ETV Bharat / state

ପ୍ରଧାନ ମହାଲେଖାକାର ଅନନ୍ତଙ୍କ ଶେଷକୃତ୍ୟ ସମ୍ପନ୍ନ, ମୁଖାଗ୍ନି ଦେଲେ ସାନପୁଅ

author img

By ETV Bharat Odisha Team

Published : Oct 15, 2023, 6:14 PM IST

Updated : Oct 15, 2023, 6:21 PM IST

ଓଡ଼ିଶା ମହାଲେଖାକାର(ଏଜି) କାର୍ଯ୍ୟାଳୟର ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରାଙ୍କ ଆଜି ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଗତକାଲି ବିଳମ୍ବିତ ରାତିରେ ତାଙ୍କ ଦେହାନ୍ତ ଘଟିଥିଲା । ଅଧିକ ପଢନ୍ତୁ

Ananta Kishore Behera
Ananta Kishore Behera
ପ୍ରଧାନ ମହାଲେଖାକାର ଅନନ୍ତଙ୍କ ଶେଷକୃତ୍ୟ ସମ୍ପନ୍ନ, ମୁଖାଗ୍ନି ଦେଲେ ସାନପୁଅ

ଭୁବନେଶ୍ବର: ଓଡ଼ିଶା ମହାଲେଖାକାର(ଏଜି) କାର୍ଯ୍ୟାଳୟର ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରାଙ୍କ ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ବର ସ୍ଥିତ AIIMSରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ଘଟିଥିବା ଆଜି ବେଳେ ତାଙ୍କୁ ବହୁ ନେତା, ସରକାରୀ କର୍ମଚାରୀ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହାପରେ ପୁରୀ ସ୍ବର୍ଗଦ୍ବାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସାନ ଭାଇ ମାଧଵାନନ୍ଦ ବେହେରା ଓ ସାନ ପୁଅ ଲେହଁ ବେହେରା ମୁଖାଗ୍ନି ଦେଇଛନ୍ତି ।

ପ୍ରଧାନ ମହାଲେଖାକାର ଅନନ୍ତଙ୍କ ଶେଷକୃତ୍ୟ ସମ୍ପନ୍ନ
ଅନନ୍ତଙ୍କ ପାର୍ଥିବ ଶରୀରକୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା

ଶନିବାର ତାଙ୍କ ମୃତ୍ୟୁ ଖବର ପାଇ ପ୍ରଧାନ ମହାଲେଖାକାର ଅଡିଟ ରାଜ କୁମାର, ମହାଲେଖାକାର ବିଶ୍ବନାଥ ସିଂହ ଜାଦୋନ, ବରିଷ୍ଠ ଉପ-ମହଲେଖାକର ଦୀପକ ରଘୁ, ଉପ ମହାଲେଖାକାର ଏସ. ଅରୁଣା, ପି. ଅଶୋକାନ,ରାଜ୍ୟ ବିଜେପି ଉପ-ସଭାପଟି ଲେଖାଶ୍ରୀ ସାମନ୍ତ ସିଂହାର, କଲ୍ୟାଣ ଅଧିକାରୀ ଅଶୋକ ଚନ୍ଦ୍ର ପଣ୍ଡା, ଏ. ଜି ଆମ୍ବୁଲାନ୍ସ ଡିଭିଜନର ସହକାରୀ ଆଯୁକ୍ତ ପୁରୁଷୋତ୍ତମ ବଳ, ବିଜୟ ନାୟକ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ପହଞ୍ଚିଥିଲେ । ମୃତ୍ୟୁ ବେଳକୁ ତାଙ୍କର 52 ବର୍ଷ ହୋଇଥିଲା ।

ଏହା ବି ପଢନ୍ତୁ- ପରଲୋକରେ ଓଡିଶାର ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରା

ଆଜି ସକାଳେ ତାଙ୍କର ପାର୍ଥିବ ଶରୀରକୁ ଜନସାଧାରଣ, ଅଧିକାରୀ ଓ କର୍ମଚାରୀମାନଙ୍କ ଦର୍ଶନ ପାଇଁ ରଖାଯାଇଥିଲା । ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ଓଡ଼ିଶାର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଓଡିଶା ସରକାରଙ୍କ ଅର୍ଥ ବିଭାଗର ଶାସନ ସଚିବ ବିଶାଳ ଦେବ, କେନ୍ଦ୍ର ସରକାରଙ୍କ କୋଇଲା ଓ ଖଣି ମନ୍ତ୍ରାଳୟର ମହାନିର୍ଦ୍ଦେଶକ ବିଭୁଦତ୍ତ ବସନ୍ତିଆ ମହାଲେଖାକାର ବିଶ୍ବନାଥ ସିଂହ ଜାଡନ, ପୂର୍ବତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉପେନ୍ଦ୍ର ନାଥ ବେହେରା, ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ପ୍ରମୁଖ ତାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ସୂଚନା ଥାଉ କି ସେ କଟକ ଜିଲ୍ଲା ମାହାଙ୍ଗା ନିକଟବର୍ତ୍ତୀ କୁଆଁପାଳ କୁହୁଣ୍ଡା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ସେ ଜଣେ ଦକ୍ଷ ପ୍ରଶାସକ ଭାବେ କାର୍ଯ୍ୟ କରିବା ସହ ବିଭିନ୍ନ ରାଜ୍ୟର ପ୍ରଧାନ ମହାଲେଖାକାର କାର୍ଯ୍ୟ କରି ସୁନାମ ଅର୍ଜନ କରିଥିଲେ । ଓଡିଶା ଏ. ଜିରେ ପ୍ରଧାନ ମହାଲେଖାକାର ଭାବେ ଯୋଗ ଦେବା ପରେ ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ କର୍ମଚାରୀଙ୍କ ଅବସର ଦିନରେ ପେନସନ ଓ ଭବିଷ୍ୟନିଧି ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ କରିବା ସହ ବିଭିନ୍ନ ଜିଲ୍ଲାରେ ପେନସନ ଅଦାଲତ ଅନୁଷ୍ଠିତ କରି ବାକିଆ ପ୍ରାପ୍ୟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେ କିଛି ଦିନ ଧରି ଫୁସଫୁସ ଜନିତ ସଂକ୍ରମଣରେ ପୀଡିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 15, 2023, 6:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.