବିଷୟ । ଏହା କହିଛନ୍ତି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ତଥା ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଜନଜାତୀୟ ଗୌରବ ଦିବସ ସମାରୋହରେ ସେ ଏହା କହିଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ, ଜନଜାତିଙ୍କୁ ସମ୍ମାନ, ସେମାନଙ୍କ ଗୌରବ ଓ ସଂସ୍କୃତିକୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ସର୍ବଦା ଚେଷ୍ଟିତ । 5ଟି ଉପକ୍ରମରେ ଜନଜାତି ବିଦ୍ୟାଳୟ ଗୁଡିକର ପରିବର୍ତ୍ତନ ଫଳରେ ଅନେକ ଆଦିବାସୀ ଛାତ୍ରଛାତ୍ରୀ ପାଠ ପଢି ମୁଖ୍ୟସ୍ରୋତରେ ସାମିଲ ହୋଇପାରିଛନ୍ତି । ବିର୍ସା ମୁଣ୍ଡା ଆମ ଯୁବ ସମାଜ ପାଇଁ ପ୍ରେରଣା । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶର ସେବା କରିବାକୁ ସେ ଆହ୍ବାନ ଦେଇଛନ୍ତି । କାର୍ଯ୍ୟକ୍ରମରେ ବିଭାଗୀୟ ଶାସନ ସଚିବ ରୂପା ରୋଶନ ସାହୁ ଯୋଗ ଦେଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାରଙ୍କ ସଫଳ ଯୋଜନା ସମ୍ପର୍କରେ ଆଲୋକପାତ କରିଛନ୍ତି । ସେ କହିଛନ୍ତି, "ଅନ୍ତର୍ଜାତୀୟ ସ୍ତରରେ ଜନଜାତିଙ୍କ କଳା ଓ ସଂସ୍କୃତିକୁ ପରିଚୟ ପ୍ରଦାନ କରିବା ପାଇଁ ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଗଠନ କରିଛନ୍ତି । ସବୁ ଜନଜାତି ବର୍ଗର ପ୍ରତିନିଧିମାନେ ଏହି ପରିଷଦର ସଦସ୍ୟ ଅଛନ୍ତି । ଶିକ୍ଷା, ଜୀବିକା, ସଂସ୍କୃତି ହେଉଛି ଜନଜାତିଙ୍କ ବିକାଶର ମୂଳମନ୍ତ୍ର । ଶିକ୍ଷାରେ ସଂସ୍କୃତିକୁ ସାମିଲ୍ କରିବା ପାଇଁ 422 ଟି ଆଦିବାସୀ ବିଦ୍ୟାଳୟରେ ସ୍ୱତନ୍ତ୍ର ଭାବେ ଜନଜାତି ସଂସ୍କୃତି ପାଇଁ ସ୍ଥାନ ରହିବ । ଆଦିବାସୀ ପରିଧାନଠାରୁ ଆରମ୍ଭ କରି କଳାକୃତିକୁ ଛାତ୍ରଛାତ୍ରୀମାନେ ଦେଖିବାକୁ ପାଇବେ ।

ଅଧିକ ପଢନ୍ତୁ- PM Modi in Jharkhand: ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

କାର୍ଯ୍ୟକ୍ରମର ମୁଖ୍ୟବକ୍ତା ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ ଯୋଗ ଦେଇଛନ୍ତି । ବିର୍ସା ମୁଣ୍ଡାଙ୍କ ସମ୍ପର୍କରେ ବିଶେଷ ଭାବେ ଆଲୋଚନା କରିବା ସହ ଉପସ୍ଥିତ ଶ୍ରୋତା ଓ ଛାତ୍ରଛାତ୍ରୀଙ୍କୁ ବିର୍ସା ମୁଣ୍ଡାଙ୍କୁ ଆଦର୍ଶ ରୂପେ ଗ୍ରହଣ କରିବାକୁ ସେ ଉପଦେଶ ଦେଇଛନ୍ତି । ଏହି ଅବସରରେ ଓରାଓଁ, ପରଜା ଓ ସାନ୍ତାଳ ଜନଜାତିଙ୍କ ନୃତ୍ୟ ପରିବେଷଣ କରାଯାଇଥିବା ବେଳେ ସ୍ବତନ୍ତ୍ର ଭାବେ ଗଣ୍ଡୋ ଓ ପରଜା ସମ୍ପଦ୍ରାୟର ଦୁଇଟି ପୁସ୍ତକ ଉନ୍ମୋଚନ କରାଯାଇଛି । ଆସନ୍ତା 26 ତାରିଖ ଯାଏଁ ଜନଜାତୀୟ ଗୌରବ ଦିବସ ପାଳନ କରାଯିବ । ଜନଜାତି ଚିତ୍ରାଙ୍କନ ପ୍ରତିଯୋଗିତା, କଳା ଓ କଳାବସ୍ତୁ ପ୍ରଦର୍ଶନ, ଜନଜାତି ଚିତ୍ରକଳା କର୍ମଶାଳା ଓ ପ୍ରଦର୍ଶନୀ, ରାଜ୍ୟସ୍ତରୀୟ ଜନଜାତି କବି ସମ୍ମିଳନୀର ଆୟୋଜନ କରାଯିବ । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ତଥା ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଇନ୍ଦ୍ରମଣୀ ତ୍ରିପାଠୀ କାର୍ଯ୍ୟକ୍ରମରେ ସ୍ବାଗତ ଅଭିଭାଷଣ ଦେଇଛନ୍ତି । ଅନୁସୂଚିତ ଜାତି ନିର୍ଦ୍ଦେଶକ ଲକ୍ଷ୍ମଣ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଛନ୍ତି । ଏସସିଏସଟିଆରଟିଆଇର ସ୍ବତନ୍ତ୍ର ଅଧିକାରୀ ସମରେନ୍ଦ୍ର ଭୂତିଆ କାର୍ଯ୍ୟକ୍ରମର ପରିଚାଳନା କରିଛନ୍ତି । ଅନ୍ୟାନ୍ୟ ଅଧିକାରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.