ETV Bharat / state

ବ୍ଲାକମେଲର ଇରାନିଙ୍କ ନାଁରେ ପୁଣି ଅଭିଯୋଗ, ଚାକିରି ଆଳରେ ଲୁଟୁଥିଲେ ଟଙ୍କା ! - ଇରାନିଙ୍କ ନାଁରେ ମାମଲା

ଫିଟୁଛି ଲେଡି ବ୍ଲାକମେଲର ଇରାନି ପାତ୍ରଙ୍କ ଗୁମର । ଏନେଇ ତମାଣ୍ଡୋ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଅଭିଯୋଗକାରୀ କଣ୍ଟ୍ରାକ୍ଟର। ଅଧିକ ପଢନ୍ତୁ

ଇରାନିଙ୍କ ନାଁରେ ପୁଣି ଅଭିଯୋଗ
ଇରାନିଙ୍କ ନାଁରେ ପୁଣି ଅଭିଯୋଗ
author img

By ETV Bharat Odisha Team

Published : Sep 15, 2023, 8:32 PM IST

ଇରାନିଙ୍କ ନାଁରେ ପୁଣି ଅଭିଯୋଗ

ଭୁବନେଶ୍ବର: ଫିଟୁଛି ଲେଡି ବ୍ଲାକମେଲର ଇରାନି ପାତ୍ରଙ୍କ ଗୁମର। ତାଙ୍କ ନାଁରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ସାମ୍ନାକୁ ଆସୁଛି । ନୂଆ ନୂଆ ତରିକାରେ ବ୍ଲାକମେଲ ଓ ଠକେଇ କାରବାର କରୁଥିଲେ ଇରାନି। ଏନେଇ ତମାଣ୍ଡୋ ଥାନାରେ ଅଭିଯୋଗ ଆଣିଛନ୍ତି ଆଉ ଜଣେ ଅଭିଯୋଗକାରୀ । ପୂର୍ବରୁ ଡ଼ାକ୍ତର, ଛାତ୍ର, ହୋଲ ସେଲ ବ୍ୟବସାୟୀଙ୍କୁ ବ୍ଲାକମେଲ ଘଟଣା ପରେ ଏବେ ଅଭିଯୋଗ ଆଣିଛନ୍ତି କଣ୍ଟ୍ରାକ୍ଟର। ସାମ୍ନାକୁ ଆସିଛି ଚାକିରି ଆଳରେ ଠକେଇ ଅଭିଯୋଗ । ଏହି ଅଭିଯୋଗକୁ ଆଧାରକରି କରିଥିବା ଏଯାବତ ଇରାନିଙ୍କ ନାଁରେ ମୋଟ ୪ଟି ଅଭିଯୋଗ ହୋଇଥିବା ଜଣାପଡିଛି ।

ତେବେ ଲେଡି ବ୍ଲାକମେଲର ଅର୍ଚ୍ଚନାଠାରୁ ଆହୁରି ଧୃତ ଥିଲେ ଇରାନି ପାତ୍ର । ଅନେକ ଲୋକଙ୍କ ସହ ବନ୍ଧୁତା ଓ ସମ୍ପର୍କ ବଢ଼ାଇ ଇମୋସନାଲ ଅତ୍ୟାଚାର କରୁଥିଲେ । ଆଉ ଧୀରେଧୀରେ ସେମାନଙ୍କୁ ନିଜର ଜାଲରେ ଫସାଇ ବ୍ଲାକମେଲ ଓ ଠକି ଚାଲିଥିଲେ ଇରାନି ପାତ୍ର। କାରଣ ଲୋକଲଜ୍ଜା ଭୟରେ ପୂର୍ବରୁ କେହି ଥାନାକୁ ଆସୁନଥିବାବେଳେ ଏବେ ଇରାନିଙ୍କ ପୋଲ୍ ଖୋଲିବା ପରେ ସମସ୍ତେ ସାହସ ଜୁଟାଇଛନ୍ତି । ତମାଣ୍ଡୋ ଅଞ୍ଚଳର କଣ୍ଟ୍ରାକ୍ଟର ସୌଭାଗ୍ୟ କେତନ ଜେନାଙ୍କୁ ୩ ଲକ୍ଷ ଚୁନା ଲଗାଇଥିଲା ଇରାନି ପାତ୍ର । ସ୍ବାମୀ ନିଶିକାନ୍ତ ଜରିଆରେ ପ୍ରାୟ ୩ ଲକ୍ଷ ୬୦ହଜାର ଟଙ୍କା ଠକି ନେଇଥିଲା ଇରାନି । ଏପରିକି ଟଙ୍କା ନେଇ ଚାକିରି ଦେଇନଥିଲା କି ଟଙ୍କା ବି ଫେରାଇ ନଥିଲା ବରଂ ଇମୋସନାଲ ଅତ୍ୟାଚାର କରୁଥିଲା। ଏନେଇ ଏବେ ତମାଣ୍ଡୋ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଅଭିଯୋଗକାରୀ କଣ୍ଟ୍ରାକ୍ଟର ।

ସେ ଅଭିଯୋଗ କରିଛନ୍ତି, "ପତ୍ନୀ ଓ ସହଯୋଗୀଙ୍କୁ ଚାକିରି ଦେବାର ଲୋଭ ଦେଖାଇ ଟଙ୍କା ଠକି ନେବା ପରେ ଇରାନି ଧମକ ଦେଉଥିଲା।" ତେବେ ବଢ଼ୁଥିବା ଅଭିଯୋଗକୁ ଆଧାର କରି ତଦନ୍ତକୁ ଜୋରଦାର‌ କରିଛି କମିଶନରେଟ ପୋଲିସ । ଏପରିକି ନିଜ ସାମ୍ରାଜ୍ୟ ବଢ଼ାଇବା ପାଇଁ ତମାଣ୍ଡୋ ଅଞ୍ଚଳରେ ଏକ ଡୁପ୍ଲେକ୍ସ ଭଡ଼ା ଘର ନେଇଥିଲେ ବୋଲି ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି । ଏନେଇ ମାସିକ ୧୦ହଜାରରୁ ଊର୍ଦ୍ଧ୍ବ ଟଙ୍କା ଦେଇ ଭଡ଼ା ଘରେ ଏପରି କାରବାର ଚଳାଇଥିଲେ । ଏନେଇ ଏକାଧିକ ଲୋକଙ୍କୁ ଫସାଇବା ପାଇଁ ସେହି ଘରେ ନିଜ ଅପରାଧିକ କାରବାର କରୁଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ...ଯାତ୍ରା ପାର୍ଟି ଆଙ୍କରରୁ ଲେଡି ବ୍ଲାକମେଲର, ଇରାନୀ ପାତ୍ର ଗ୍ୟାଙ୍ଗର ଖୋଲୁଛି ଗୁମର

ଏନେଇ ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି, "ଏ ବାବଦରେ ଘର ମାଲିକଙ୍କୁ ମଧ୍ୟ ପଚରାଉଚରା କରିବ ପୋଲିସ । ଅଧିକ ତଦନ୍ତ ପାଇଁ ଇରାନି ପାତ୍ର ସହ ତାର ସ୍ବାମୀ ନିଶିକାନ୍ତଙ୍କୁ ମଧ୍ୟ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରାଯିବ । ଏନେଇ ପୋଲିସ ଜାଣିବାକୁ ଚାହୁଁଛି ଏମାନଙ୍କ ଜାଲରେ କେତେ ଜଣ ଫସିଛନ୍ତି । କେତେଜଣଙ୍କୁ ଏପରି ଟଙ୍କା ନେଇ ଓ ଠକାମି କରିଛନ୍ତି । ଏମାନେ ଆଉ କେଉଁଠି ଟଙ୍କା ବ୍ୟବହାର କରିଛନ୍ତି କି ରଖିଛନ୍ତି ସେନେଇ ତଦନ୍ତ ଜାରି ରଖିଛି । ଠକେଇରେ ଆହୁରି ଲୋକ ଫସି ଥାଇପାରନ୍ତି ।" ଉଭୟଙ୍କୁ ରିମାଣ୍ଡରେ ନେଇ ପଚରାଉଚରା ପରେ ଏହିପରି ଆଉ କେହି ଯଦି ଏମାନଙ୍କ ଦ୍ବାରା ଫସିଛନ୍ତି ତାହା ପୋଲିସକୁ ଜଣାଇବାକୁ ଭୁବନେଶ୍ୱର ଡିସିପି ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.