ETV Bharat / state

Hockey World Cup 2023: ଜାପାନକୁ ୨-୧ ଗୋଲରେ ପରାସ୍ତ କଲା କୋରିଆ

ହକି ବିଶ୍ବକପ ୨୦୨୩ରେ ମଙ୍ଗଳବାର ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ମୁକାବିଲାରେ ଜାପାନ ଓ କୋରିଆ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା । ତେବେ ଏଥିରେ ଜାପାନକୁ ୨-୧ ଗୋଲ୍‌ରେ ପରାସ୍ତ କରିଛି କୋରିଆ । ଅଧିକ ପଢ଼ନ୍ତୁ

ଜାପାନକୁ ପରାସ୍ତ କଲା କୋରିଆ
ଜାପାନକୁ ପରାସ୍ତ କଲା କୋରିଆ
author img

By

Published : Jan 17, 2023, 7:19 PM IST

Updated : Jan 17, 2023, 8:06 PM IST

ଜାପାନକୁ ଓ କୋରିଆ ଖେଳାଳିଙ୍କ ପ୍ରତିକ୍ରିୟା

ଭୁବନେଶ୍ବର: ରାଜ୍ୟରେ ଜାରି ରହିଥିବା ହକି ବିଶ୍ବକପ୍‌ ୨୦୨୩ରେ ମଙ୍ଗଳବାର ଦୁଇଟି ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ପ୍ରଥମ ମ୍ୟାଚ୍‌ରେ ଜାପାନକୁ ୨-୧ ଗୋଲ୍‌ରେ ପରାସ୍ତ କରିଛି କୋରିଆ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଉଭୟ ଦଳ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା । ଏଥିରେ ପ୍ରଥମ କ୍ବାର୍ଟରରୁ ହିଁ ଉଭୟ ଦଳ ଗୋଲ ସ୍କୋର କରିବା ଆରମ୍ଭ କରିଦେଇଥିଲେ ।

ପ୍ରଥମ କ୍ବାର୍ଟରରେ ଖେଳ ଆରମ୍ଭରୁ ଜାପାନର କେନ୍‌ ନାଗାୟୋଶୀ ପ୍ରଥମ ମିନିଟରେ ହିଁ ପେନାଲ୍‌ଟି‌ ଗୋଲ ଦେଇଥିଲେ । ଜବାବରେ କୋରିଆ ପକ୍ଷରୁ ଜୁଙ୍ଗ୍‌ଜୁନ୍‌ ଲି ୮ ମିନିଟରେ ଫିଲ୍ଡ ଗୋଲ୍‌ ଦେଇଥିଲେ ଦଳକୁ ୧-୧ ଗୋଲରେ ବରାବର ସ୍ଥିତିରେ ପହଞ୍ଚାଇଥିଲେ । ଏହାପରେ ଦ୍ବିତୀୟ କ୍ବାର୍ଟରରେ ୨୪ ମିନିଟରେ କୋରିଆର ଜୁଙ୍ଗ୍‌ଜୁନ୍‌ ଲି ପୁଣି ଏକ ଗୋଲ ଦେଇ କୋରିଆକୁ ୨-୧ରେ ଆଗୁଆ କରାଇଥିଲେ । ତେବେ ଏହି କ୍ବାର୍ଟରେ ଜାପାନ ଦଳକୁ କୌଣସି ସଫଳତା ମିଳିନଥିଲା ।

ଏହାପରେ ତୃତୀୟ ଓ ଚତୁର୍ଥ କ୍ବାର୍ଟରରେ ଉଭୟ କୋରିଆ ଓ ଜାପାନ ଖେଳାଳିଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା । କୋରିଆକୁ ୮ ଥର ପେନାଲ୍‌ଟି ଗୋଲ୍‌ ଦେବାର ସୁଯୋଗ ମିଳିଥିଲେ ମଧ୍ୟ ଏହାର ଫାଇଦା ଉଠାଇପାରିନଥିଲେ କୋରିଆ ଖେଳାଳି । ସେହିଭଳି ଜାପାନକୁ ମଧ୍ୟ ୬ ଥର ପେନାଲ୍‌ଟି ସୁଯୋଗ ମିଳିଥିଲା । ସେଥିରୁ ପ୍ରଥମ କ୍ବାର୍ଟରରେ ଜାପାନକୁ ଗୋଟିଏ ଥର ସଫଳତା ମିଳିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 17, 2023, 8:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.