ETV Bharat / state

କୋର୍ଟ ଆସିଲେ ଅର୍ଚ୍ଚନାଙ୍କୁ ମାରୁଛନ୍ତି କମେଣ୍ଟ, ଭିସିରେ ହାଜର‌ ପାଇଁ ପିଟିସନ - ଭିସିରେ ହାଜର ପାଇଁ ପିଟିସନ

କୋର୍ଟ ଆସିଲେ ହନିଟ୍ରାପ କ୍ବିନି ଅର୍ଚ୍ଚନାଙ୍କୁ ମାରୁଛନ୍ତି କମେଣ୍ଟ । ଏଥିଲାଗି ବ୍ୟକ୍ତିଗତ ନୁହେଁ ବରଂ ଭିସିରେ ହାଜର ହେବାକୁ ପିଟିସନ ଦାଏର କରିଛନ୍ତି ଅର୍ଚ୍ଚନା । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : May 8, 2023, 9:37 PM IST

ଭିସିରେ ହାଜର‌ ପାଇଁ ପିଟିସନ

ଭୁବନେଶ୍ବର: ହନିଟ୍ରାପ କୁଇନ ଅର୍ଚ୍ଚନାକୁ ଲୋକେ ମାରୁଛନ୍ତି କମେଣ୍ଟ । ଟାହି ଟାପରା କରି କହୁଛନ୍ତି ଅନେକ କଥା । ପୋଲିସ ଏସକର୍ଟ ଯିବା ସମୟରେ ସାମ୍ନା କରୁଛନ୍ତି ସମସ୍ୟା । ଏପରିକି ତାଙ୍କ ପ୍ରତି ମଧ୍ୟ ବିପଦ ରହୁଛି । ବିଚାର ବିଭାଗୀୟ ହାଜତରେ ରହିବା ସମୟରେ ପ୍ରତି ୧୫ଦିନରେ ଥରେ ହେବାକୁ ପଡୁଛି କୋର୍ଟରେ ହାଜର । ତେଣୁ ବ୍ୟକ୍ତିଗତ ହାଜିରା ନ ହୋଇ ଭିସି ବା ଭିଡିଓ କନଫରେନ୍ସିଂ ଜରିଆରେ ହାଜିରା ପାଇଁ କୋର୍ଟରେ ଦାୟର କରିଛନ୍ତି ପିଟିସନ।

ତେବେ ଏନେଇ ଅର୍ଚ୍ଚନାଙ୍କ ଓକିଲଙ୍କ ପକ୍ଷରୁ ଆଜି ପିଟିସନ ଦାୟର କରାଯଇଥିଲା । ଯାହାକୁ ଅନୁମତି ଦେଇ କେବଳ ଚାର୍ଜ ପ୍ରେମ ଭଳି ଗୁରୁତ୍ବପୂର୍ଣ୍ଣ ସମୟରେ ବ୍ୟକ୍ତିଗତ ହାଜିରା ପାଇଁ ଅନୁମତି ସହ ଅଲଗା ସମୟରେ ଭିସିର‌େ ହାଜର ହେବାକୁ ଅନୁମତି ଦେଇଥିବା କହିଛନ୍ତି ଅର୍ଚ୍ଚନାଙ୍କ ଓକିଲ ଜୟଦୀପ ପାଲ । ତେବେ ୧୪ଦିନିଆ ବିଚାର ବିଭାଗୀୟ ହାଜତ ପରେ ଆଜି କୋର୍ଟରେ ହାଜର ହୋଇଥିଲେ ଅର୍ଚ୍ଚନା । ହାଜର ସମୟରେ ମୁହଁ ଖୋଲି ପୋଲିସ ଓ ଶ୍ରଦ୍ଧାଞ୍ଜଳିଙ୍କୁ ଟାର୍ଗେଟ କରିଥିଲେ ।

ଏନେଇ ସେ କହିଥିଲେ, "ଯିଏ ଦୋଷୀ ତାର କିଛି କରିପାରୁନାହାନ୍ତି। କିନ୍ତୁ FIR ଦେଇ ଫେରାର କେମିତି ଅଛି । ଏହା ଐତିହାସିକ କଥା । ୨ଟି FIRରେ ଲୁଚିଛି ସତକଥା । ଖଣ୍ଡଗିରି ଥାନା ଶ୍ରଦ୍ଧାଞ୍ଜଳି ଦେଇଥିବା ରିପୋର୍ଟ ଓ ନୟାପଲ୍ଲୀ ପ୍ରଯୋଜକ ଅକ୍ଷୟ ପରିଜା ଦେଇଥିବା ରିପୋର୍ଟରେ ସତ୍ୟ ଲୁଚିଛି। ତାକୁ ବାହାର କରନ୍ତୁ ସତ କଣ।" ଅନ୍ୟପଟେ ଅର୍ଚ୍ଚନାଙ୍କୁ ଜେଲରେ ପଚରାଉଚରା କରିବାକୁ ଚାହୁଁଛି ପ୍ରବର୍ତ୍ତନ‌ ନିର୍ଦେଶାଳୟ । ଇଡି ହାତରେ ଲାଗିଥିବା କିଛି ନୂଆ ତଥ୍ୟ ଆଧାରରେ ଅର୍ଚ୍ଚନାକୁ ଜେଲରେ ପଚରାଉଚରା କରି କିଛି ତଥ୍ୟ କାଢ଼ିବାକୁ ଚାହୁଁଛି । ଯାହାକୁ ନେଇ କୋର୍ଟରେ ଜେଲରେ ପଚରାଉଚରା ପାଇଁ ଅନୁମତି ମାଗିଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ- ଧର୍ମେନ୍ଦ୍ରଙ୍କ ବୟାନ ପରେ ପୂର୍ବତନ ମୁଖ୍ୟ ଶାସନ ସଚିବ କହିଲେ ରାଜ୍ୟରେ ଚାଲିଛି ଛାୟା ଶାସନ

ଏହାକୁ ଚ୍ୟାଲେଞ୍ଜ କରିଛନ୍ତି ଅର୍ଚ୍ଚନାଙ୍କ ଓକିଲ କହିଛନ୍ତି, "ଇଡି ଯେଉଁ ଗ୍ରାଉଣ୍ଡର ଇଡି ପଚରାଉଚରା ପାଇଁ ଚାହୁଁଛନ୍ତି ତାହା କିପରି ସମ୍ଭବ ଆଗରୁ ସେମାନେ କହିଛନ୍ତି ଅର୍ଚ୍ଚନା ସହଯୋଗ କରୁନି ଏବେ ପୁଣି କେମିତି ସହଯୋଗ କରିବ। ଅନ୍ୟପଟେ ରିମାଣ୍ଡ ସରିବା ପରେ ପୁଣି କ'ଣ ପଚରାଉଚରା କେବଳ‌ ହାରାସି କରୁଛନ୍ତି ତା ଛଡା କିଛି ନୁହେଁ।" ଅନ୍ୟପଟେ ସରକାରୀ ଓକିଲ ଗୋପାଳ ଅଗ୍ରୱାଲ କହିଛନ୍ତି ଯେ କୋର୍ଟ ଏନେଇ ନିଷ୍ପତ୍ତି ନେବେ । ଡେଡଲାଇନ ସତ୍ତ୍ବେ ହାଜର‌ ହେଲେନି ଶ୍ରଦ୍ଧାଞ୍ଜଳି ବେହେରା । ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଆଗାମୀ ୨୦ତାରିଖ ଯାଏଁ ସମୟ ମାଗିଛନ୍ତି । ତାଙ୍କ ମେରୁଦଣ୍ଡରେ ସମସ୍ୟା ଥିବା ମେଡିକାଲ ରିପୋର୍ଟ ଦର୍ଶାଇ ଆଜି ହାଜର ହୋଇନଥିଲେ। ତାଙ୍କ ଓକିଲ କହିଛନ୍ତି ଆଇନର ପ୍ରାବଧାନ ରହିଛି ଏନେଇ କୋର୍ଟଙ୍କୁ ଅବଗତ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.