ETV Bharat / state

ଅବହେଳିତ ଏସିଆର ସର୍ବବୃହତ ଶାଗୁଆନ ଜଙ୍ଗଲ ବରବରା, ଥରେ ଆସିଲେ ମୁହଁମୋଡୁଛନ୍ତି ପର୍ଯ୍ୟଟକ

author img

By

Published : Feb 23, 2023, 5:53 PM IST

ଏସିଆ ମହାଦେଶର ସର୍ବବୃହତ ବରବରା ଜଙ୍ଗଲ ଏବେ ମୁଖ୍ୟସ୍ରୋତରୁ ବିଚ୍ଛିନ୍ନ ହେବାରେ ଲାଗିଛି । ବହୁସଂଖ୍ୟାରେ ପର୍ଯ୍ୟଟକଙ୍କ ଆସୁଥିଲେ ମଧ୍ୟ ନେଟୱର୍କ ନଥିବାରୁ ଏଠାକୁ ଥରେ ଆସିଲେ ଦ୍ବତୀୟଥର ଆସିବା ପାଇଁ ମନ ବଳାଉନହାନ୍ତି ପର୍ଯ୍ୟଟକ । ଅଧିକ ପଢ଼ନ୍ତୁ

ଏସିଆ ମହାଦେଶର ସର୍ବବୃହତ୍ତ ବରବରା ଜଙ୍ଗଲ
ଏସିଆ ମହାଦେଶର ସର୍ବବୃହତ୍ତ ବରବରା ଜଙ୍ଗଲ
ଅବହେଳିତ ଏସିଆର ସର୍ବବୃହତ ଶାଗୁଆନ ଜଙ୍ଗଲ ବରବରା

ଖୋର୍ଦ୍ଧା: ଖୋର୍ଦ୍ଧା ବନଖଣ୍ଡ ଅନ୍ତର୍ଗତ ବାଲୁଗାଁ ରେଞ୍ଜରେ ଅବସ୍ଥିତ ଏସିଆ ମହାଦେଶର ସର୍ବବୃହତ୍ତ ଶାଗୁଆନ ଜଙ୍ଗଲ ଦାମିଆ ବରବରା ଫରେଷ୍ଟ୍ । ରାଜ୍ୟ ରାଜଧାନୀ ଠାରୁ ପ୍ରାୟ ଏକ ଶହ କିଲୋମିଟର ଦୂରତା ମଧ୍ୟରେ ଏହି ଜଙ୍ଗଲ ଅବସ୍ଥିତ । ୫ ସରକ୍ଷିତ ଜଙ୍ଗଲ ଯଥା ଆରଙ୍ଗ, ବାଙ୍କଡ଼, କଟୁଆଳ, ଟୋମନା ଓ ରକିଙ୍ଗ ଥିବା ବେଳେ ୯ ଚିହ୍ନଟ ସଂରକ୍ଷିତକୁ ନେଇ ଏହି ଜଙ୍ଗଲ ପରିଚିତ । ଉତ୍ତରରେ ନୟଗଡ଼, ଦକ୍ଷିଣରେ ଗଞ୍ଜାମ ଓ କେନ୍ଦ୍ରଭାଗରେ ଖୋର୍ଦ୍ଧା ଜିଲ୍ଲା ଅବସ୍ଥିତ ।ବାଣପୁର ଏବଂ ଗଞ୍ଜାମ ଖଲିକୋଟ୍ ବ୍ଳକ ଦେଇ ଏହି ସ୍ଥାନକୁ ଆସିବା ନିମନ୍ତେ ରାସ୍ତା ରହିଛି ।

ଏହି ତିନି ଜଙ୍ଗଲ ଗ୍ରାମରେ ୭୦ଟି ପରିବାର ଥିବା ବେଳେ ୨୭୯ ଲୋକ ବସବାସ କରନ୍ତି । ସେମାନଙ୍କ ଚାଲି ଚଳଣୀ ସାଧାରଣ ଲୋକଙ୍କ ଠାରୁ ଭିନ୍ନ ହୋଇଥିବା ବେଳେ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରି ସେମାନେ ତାଙ୍କ ପରିବାର ପ୍ରତିପୋଷଣ କରିଥାନ୍ତି । ଏହି ଜଙ୍ଗଲରେ ଥିବା ଶାଗୁଆନ ଓ ଶାଳ ଗଛଗୁଡ଼ିକ ଉଚ୍ଚତା ଏମିତି ହୋଇଛି ସତେ ଯେମିତି ଏ ଗଛ ଗୁଡ଼ିକ ଆକାଶରେ ଥିବା ବାଦଲକୁ ଛୁଇଁବା ଭଳି ଦେଖାଯାଇଛି । ଦିନ ଥିଲା ଏ ଜଙ୍ଗଲରେ ପ୍ରାୟ ୨୫୦ପ୍ରକାର ମୂଲ୍ୟବାନ ଗଛ ଦେଖିବାକୁ ମିଳୁଥିଲା । କିନ୍ତୁ କାଠ ମାଫିଆ ଉପଦ୍ରବ ହେଉ ନଚେତ ଜଙ୍ଗଲ ବିଭାଗ ଅବହେଳା, ବର୍ତ୍ତମାନ ଅତିବେଶୀରେ ୧୩୦ ପ୍ରକାର ମୂଲ୍ୟବାନ ଗଛ ସହ ଆଉ କିଛି ଔଷଧ୍ୟ ଗଛ ଦେଖିବାକୁ ମିଳୁଛି ।

ତେବେ କେନ୍ଦ୍ର ସରକାର ତରଫରୁ ୧୯୯୪ ମସିହା ଠାରୁ ଏହି ଜଙ୍ଗଲ ସୁରକ୍ଷା ଦାୟିତ୍ଵ କେନ୍ଦ୍ରୀୟ ସୁରକ୍ଷା ବଳ (ସିଆରପିଏଫ)ହାତରେ ନ୍ୟସ୍ତ ଥିଲା । ମାତ୍ର ୨୦୧୬ ମସିହା ଠାରୁ କେନ୍ଦ୍ର ସରକାର କେନ୍ଦ୍ରୀୟ ସୁରକ୍ଷା ବଳ ଯବାନଙ୍କ ପ୍ରତ୍ୟାହାର କରିନେଇଥିବା ବେଳେ ବର୍ତ୍ତମାନ ଜଙ୍ଗଲ ସୁରକ୍ଷା ଅବସରପ୍ରାପ୍ତ ସୈନିକ କରୁଥିବା ଜଣାପଡ଼ିଛି । ବିଗତ ସାତ ବର୍ଷ ହେବ ପ୍ରାୟ ୨୫ ଜଣ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ନିଯୁକ୍ତି ଜଙ୍ଗଲ ବିଭାଗ ଦେଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ସାତ ବନ୍ୟ ସଂରକ୍ଷଣ ସାମିତି ଜଙ୍ଗଲ ସୁରକ୍ଷା ନେଇ ସଚେତନତା କରିବା ଜଣାପଡ଼ିଛି । ସେହିପରି ୨୫ ବନରକ୍ଷୀ ଓ ଜଣେ ବନପାଳ ଜଙ୍ଗଲ ସୁରକ୍ଷା ଦାୟିତ୍ବରେ ଥିବା ବେଳେ ଏହା ପର୍ଯ୍ୟାପ୍ତ ହୋଇନଥିବା ଜଣାପଡ଼ିଛି । ଶାନ୍ତ ପରିବେଶ ଓ ଅବିଶାନ୍ତ ଜଙ୍ଗଲରେ ବର୍ତ୍ତମାନ ୧୪ ହାତୀ ଗୋଟିଏ ଜଙ୍ଗଲରୁ ଅନ୍ୟ ଜଙ୍ଗଲକୁ ନିର୍ଭୟରେ ଯାତାୟତ କରୁଛନ୍ତି । ସେହିପରି ଏ ଜଙ୍ଗଲରେ ଗୟଳ , ସମ୍ବର , ହରିଣ , କଲରାପତରିଆ ବାଘ , ଲାଭୁ , ଠେକୁଆ , ହରିଣ , ଅହିରାଜ ଭଳି ଜୀବଜନ୍ତୁଙ୍କ ଥିବା ବନବିଭାଗ କର୍ମଚାରୀ ପ୍ରକାଶ କରିଛନ୍ତି ।

ପ୍ରକୃତିର ଅପରୂପ ସମାହାର ଦାମିଆ ବରବରାକୁ ଉପଭୋଗ କରିବା ପାଇଁ ବନ ବିଭାଗ ମଧ୍ୟ ବ୍ୟାପକ ବ୍ୟବସ୍ଥା କରିଛ । ଏସିଆ ମହାଦେଶର ଏହି ସର୍ବବୃହତ ଶାଗୁଆନ ଜଙ୍ଗଲ ଦାମିଆ ବରବରାରେ ରହିଛି ଜଙ୍ଗଲ ବିଭାଗର ପ୍ରକୃତି ନିବାସ । ଜଙ୍ଗଲ ଭିତରେ ଅତ୍ୟାଧୁନିକ ବ୍ୟବସ୍ଥା ସହିତ ରହିଛି 7ଟି କଟେଜ । ଅନଲାଇନରେ ବୁକିଂ କରି ପର୍ଯ୍ୟଟକ ଏହି ବିଶାଳ ଜଙ୍ଗଲର ମଜା ନେଇ ପାରିବେ । ପକୃତିର ଅପରୂପ ସମହାରରେ ଭରପୁର ଏହି ବରବରା ଜଙ୍ଗଲକୁ ଉପଭୋଗ କରିବା ପାଇଁ ବହୁସଂଖ୍ୟାରେ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ ଏଠାକୁ । କିନ୍ତୁ ଏହି ଅଞ୍ଚଳରେ ମୋବାଇଲ ନେଟୱର୍କ ନଥିବାରୁ ଏହା ଏକ ପ୍ରକାର କଟଅପ ଅଞ୍ଚଳ ଭାବେ ପରିଚିତ । ମୋବାଇଲ ସେବା ନଥିବାରୁ ସ୍ଥାନୀୟ ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଦିନ ସମୟରେ ରାସ୍ତାର ଦୁଇ କଡରେ ବନ୍ୟଜନ୍ତୁଙ୍କ ନିର୍ଭୟ ବିଚରଣ ଆପଣଙ୍କୁ ଆନନ୍ଦିତ କରିବ । ସେହିଭଳି କଟେଜରେ କୁନି ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଥିବା ଦେଖିବକୁ ମିଳିଛି । ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବନ ବିଭାଗ 24ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ସହ ଜଙ୍ଗଲ ସୁରକ୍ଷା ଉପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ବିଭିନ୍ନ ସମୟରେ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.