ETV Bharat / state

ସରକାରଙ୍କୁ କିଡ଼ନୀ ରୋଗୀଙ୍କ ପ୍ରଶ୍ନ, ଆମର ଟିକେ ଅଧିକାର ନାହିଁ ଭଲ ଔଷଧ ଖାଇବାକୁ - ଲୋୟର ପିଏମଜିରେ କିଡନୀ ରୋଗୀଙ୍କ ଧାରଣା

କିଡନୀ ଔଷଧ ବନ୍ଦ ବାବଦରେ କିଡନୀ ରୋଗୀମାନେ ପୁନର୍ବାର ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି । ଅଧିକ ପଢନ୍ତୁ

ସରକାରଙ୍କୁ କିଡ଼ିନି ରୋଗୀମାନଙ୍କ ପ୍ରଶ୍ନ, ଆମର ଟିକେ ଅଧିକାର ନାହିଁ ଭଲ ଔଷଧ ଖାଇବାକୁ

author img

By

Published : Dec 11, 2022, 11:20 AM IST

ସରକାରଙ୍କୁ କିଡ଼ିନି ରୋଗୀମାନଙ୍କ ପ୍ରଶ୍ନ, ଆମର ଟିକେ ଅଧିକାର ନାହିଁ ଭଲ ଔଷଧ ଖାଇବାକୁ

ଭୁବନେଶ୍ବର: ରାଜ୍ୟ ସରକାରଙ୍କୁ କିଡନୀ ରୋଗୀଙ୍କ ପ୍ରଶ୍ନ । ୨୦୧୨ ମସିହାରୁ ୨୦୨୦ ମସିହା ପର୍ଯ୍ୟନ୍ତ ଯେଉଁ ଔଷଧ ଦିଆଯାଉଥିଲା ତାହାକୁ କେଉଁ ଅଧିକାରରେ ବନ୍ଦ କରି ଦିଆଯାଇଛି । ଯାହାକୁ ନେଇ କିଡନୀ ରୋଗୀମାନେ ପୁନର୍ବାର ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି । ସାଧାରଣ ମଣିଷକୁ ନିମ୍ନତମ ସାହାଯ୍ୟ ଓ ସହଯୋଗ କରିବା ରାଷ୍ଟ୍ରର ମୌଳିକ ଦାୟିତ୍ଵ । ରାଜ୍ୟରେ କିଡନୀ ରୋଗୀଙ୍କ ପାଇଁ କୌଣସି ସୁବିଧା ନଥିବା କହିଛନ୍ତି ଧାରଣାକାରୀ । ଜୀବିକା ନୁହେଁ ବରଂ ଜୀଵନ ପାଇଁ ସଂଘର୍ଷ କରୁଛନ୍ତି କିଡନୀ ରୋଗୀ ।

ସଠିକ ମେଡିସିନ ପାଇଁ କିଡନୀ ରୋଗୀମାନେ ମାସ ମାସ ଧରି ରାଜ୍ୟ ବିଧାନସଭା ଓ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କର ସରକାରୀ ବାସଭବନ ଆଗରେ ଲଗାତାର 6 ମାସ ଧରି କରିବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଗଲା ନାହିଁ । କିଡନୀ ରୋଗୀ କହିଛନ୍ତି ଯେ, କିଡନୀ ପ୍ରତିରୋପଣ ପରବର୍ତ୍ତୀ ଚିକିତ୍ସା ଔଷଧ ଜୀବନ ପ୍ରଣାଳୀ ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ବ୍ୟବସ୍ଥା । 6 ମାସ ଧରି ଏସସିବି ମେଡିକାଲରେ ଦିଆଯାଉଥିବା ଔଷଧ ଯାହା ଜୀବନ ପାଇଁ ଘାତକ ହେଉଛି । ଅନେକଙ୍କର ମଧ୍ୟ ଏହି ମେଡିସିନ ଖାଇ ମୃତ୍ୟୁ ଘଟିଛି । କିଡନୀ ରୋଗୀଙ୍କୁ ସଠିକ ଏବଂ ଭଲ ମେଡିସିନ ଦେବାକୁ ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି ଧାରଣାକାରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.