ETV Bharat / state

ବେଗୁନିଆରେ ଶିଳ୍ପ ଭିତ୍ତିଭୂମିର ହେବ ବିକାଶ, ଚିହ୍ନଟ ହେଲା ଜମି

author img

By

Published : Oct 18, 2022, 2:44 PM IST

ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀରେ ଶିଳ୍ପ ଭିତ୍ତିଭୂମି ବିକାଶ ପାଇଁ ଆଜି ବେଗୁନିଆ ବ୍ଲକର କୁଶୁପଲ୍ଳା ମୌଜାରେ ଜାଗା ଚିହ୍ନଟ କରାଯାଇଛି(Industries Establishment in Khorda) । ଅଧିକ ପଢନ୍ତୁ

land identified for industries establishment in Khorda
ବେଗୁନିଆରେ ଶିଳ୍ପ ଭିତ୍ତିଭୂମିର ହେବ ବିକାଶ, ଚିହ୍ନଟ ହେଲା ଜମି

ଖୋର୍ଦ୍ଧା: ଶିଳ୍ପର ବିକାଶ ହେଲେ ସମୃଦ୍ଧ ହେବ ଓଡିଶା ଓ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ । ଏଥିପାଇଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଶିଳ୍ପ ପାଇଁ ଚିହ୍ନଟ କରାଯାଉଛି । ଏହି କ୍ରମରେ ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀରେ ଶିଳ୍ପ ଭିତ୍ତିଭୂମି ବିକାଶ ପାଇଁ ଆଜି ବେଗୁନିଆ ବ୍ଲକର କୁଶୁପଲ୍ଳା ମୌଜାରେ ଥିବା ୩୨୯ ଏକର ଜମି ପରିଦର୍ଶନ କରିଛନ୍ତି ପ୍ରଶାସନିକ ଅଧିକାରୀ (industries establishment in Khorda)। ତାସହିତ ଏଠାରେ ଜାଗା ଚିହ୍ନଟ ପକ୍ରିୟା ଶେଷ କରିଛନ୍ତି ଖୋର୍ଦ୍ଧା ଜିଲ୍ଳାପାଳ ।

ବେଗୁନିଆ ତହସିଲର ଦୁଇଟି ରାଜସ୍ବ ଗ୍ରାମ ସହ ବୋଲଗଡ ତହସିଲର ଗୋଟିଏ ରାଜସ୍ବ ଗ୍ରାମରେ ଶିଳ୍ପ ପାଇଁ ଇଡକୋକୁ ଜମି ପ୍ରଦାନ କରିବ ଜିଲ୍ଲା ପ୍ରଶାସନ । ଏଥିପାଇଁ ଜମି ଚିହ୍ନଟ ପ୍ରକିୟା ଶେଷ ହୋଇଛି । ବେଗୁନିଆ ତହସିଲ ଅନ୍ତର୍ଗତ କୁଶୁପଲ୍ଳା ମୌଜାରେ ୩୨୯ ଓ ଭୂଇଁପୁର ମୌଜାରେ ୧୫୦ ଏକର ଜମି ଇଡକୋ ଦେବା ପାଇଁ ଜାଗା ଚିହ୍ନଟ ହୋଇଥିବା ବେଳେ ବୋଲଗଡ ତହସିଲ ପିଚୁକୁଳି ମୌଜାରେ ୬୩ ଏକର ଜମି ଚିହ୍ନଟ ହୋଇଛି । ସେହିପରି ସୋମବାର ବେଗୁନିଆ ତହସିଲ ଅନ୍ତର୍ଗତ କୁଶୁପଲ୍ଳା ମୌଜାରେ ଥିବା ୩୨୯ ଏକର ଜମିକୁ ଚିହ୍ନଟ କରାଯାଉଥିବା ବେଳେ ଏହାର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ, ଖୋର୍ଦ୍ଧା ଏସପି, ବେଗୁନିଆ ତହସିଲଦାରଙ୍କ ସହ ଇଡକୋର ବରିଷ୍ଠ ଅଧିକରୀ ।

ଶିଳ୍ପ ହେଲେ ଅଞ୍ଚଳର ବିକାଶ ହେବ ସ୍ଥାନୀୟ ଲୋକେ ଏଥିରେ ନିଯୁକ୍ତି ପାଇବେ ବୋଲି ଆଶା କରିଛନ୍ତି ସ୍ଥାନୀୟ ଜନସାଧାରଣ । ଅନ୍ୟପଟେ ଶିଳ୍ପ ପ୍ରତିଷ୍ଠା ହେଲେ ହେଲେ କାଜୁ ଜଙ୍ଗଲ ନଷ୍ଟ ହେବା ଆଶଙ୍କା କରାଯାଇଛି । ତାସହ କୁଶୁପଲ୍ଳା ମୌଜାରେ ହନୁମାନ ମନ୍ଦିରକୁ ଯାଇଥିବା ରାସ୍ତା ଓ ଖେଳ ପଡିଆକୁ ରାସ୍ତା ଛାଡିବାକୁ ସ୍ଥାନୀୟ ଲୋକେ ଜିଲ୍ଳାପାଳଙ୍କୁ ନିବେଦନ କରିଛନ୍ତି । ଜିଲ୍ଳାପାଳ ସମସ୍ତ ଘଟଣାକୁ ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.