ETV Bharat / state

ରୂପେଲି ପରଦାର ଜନନାୟକ ବସନ୍ତ ନାୟକ

author img

By

Published : Jan 18, 2023, 9:39 AM IST

ରୂପେଲି ପରଦାର ଜନ ନାୟକ ବସନ୍ତ ନାୟକଙ୍କ ୮୬ ତମ ଜନ୍ମଦିନ । ଯୋଗଦେଲେ କଳାକାର, ଗୀତିକାର । ଅଧିକ ପଢ଼ନ୍ତୁ.

late Director Basant Nayak Birth Anniversarry
ଜନନାୟକ ବସନ୍ତ ନାୟକ
ଜନନାୟକ ବସନ୍ତ ନାୟକ

ଭୁବନେଶ୍ବର: ରୂପେଲି ପରଦାର ଜନନାୟକ ସ୍ୱପ୍ନର ସୌଦାଗର ଓଡ଼ିଆ ଚଳଚ୍ଚିତ୍ର ଜଗତର ନୂତନ ଦିଗନ୍ତ ସୃଷ୍ଟିକାରୀ ବସନ୍ତ ନାୟକଙ୍କ ୮୬ତମ ଜନ୍ମଦିନ ପାଳିତ ହୋଇଯାଇଛି । ସେ ଥିଲେ ଏକାଧାରରେ ପ୍ରଯୋଜକ ନିର୍ଦ୍ଦେଶକ ବିତରକ ଓ କାହାଣୀକାର। ଓଡ଼ିଆ ସିନେମା ଶୀଳ୍ପକୁ ତାଙ୍କ ଏଅବଦାନ ଅତୁଳନୀୟ । ଓଡ଼ିଆ ପାନାରୋମିକ ସ୍କ୍ରିନ ପାଇଁ ନିଜ ଜୀବନର ଅର୍ଦ୍ଧସ୍ୱତ୍ୱାଧିରୁ ଊର୍ଦ୍ଧ୍ବକାଳ ସମର୍ପିଛନ୍ତି । ସରକାରଙ୍କ ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାର ପାଇଥିଲେ । ଓଡ଼ିଆ ଚଳଚ୍ଚିତ୍ରର ପ୍ରଖ୍ୟାତ ତାରକା ବିଜୟ ମହାନ୍ତି ଉତ୍ତମ ମହାନ୍ତିଙ୍କ ଠାରୁ ଆରମ୍ଭ କରି ଅନୁଭବ ମହାନ୍ତି ଅରିନ୍ଦମ ବାବୁସାନ ବର୍ଷା ପ୍ରିୟଦର୍ଶିନୀଙ୍କ ଅନେକ ପ୍ରତିଭାବାନ କଳାକାରଙ୍କୁ ନିଜ ହାତରେ ଗଢ଼ିଛନ୍ତି ।

ଆଉ ତାଙ୍କର ମାର୍ଗଦର୍ଶକ ହୋଇ ସେମାନଙ୍କୁ ସିନେମା ଜଗତରେ ସଫଳ ତାରକା କରି ଛିଡା କରିଛନ୍ତି । ତେଣୁ ତାଙ୍କ ୮୬ ତମ ଜନ୍ମ ଜୟନ୍ତୀରେ ସମସ୍ତ କଳାକାର ତାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି । ଓଡ଼ିଆ ସିନେମା ପ୍ରତି ଥିବା ତାଙ୍କ ତ୍ୟାଗ ଓ ଭଲ ପାଇବାକୁ ନେଇ ତାଙ୍କ ସ୍ମୃତିରେ ସୋମବାର ସନ୍ଧ୍ୟାରେ ୮୬ ତମ ଜନ୍ମଦିନ ପାଳନ କରିଛନ୍ତି ।

ସ୍ଥାନୀୟ ଜୟଦେବ ଭବନ ଠାରେ ଏହି ଜୟନ୍ତୀ ପାଳନ କରାଯାଇଛି । କଳାକାର ଉତ୍ତମ ମହାନ୍ତି ଓ ପ୍ରଦ୍ୟୁମ୍ନ ଲେଙ୍କା ଏହି ଜୟନ୍ତୀ ସମାରୋହର ଶୁଭାରମ୍ଭ କରିଥିଲେ । ଅକ୍ଷୟ ମହାନ୍ତିଙ୍କ ଯାଯାବର ଗୀତରୁ ଅର୍ଥାତ ତାଙ୍କ ନିର୍ମିତ ଯାଯାବର ସିନେମାର ସେହି କାଳଜୟୀ ଗୀତରୁ ଆରମ୍ଭ ହୋଇଥିଲା ବସନ୍ତ ନାୟକଙ୍କ ଜନ୍ମଦିନ ସନ୍ଧ୍ୟା । ଏହି ଗୀତକୁ ଗାଇଥିଲେ ଓଡ଼ିଆ ସଂଗୀତ ଜଗତର ଜନନାୟକ ଅକ୍ଷୟ କୁମାରଙ୍କ ପୁଅ ଚନ୍ଦ୍ର ଚନ୍ଦ୍ରଭାନୁ ମହାନ୍ତି ।

ପରେ ପରେ ତାଙ୍କ ସିନେମାର ଅନେକ ମନଛୁଆଁ ଗୀତ ଗାଇଥିଲେ ଲୋକପ୍ରିୟ କଣ୍ଠଶିଳ୍ପୀମାନେ । ଏହି ଜୟନ୍ତୀରେ ଯୋଗଦେଇଥିଲେ ଅଭିନେତା ଉତ୍ତମ ମହାନ୍ତି, ପ୍ରଦ୍ୟୁମ୍ନ ଲେଙ୍କା, ଅନୁଭବ, ଅରିନ୍ଦମ, ବୁଦ୍ଧାଦିତ୍ୟ, ସ୍ୱରାଜଙ୍କ ସମେତ ଅନେକ ଲୋକପ୍ରିୟ କଳାକାର । ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ, ନିର୍ଦ୍ଦେଶକ, କଣ୍ଠଶିଳ୍ପୀ ଗୀତିକାର ଓ ଟେକନିସିଆନ । ସମସ୍ତଙ୍କ ମୁହଁରେ ଥିଲା ବସନ୍ତ ନାୟକଙ୍କ ପ୍ରତି ଶ୍ରଦ୍ଧା ଭଲପାଇବା ଓ ଓଡ଼ିଆ ସିନେମା ପ୍ରତି ଥିବା ତାଙ୍କ ଅବଦାନକୁ ମନେପକାଇଥିଲେ ।

ତେବେ ୧୯୩୬ ମସିହାରେ ଜନ୍ମଗ୍ରହଣ କରିଥିବା ବେଳେ ୨୦୧୧ରେ ପ୍ରାଣ ହରାଇଥିଲେ । କୃତିରେ ଅଛି ତାଙ୍କ ଯାଯାବର ଆଉ ସେ ନିର୍ମାଣ କରିଛନ୍ତି ଅନେକ ସଫଳ ସିନେମା । ସିନେମା ଭିତରେ ରହିଛି ନାଗଫାଶ, ଦଣ୍ଡା ବାଳୁଙ୍ଗା, ପକ୍କା କମ୍ବଳ, ପୋତ ଛତା, ମା, ବାଦଶାହା, ମନରହିଗଲା ତୁମରି ଠାରେ, ଆଇ ଲାଭ ୟୁ, ଏ ଯୁଗର କୃଷ୍ନସୁଦାମ, ମୁଁ ତତେ ଲଭ୍ କରୁଛି, ପ୍ରେମ ଋତୁ ଆସିଲାରେ, ବର୍ଷା ମାଇଁ ଡାର୍ଲିଂଗ, ଲକ୍ଷେ ଶିବ ପୁଜି ପାଇଛି ପୁଅ, ମୁଁ ତତେ ଲଭ୍ କରୁଛି, ଭାଇ ଅନେକ ହିଟ ସିନେମା ଦେଇଛନ୍ତି ।

ଓଡ଼ିଆ ଚଳଚ୍ଚିତ୍ର ପ୍ରସାରଣ ପ୍ରଯୋଜନା ଓ ନିର୍ମାଣ କ୍ଷେତ୍ରରେ ସେ ଅନନ୍ୟ । ତାଙ୍କ ନିର୍ମାଣକାରୀ ପାଇଁ ଅନେକ ପୁରସ୍କାର ଓ ସମ୍ମାନ ପାଇଛନ୍ତି । ଯାହା ସବୁବେଳେ ପ୍ରଶଂସନୀୟ ସିନେମାର ବିକାଶ କ୍ଷେତ୍ରରେ କାର୍ଯ୍ୟ କରିଛି । ତେଣୁ ତାଙ୍କ ନିର୍ମିତ ସିନେମାର ପୋଷ୍ଟର ଆସିଲେ ଏହା ହିଟ ସିନେମା ବୋଲି କୁହାଯାଏ ।

ହଲରେ ଲୋକଙ୍କ ଗହଳି ଲାଗେ । ତେଣୁ ସେ ସର୍ବଦା ଓଡ଼ିଆ ସିନେମା ପାଇଁ ଜଣେ ମହାନାୟକ ପଥ ପଦର୍ଶକ ଅଟନ୍ତି । ତେଣୁ ତାଙ୍କ ଜନ୍ମଦିନରେ ଉପସ୍ଥିତ କଳାକାରମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାସହ ତାଙ୍କ ପଥ ଅନୁସରଣ କରିବାକୁ କହିଛନ୍ତି । ଆଉ ସେହି ଧାରାରେ ସମସ୍ତେ ମିଶି ପୁଣି ଥରେ ସିନେମା ଶିଳ୍ପକୁ ଆଗକୁ ନେବେ ବୋଲି କହିଛନ୍ତି । ଏହାସହ ତାଙ୍କ ପୁଅ ସଞ୍ଜୟ ବା ଟୁଟୁ ନାୟକ ବି ଓଡ଼ିଆ ସିନେମାର ଜଣେ ସଫଳ ପ୍ରଯୋଜକ ହୋଇପାରିଛନ୍ତି । ଆଉ ଅନେକଙ୍କ ସଫଳ କାହାଣୀ ଲେଖିଛନ୍ତି ।

ଆଜିର ଦିନରେ ବାପାଙ୍କ ସ୍ମୃତିକୁ ମନେ ପକାଇଛନ୍ତି । ଆଉ ଓଡ଼ିଆ ସିନେମା ପାଇଁ ଆହୁରି କାମ କରିବା ପାଇଁ ସଂକଳ୍ପ ନେଇଛନ୍ତି । ଏହି ଜୟନ୍ତୀରେ ଅନେକ କଳାକାର ଯୋଗଦେଇଥିବା ବେଳେ ଅରିନ୍ଦମ ବିଶେଷ ଭାବେ ଅନୁଭବଙ୍କ ପାଇଁ ବେଶ ଭିଡ ଲାଗିଥିଲା । ଅନୁଭବ ଆସିବା ମାତ୍ରେ ପ୍ରଶଂସକଙ୍କ ଭିଡ ଲାଗିଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.