ETV Bharat / state

ଖୋର୍ଦ୍ଧାରୁ ଲକ୍ଷାଧିକ ଟଙ୍କାର ବାଣ ଓ ବିସ୍ଫୋରକ ସାମଗ୍ରୀ ଜବତ

author img

By

Published : Nov 14, 2020, 10:31 AM IST

Updated : Nov 14, 2020, 10:47 AM IST

ଖୋର୍ଦ୍ଧାରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି ବେଗୁନିଆ ପୋଲିସ । ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ଆକଳନ କରାଯାଉଛି । ଅଧିକ ପଢନ୍ତୁ...

ଖୋର୍ଦ୍ଧାରୁ ଲକ୍ଷାଧିକ ଟଙ୍କାର ବାଣ ଓ ବିସ୍ଫୋରକ ସାମଗ୍ରୀ ଜବତ
ଖୋର୍ଦ୍ଧାରୁ ଲକ୍ଷାଧିକ ଟଙ୍କାର ବାଣ ଓ ବିସ୍ଫୋରକ ସାମଗ୍ରୀ ଜବତ

ଖୋର୍ଦ୍ଧା: ବେଗୁନିଆ ପୋଲିସ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ଆକଳନ କରାଯାଉଛି । କୋରୋନା ମାହାମାରୀ ପାଇଁ ଏଥର ସରକାର ବାଣ କାରବାର ଓ ଫୁଟାଇବାରୁ ଉପରେ ନିଷେଧ ଘୋଷଣା କରିଛନ୍ତି । ଯାହା ଫଳରେ ଅନେକ ବେଆଇନ ଭାବେ ବାଣ ବିକ୍ରି କରିବାରେ ଲାଗିଛନ୍ତି ।

ସେହିଭଳି ବେଆଇନ ଭାବେ ବେଗୁନିଆ ଥାନା କଣ୍ଟାବାଡ ଗାଁର କାଶିନାଥ ମହାପାତ୍ର ବାଣ ପ୍ରସ୍ତୁତି କରି ଅନ୍ୟ ଘରେ ଲୁଚାଇ ରଖିଥିବାର ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ଗତକାଲି ବିଳମ୍ବିତ ରାତିରେ ବେଗୁନିଆ ପୋଲିସର ଏକ ଟିମ୍ ଚଢାଉ କରିଥିଲା। ଚଢାଉ ବେଳେ ଲକ୍ଷାଧିକ ଟଙ୍କାର ବାଣ ,ବାଣ ତିଆରି ସାମଗ୍ରୀ ଏବଂ ବାରୁଦ ଜବତ କରିବା ସହ କାଶୀନାଥଙ୍କ ନାମରେ ଏକ ମାମଲା ରୁଜୁ କରିଥିବା ବେଗୁନିଆ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Nov 14, 2020, 10:47 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.