ETV Bharat / state

ED ପାଇଁ ସାଜିଥିଲେ ମୋହରା, ଏବେ ଖସିପାରିବେନି ଶ୍ରଦ୍ଧାଞ୍ଜଳି

author img

By

Published : Feb 8, 2023, 7:07 AM IST

ଅର୍ଚ୍ଚନା ନାଗ ହନିଟ୍ରାପ ମାମଲାର ଚତୁର୍ଥ ଅଭିଯୁକ୍ତ ଶ୍ରଦ୍ଧାଞ୍ଜଳି ଏବେ ଗିରଫ ଭୟରେ କୋର୍ଟ ଆସୁନାହାନ୍ତି । ନିଜ ଓକିଲଙ୍କ ମଧ୍ୟରେ ପକ୍ଷ ରଖୁଛନ୍ତି ଶ୍ରଦ୍ଧାଞ୍ଜଳି । ସେପଟେ ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କର ଇଡି ମାମଲାରେ ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ଜାମିନ ଆବେଦନ କରାଯିବ ବୋଲି ଅର୍ଚ୍ଚନାଙ୍କ ଓକିଲଙ୍କ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

ଗିରଫ ଭୟରେ କୋର୍ଟ ଆସୁନାହାନ୍ତି ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କର ଖାସ ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କୁ ଘାରିଛି ଗିରଫର ଭୟ । ଇଡିର ଚାର୍ଜସିଟ୍‌ରେ ଶ୍ରଦ୍ଧାଞ୍ଜଳି ନାଁ ଯୋଡିହେବା ପରେ ସବୁ ରାସ୍ତା ବନ୍ଦ ହୋଇଯାଇଛି । ଗିରଫ ହେବା ଭୟରେ କୋର୍ଟକୁ ଆସୁନାହାନ୍ତି ଶ୍ରଦ୍ଧାଞ୍ଜଳି ବେହେରା । କାରଣ ଅର୍ଚ୍ଚନା ନାଗ ହନିଟ୍ରାପ ମାମଲାର ଚତୁର୍ଥ ଅଭିଯୁକ୍ତ ଅଟନ୍ତି ଶ୍ରଦ୍ଧାଞ୍ଜଳି । ହେଲେ ଶ୍ରଦ୍ଧାଞ୍ଜଳିକୁ ମୋହରା କରି ଇଡି ଅର୍ଚ୍ଚନାର କେଳେଙ୍କାରୀ ଠାବ କରିଦେଲା । କିନ୍ତୁ ଶ୍ରଦ୍ଧାଞ୍ଜଳିଙ୍କୁ କେସରୁ ମୁକ୍ତ କରିନଥିଲା ।

ସେଥିପାଇଁ କୋର୍ଟ ଇଡିର ଚାର୍ଜସିଟକୁ ଗ୍ରହଣ କରିବା ପରେ ଆରମ୍ଭ ହୋଇଥିଲା ଶ୍ରଦ୍ଧାଞ୍ଜଳିକୁ ସମନ୍ । ହେଲେ ସମନ୍ ପାଇ ନିଜ ଓକିଲ ଜରିଆରେ ସ୍ଵାସ୍ଥ୍ୟଗତ ସମସ୍ୟା ଦର୍ଶାଇ ସମୟ ଗଡ଼ାଇ ଚାଲିଛନ୍ତି । ଭାଇରାଲ ଜର କାରଣ ଦର୍ଶାଇ କୋର୍ଟରେ ହାଜର ହେଉନଥିବାରୁ ତାଙ୍କ ବିରୋଧରେ କୋର୍ଟ ୱାରେଣ୍ଟ ଜାରି କରିପାରନ୍ତି । ଫଳରେ ତାଙ୍କ ଅଡୁଆ ବଢିପାରେ‌ । ଇଡି ମଧ୍ୟ ଶ୍ରଦ୍ଧାଞ୍ଜଳି ନାଁରେ ଏନବିଡବ୍ଲ୍ୟୁ ଜାରି ପାଇ କୋର୍ଟରେ ଆବେଦନ କରିଥିଲା । ୭ ତାରିଖ ହାଜର‌ ପାଇଁ ନିର୍ଦ୍ଦେଶ ହୋଇଥିଲା । ଏବେ ଆସନ୍ତା ୨୧ରେ ବ୍ୟକ୍ତିଗତ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ଶ୍ରଦ୍ଧାଞ୍ଜଳିଙ୍କ ପାଇଁ ତାଙ୍କ ଓକିଲ କୋର୍ଟରେ ହାଜର‌ ହୋଇ ପକ୍ଷ ରଖୁଛନ୍ତି । ତାଙ୍କ ଓକିଲ କହିଛନ୍ତି, "ଏହା କୌଣସି ସଙ୍ଗୀନ ମାମଲା ନୁହେଁ । ଏତେବି ବେଶିଦିନ ସଜ୍ଜା ନାହିଁ । ଚାର୍ଜସିଟ୍ କପି ପାଇବା ପରେ ଆମେ ଦେଖିବୁ । ତେଣୁ କୋର୍ଟ ଯାହା ନିର୍ଦ୍ଦେଶ ଦେବେ ଅନେକ ବାଟ ରହିଛି ।" ସେପଟେ ଅର୍ଚ୍ଚନା, ଜଗବନ୍ଧୁଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତା ୧୪ରେ ହେବ । କିନ୍ତୁ ଇଡି ରୁଜୁ କରିଥିବା ମାମଲାରେ ଖଗେଶ୍ୱର ପାତ୍ରଙ୍କର ଜାମିନ ଆବେଦନ ଖାରଜ ହୋଇଛି । ଜାମିନ ଖାରଜ କରିଛନ୍ତି ଜିଲ୍ଲା ଦୌରା ଜଜ । ତେବେ ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କର ଇଡି ମାମଲାରେ ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ଜାମିନ ଆବେଦନ କରାଯିବ ବୋଲି ଅର୍ଚ୍ଚନାଙ୍କ ଓକିଲଙ୍କ ପକ୍ଷରୁ ସୂଚନା ମିଳିଛି ।

ରାଜ୍ୟରେ ହନିଟ୍ରାପ ମାମଲାରେ ସାମ୍ନାକୁ ଆସିଥିଲେ ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ । ଏନେଇ ପରେ ଉଭୟ ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ଜଗବନ୍ଧୁଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ । ପରେ ଖଗେଶ୍ବର ଗିରଫ କରିଥିଲା ଇଡି । ଏହି ମାମଲାରେ ଯେହେତୁ ଅନେକ ହାଇପ୍ରୋଫାଇଲ ଲୋକଙ୍କ ନାଁ ସାମ୍ନାକୁ ଆସିଥିଲା, ସେମାନଙ୍କୁ ଇଡି ପଚରାଉଚରା କରିଥିଲା । ଏପରିକି ସିନେ ପ୍ରଯୋଜକ ଅକ୍ଷୟ‌ ପରିଜା ବ୍ଲାକମେଲର ଶିକାର‌ ହୋଇ ଅର୍ଚ୍ଚନା ନାଁରେ ନୟାପଲ୍ଲୀ ଥାନାରେ ପ୍ରଥମେ ଅଭିଯୋଗ କରିଥିଲେ । ପରେ ଏହି ଘଟଣା ଧିରେ ଧିରେ ପଦାକୁ ଆସିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.