ETV Bharat / state

କୃଷି ଓଡିଶା-2024 ଉଦଯାପିତ, ମୁଖ୍ୟଅତିଥି ଭାବେ ଯୋଗଦେଲେ ରାଜ୍ୟପାଳ ରଘୁବର ଦାସ

author img

By ETV Bharat Odisha Team

Published : Jan 14, 2024, 11:04 PM IST

Krushi Odisha 2024: "କୃଷି ଓଡ଼ିଶା-୨୦୨୪" ଉଦଯାପିତ । ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ରଘୁବର ଦାସ ଯୋଗଦେଇ କୃଷି ଉତ୍ପାଦକ ଓ ଉତ୍ପାଦିକତାର ଅଧିକ ବୃଦ୍ଧି ଉପରେ କହିଛନ୍ତି । ଅଧିକ ପଢ଼ନ୍ତୁ

କୃଷି ଓଡିଶା-2024
କୃଷି ଓଡିଶା-2024

ଭୁବନେଶ୍ବର: "କୃଷି ଓଡ଼ିଶା-୨୦୨୪" ଉଦଯାପିତ । ଆଜିର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ରଘୁବର ଦାସ ଯୋଗଦେଇ କୃଷି ଓଡ଼ିଶା ମହିଳା କୃଷକଙ୍କ ସମୃଦ୍ଧି ଓ ସଶକ୍ତିକରଣ ପ୍ରକ୍ରିୟାକୁ ଅଧିକ ତ୍ଵରାନ୍ବିତ କରିବ । କୃଷିକ୍ଷେତ୍ର ସହିତ କୃଷି ଶିକ୍ଷା କ୍ଷେତ୍ରରେ ମଧ୍ୟ ମହିଳାମାନଙ୍କର ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି । ମହିଳାଙ୍କ ବିନା କୌଣସି ରାଷ୍ଟ୍ରର ପ୍ରଗତିର କଳ୍ପନା କରିହେବ ନାହିଁ । ଭାରତର ତଥା ରାଜ୍ୟର ବିକାଶରେ ମାତୃଶକ୍ତିର ଯେଉଁ ଯୋଗଦାନ ରହିଛି, ଦୁନିଆରେ ତା’ର ତୁଳନା ନାହିଁ । କୃଷି କ୍ଷେତ୍ରରେ ପୁରୁଷଙ୍କ ତୁଳନାରେ ମହିଳାମାନେ ଦୁଇପାଦ ଆଗକୁ ଯାଇ କାମ କରୁଛନ୍ତି । କୃଷି, ପ୍ରାଣୀପାଳନ, ମତ୍ସ୍ୟଚାଷ ଆଦି ସବୁଥିରେ ମହିଳାମାନେ ଅଗ୍ରଣୀ ଭୂମିକା ନିର୍ବାହ କରି ରାଜ୍ୟର ବିକାଶରେ ସେମାନଙ୍କ ଯୋଗଦାନକୁ ପ୍ରତିପାଦନ କରିଛନ୍ତି ବୋଲି କହିଛନ୍ତି ।

ଏହାସହ ଉତ୍ପାଦକ ଓ ଉତ୍ପାଦିକତାର ଅଧିକ ବୃଦ୍ଧି କରି ରାଜ୍ୟର ଶସ୍ୟଭଣ୍ଡାରକୁ ସମୃଦ୍ଧ କରିବା ପାଇଁ କୃଷକମାନଙ୍କୁ ଅଧିକ ପରିମାଣର ଅତ୍ୟାଧୁନିକ ବୈଜ୍ଞାନିକ ଜ୍ଞାନକୌଶଳ ଓ ଆଧୁନିକ ସୁବିଧା ସୁଯୋଗ ଯୋଗାଇଦେବା ଉପରେ ରାଜ୍ୟପାଳ ଗୁରୁତ୍ବାରୋପ କରିଛନ୍ତି । ଓଡ଼ିଶା କୃଷିକୁ ଏକ ନୂତନ ଶିଖରରେ ପହଞ୍ଚାଇବା ପାଇଁ କୃଷକମାନଙ୍କ ନିକଟରେ ସାମର୍ଥ୍ୟ ରହିଛି ବୋଲି କହିଛନ୍ତି । ମହିଳା ଚାଷୀମାନଙ୍କୁ ଆଧୁନିକ ଯନ୍ତ୍ରପାତି ଓ ଜ୍ଞାନକୌଶଳ ବ୍ୟବହାର କରିବା ଲାଗି ଆହ୍ଵାନ ଦେବା ସହ ନିଜ ଉତ୍ପାଦର ଭଲ ପ୍ୟାକେଜିଂ ଓ ମାର୍କେଟିଂ କରିବା ଉପରେ ଧ୍ୟାନ ଦେବାକୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗୁଡ଼ିକୁ କହିଛନ୍ତି । ଜନଜାତି ଅଞ୍ଚଳରେ ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କ ଯୋଗଦାନ ଢ଼େର ଅଧିକ ରହିଛି । ସେମାନଙ୍କ ପାଇଁ ପରିବାର ପ୍ରତିପୋଷଣ ସମ୍ଭବ ହେଉଛି । ଗ୍ରାମୀଣ କ୍ଷେତ୍ରର ବିକାଶ ହେଲେ ଦେଶର ବିକାଶ ତ୍ବରାନ୍ବିତ ହୋଇପାରିବ ଏବଂ ଓଡ଼ିଶା ଏକ ସମୃଦ୍ଧ ରାଜ୍ୟରେ ପରିଣତ ହେବ ବୋଲି ରାଜ୍ୟପାଳ କହିଛନ୍ତି ।

ତେବେ ରାଜ୍ୟର ମିଶନ ଶକ୍ତି ଦ୍ଵାରା ଉତ୍ପାଦିତ କୃଷିଜାତ ଦ୍ରବ୍ୟକୁ ମୂଲ୍ୟଯୁକ୍ତ କରି ମହିଳାମାନେ ଜୀବିକାର୍ଜନ ସହଆୟବୃଦ୍ଧି କରିପାରୁଛନ୍ତି । କୃଷିକ୍ଷେତ୍ର ସହିତ କୃଷି ଶିକ୍ଷା କ୍ଷେତ୍ରରେ ମଧ୍ୟ ମହିଳାମାନଙ୍କର ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି । ‘କୃଷି ଓଡ଼ିଶା’ ମହିଳା କୃଷକଙ୍କ ସମୃଦ୍ଧି ଓ ସଶକ୍ତିକରଣ ପ୍ରକ୍ରିୟାକୁ ଅଧିକ ତ୍ଵରାନ୍ଵିତ କରିବ ବୋଲି ରାଜ୍ୟପାଳ ଆଶା ପ୍ରକାଶ କରିଥିଲେ । "କୃଷି ଓଡ଼ିଶା" ରାଜ୍ୟରେ କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ମତ୍ସ୍ୟ ଓ ପ୍ରାଣୀପାଳନ କ୍ଷେତ୍ରରେ ଥିବା ଅପାର ସମ୍ଭାବନା ଓ ନିବେଶ ସୁଯୋଗକୁ ପ୍ରଦର୍ଶିତ କରିଛି । ଓଡ଼ିଶା ଫସଲ ଉତ୍ପାଦନ ଏବଂ ଉତ୍ପାଦିକତାରେ ଉଲ୍ଲେଖନୀୟ ପ୍ରଦର୍ଶନ ନିମନ୍ତେ କୃଷିକର୍ମଣ ପୁରସ୍କାର ପ୍ରାପ୍ତ ହେବା ରାଜ୍ୟ ପାଇଁ ତଥା କୃଷକଙ୍କ ପାଇଁ ଗୌରବର ବିଷୟ ବୋଲି ରାଜ୍ୟପାଳ କହିଥିଲେ ।

ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି ଯେ, ସବଡିଭିଜନ ସ୍ତରରେ ଆୟୋଜନ କରାଯାଇଥିବା ମେଳା ବେଶ ସଫଳ ହୋଇଛି । ପ୍ରାୟ ୧୪୦୦କୋଟି ଟଙ୍କାର କୃଷି ଯନ୍ତ୍ରପାତି କାରବାର ସହ ୫୦୦ କୋଟି ଟଙ୍କାର ସବସିଡି ଦିଆଯିବାର ଲକ୍ଷ୍ୟ ରଖାଯାଇଛି । ଚାଷୀଙ୍କ ହାତକୁ ଟଙ୍କା ଦେବା, ରୋଜଗାର ସୃଷ୍ଟି କରିବା ଓ ଉତ୍ପାଦନ ବଢ଼ାଇବା ଉପରେ ରାଜ୍ୟ ସରକାର ଗୁରୁତ୍ଵ ଦେଉଛନ୍ତି । ଚଳିତ ସବଡିଭିଜନସ୍ତରୀୟ କୃଷି ମେଳାର ସଫଳତା ଦୃଷ୍ଟିରୁ ଆଗାମୀ ଦିନରେ କୃଷି ଯନ୍ତ୍ରପାତି ମେଳାକୁ ବ୍ଲକ ସ୍ତରରେ ଆୟୋଜନ କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି ।

ଅନ୍ଯପକ୍ଷେ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ, ଜଳ ବିନା ଚାଷ କାମ ହୋଇପାରିବନି । ତେଣୁ ଜଳ ସମ୍ପଦ ବିଭାଗ ଓ କୃଷି ବିଭାଗ ମଧ୍ୟରେ ସମନ୍ବୟ ଉପରେ ଗୁରୁତ୍ଵ ଦିଆଯାଉଛି । ରାଜ୍ୟ ସରକାର ମହିଳାମାନଙ୍କ ଉନ୍ନତିକୁ ପ୍ରାଥମିକତା ଦେଉଥିବା ବେଳେ ସେମାନଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି । ଅର୍ଥନୀତିର ପ୍ରତିଟି କ୍ଷେତ୍ରରେ ସେମାନଙ୍କ ଯୋଗଦାନକୁ ସୁନିଶ୍ଚିତ କରିବା ଲାଗି ପଦକ୍ଷେପ ନିଆଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ...ଜାନୁଆରୀ ୧୨ରୁ କୃଷି ଓଡ଼ିଶା-୨୦୨୪, ଥିମ 'କୃଷି ପ୍ରଗତିରେ ମହିଳା’

ସେପଟେ କୃଷି ଓ କୃଷକ କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ସ୍ଵାଗତ ଭାଷଣ ଦେଇ କହିଛନ୍ତି ଯେ, କୃଷି କ୍ଷେତ୍ରର ନିରନ୍ତର ରୂପାନ୍ତରଣ ପାଇଁ ମହିଳାମାନଙ୍କ ଯୋଗଦାନ ନିତ୍ୟାନ୍ତ ଆବଶ୍ୟକ । ସେମାନଙ୍କ ଯୋଗଦାନ ବିନା ଏହି କ୍ଷେତ୍ରର ପ୍ରଗତି ଅସମ୍ଭବ । ସରକାର ମହିଳା ଚାଷୀମାନଙ୍କୁ ନଜରରେ ରଖି ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ଆଜିର ଉଦଯାପନୀ ଦିବସ ଅବସରରେ ରାଜ୍ୟପାଳ ବିଭିନ୍ନ ଜିଲ୍ଲାର ସଫଳ ଚାଷୀ, ଶ୍ରେଷ୍ଠ ପ୍ରଦର୍ଶନକାରୀ ଷ୍ଟଲ ଏବଂ ବକ୍ତୃତା ପ୍ରତିଯୋଗତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । କୃଷି ଓଡ଼ିଶା ୨୦୨୪କୁ ଆହୁରି ଆକର୍ଷଣୀୟ କରିବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ୍ ଓ ବକ୍ତୃତା ପ୍ରତିଯୋଗିତା, ପରୀକ୍ଷାମୂଳକ ଜଳକ୍ରୀଡ଼ା, ସ୍ଥାନୀୟ କୃଷକ ଗୀତ, କାହାଣୀ, ପୋଷ୍ଟକାର୍ଡ ବିନିମୟ ସହ କୃଷକ ସୁବିଧା କେନ୍ଦ୍ର ଓ ଏକ ପରୀକ୍ଷାମୂଳକ ଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା । କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମ ଚନ୍ଦ୍ର ଚୌଧାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.