ETV Bharat / state

ଶେଷ ହେଲା କୁମାରୀଙ୍କ ଖୁଦୁରୁକୁଣୀ ଓଷା - khudurukuni osa in khurda

ପ୍ରତି ରବିବାର କୁମାରୀମାନେ ଏହି ଉପବାସ ରଖି ମା' ମଙ୍ଗଳାଙ୍କ ନିକଟରେ ପୂଜା କରିଥାନ୍ତି । ଆଉ ଭାଦ୍ରବ ମାସର ଶେଷ ରବିବାର ବ୍ରତ ଉଦଯାପନ କରିଛନ୍ତି ।

khudurukuni-osa
ଶେଷ ହେଲା କୁମାରୀଙ୍କ ଖୁଦୁରୁକୁଣୀ ଓଷା
author img

By

Published : Aug 30, 2020, 10:48 PM IST

ଖୋର୍ଦ୍ଧା: ଶେଷ ହେଲା କୁମାରୀଙ୍କ ଖୁଦୁରୁକୁଣୀ ଓଷା । ବାର ମାସରେ ତେର ପର୍ବ ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରା । ତେବେ ଏହାରି ଭିତରେ କୁମାରୀମାନଙ୍କ ଖୁଦୁରୁକୁଣୀ ବା ଭାଲୁକୁଣୀ ଓଷା ବି ଗୋଟିଏ ।

ଅନେକ ପର୍ବପର୍ବାଣୀ ମଧ୍ୟରୁ କୁଆଁରୀ ଝିଅମାନେ ନିଜ ଭାଇର ଶୁଭ ମନାସି ମା' ମଙ୍ଗଳାଙ୍କ ପାଖେ ଖୁଦୁରୁକୁଣୀ ଓଷା କରନ୍ତି । ବିଶ୍ବାସ ରହିଛି ଭାଦ୍ରବ ମାସର ପ୍ରତି ରବିବାର କୁମାରୀମାନେ ଏହି ଉପବାସ ରଖି ମା' ମଙ୍ଗଳାଙ୍କ ନିକଟରେ ପୂଜା କରିଥାନ୍ତି । ଆଉ ଭାଦ୍ରବ ମାସର ଶେଷ ରବିବାର ବ୍ରତ ଉଦଯାପନ କରିଛନ୍ତି ।

ଶେଷ ହେଲା କୁମାରୀଙ୍କ ଖୁଦୁରୁକୁଣୀ ଓଷା

ଭାଇଙ୍କ ଜୀବନରୁ ସବୁ କଷ୍ଟ ଦୂର ପାଇଁ ଦୁହୁଡ଼ି ପୋତି ସେଥିରେ ନିଆଁ ସଂଯୋଗ କରି ଝୁଣା ମରିଥାନ୍ତି କୁମାରୀମାନେ । ଆଉ ବିଶ୍ବାସ ରହିଛି ଏହି ନିଆଁରେ ଝୁଣା ମାରିବା ଦ୍ବାରା ଭାଇର ସବୁ କଷ୍ଟ ଦୂର ହୋଇଥାଏ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.