ETV Bharat / state

ପୋଷ୍ଟାଲରେ ଟଙ୍କା ଡିପୋଜିଟ ଆଳରେ ୧୫ ଲକ୍ଷ ହଡ଼ପ, ରାଜଧାନୀରୁ ଲେଡି ଠକ ଏଜେଣ୍ଟ ଗିରଫ - ଗ୍ରାହକଙ୍କ ଠାରୁ ୧୫ ଲକ୍ଷ ହଡ଼ପ

ଏଜେଣ୍ଟ ଜରିଆରେ ପୋଷ୍ଟାଲରେ ବାନ୍ଧୁଛନ୍ତି କି ଟଙ୍କା ? ହୋଇ ଯାଆନ୍ତୁ ସତର୍କ ନଚେତ ହୋଇପାରନ୍ତି ଠକାମୀର ଶିକାର । ଅଧିକ ପଢ଼ନ୍ତୁ

lady postal agent arrested in bhubaneswar
ରାଜଧାନୀରୁ ଲେଡି ଠକ ଏଜେଣ୍ଟ ଗିରଫ
author img

By

Published : Apr 7, 2023, 8:50 PM IST

ରାଜଧାନୀରୁ ଲେଡି ଠକ ଏଜେଣ୍ଟ ଗିରଫ

ଭୁବନେଶ୍ବର: ପୋଷ୍ଟାଲରେ ଡିପୋଜିଟ ପାଇଁ ଗ୍ରାହକଙ୍କଠାରୁ ଟଙ୍କା ନେଉଥିଲେ । ହେଲେ ଟଙ୍କା ଡିପୋଜିଟ ନକରି ନିଜେ ରଖୁଥିଲେ । ଏହିପରି ଭାବରେ ରାଜଧାନୀରେ ବିଭିନ୍ନ ଲୋକଙ୍କଠାରୁ ୧୫ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ପରେ ଠକ ଲେଡିଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଗିରଫ ମହିଳା ଜଣକ ହେଉଛନ୍ତି ସ୍ବର୍ଣ୍ଣଲତା ଦାସ । ତାଙ୍କଠାରୁ ପୋଲିସ ୧୮ରୁ ଊର୍ଦ୍ଧ୍ବ ପୋଷ୍ଟାଲ ପାସ୍‌ବୁକ ଜବତ କରିଛି ।

ସୂଚନା ମୁତାବକ, ଠକ ଲେଡି ଜଣକ ପୋଷ୍ଟାଲରେ ଏଜେଣ୍ଟ ଭାବେ ଓଲ୍ଡଟାଉନ ସମେତ ଆଖପାଖ ଅଞ୍ଚଳରେ ବେଶ ପରିଚିତ । ଲୋକଙ୍କ ପାଖରେ ନିଜ ସ୍ବାମୀ ଓ ଶ୍ୱଶୁରଙ୍କ ପରିଚୟ ଦେଇ ସେମାନଙ୍କ ବିଶ୍ବାସଭାଜନ‌ ହୋଇଥିଲେ । ପୋଷ୍ଟାଲର ବିଭିନ୍ନ ସ୍କିମ୍‌ ଆଧାରରେ ଡିପୋଜିଟ ପାଇଁ ଲୋକଙ୍କଠାରୁ ଟଙ୍କା ସଂଗ୍ରହ କରୁଥିଲେ । ହେଲେ କଲେକ୍ସନ ଟଙ୍କା ପୋଷ୍ଟାଲରେ ଡିପୋଜିଟ ନକରି ନିଜ ପାଖରେ ରଖୁଥିଲେ । ଏପରିକି ଗ୍ରାହକଙ୍କ ପାସ୍‌ବୁକ ମଧ୍ୟ ଅପଡେଟ୍‌ କରୁନଥିଲେ‌ । ଦୁଇ ବର୍ଷ ଧରି ଜମାକାରୀ ଆରଡି, ସେଭିଂ, ଫିକ୍ସ କରି ମଧ୍ୟ ନା ଟଙ୍କାର ଡିପୋଜିଟ ମେସେଜ ପାଉଥିଲେ ନା ପାସବୁକରେ ଅପଡେଟ କରୁଥିଲେ । ଯାହାକୁ ନେଇ ଠକ ଲେଡି ଏଜେଣ୍ଟଙ୍କ ସହ ଯୋଗାଯୋଗ କରିଥିଲେ । ମାତ୍ର କୌଣସି ଟଙ୍କାର କୌଣସି ଖୋଜ ଖବର ପାଉନଥିଲେ । ଏହାପରେ ପୋଲିସର ଦ୍ବାରସ୍ଥ ହୋଇଥିଲେ ।

ଭିମଟାଙ୍ଗୀର ସ୍ବର୍ଣ୍ଣପ୍ରଭା ମହାସୁଆର ନାମକ ଜଣେ ମହିଳାଙ୍କଠାରୁ ୧୫ଲକ୍ଷରୁ ଅଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ କରିି ସମ୍ପୃକ୍ତ ମହିଳାଙ୍କୁ ଗିରଫ କରିଛି । ବର୍ତ୍ତମାନ ଧୀରେଧୀରେ ଠକ ଲେଡିଙ୍କ କାରନାମା ସାମ୍ନାକୁ ଆସିଛି । କେବଳ ଜଣେ ନୁହେଁ ବିଭିନ୍ନ ସ୍ଥାନରୁ ଲୋକଙ୍କଠାରୁ ଟଙ୍କା ହଡ଼ପ କରିଥିବା ଅଭିଯୋଗ ଆସୁଛି ।

ବ୍ରହ୍ମେଶ୍ବର ପାଟଣାରେ ସୁବାଷିନୀ ବେହେରା ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, "ମୁଁ ଜଣେ ଅବସରପ୍ରାପ୍ତ ହସ୍ପିଟାଲ ଆଟେଣ୍ଡାଣ୍ଟ । ଚାକିରି ଥିବା ସମୟରେ ମାସକୁ ୧୦୦୦ ଲେଖାଏଁ ଡିପୋଜିଟ ପାଇଁ ଉକ୍ତ ମହିଳାଙ୍କୁ ଟଙ୍କା ଦେଇଛନ୍ତି । ପରିଶ୍ରମ କରି ଝାଳବୁହା ଧନକୁ ସଞ୍ଚିଥିଲି । ହେଲେ ମହିଳା ଜଣକ ଠକିନେଲେ । ଏହି ଘଟଣାରେ ତାଙ୍କୁ ଉପଯୁକ୍ତ ଦଣ୍ଡ ମିଳିବା ସହ ଆମକୁ ନ୍ୟାୟ ଦିଆଯାଉ । କଷ୍ଟ ଅର୍ଜିତ ଧନକୁ ଫେରାଯାଉ ।" ଅନ୍ୟପଟେ ଏସିପି ଗିରିଜା ଚକ୍ରବର୍ତ୍ତୀ କହିଛନ୍ତି, ମହିଳାଙ୍କୁ ଗିରଫ କରି ତଦନ୍ତ କରାଯାଉଛି । ଠକେଇ ଟଙ୍କା କେଉଁ ଆଡେ ଯାଇଛି ଅର୍ଥନୈତିକ କାରବାର ଲିଙ୍କ ଖୋଜାଯିବ । ପୋଷ୍ଟାଲ ଅଫିସ୍‌ ସହ ତାଙ୍କର କ'ଣ ଲିଙ୍କ ରହିଛି ସେନେଇ ତଦନ୍ତ କରାଯିବ ବୋଲି ଏସିପି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.