ETV Bharat / state

ସୂକ୍ଷ୍ମ କଳାକୃତିରେ ଗଣେଶ ପୂଜାର ଅଭିନନ୍ଦନ

author img

By

Published : Aug 22, 2020, 1:45 PM IST

ନିଜ ସୂକ୍ଷ୍ମ କଳାକୃତି ପାଇଁ ସବୁବେଳେ ପ୍ରଶଂସା ସାଉଁଟିଥାଆନ୍ତି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳର ଶିଳ୍ପୀ ଏଲ ଈଶ୍ବର ରାଓ । ଶନିବାର ଗଣେଶ ଚତୁର୍ଥୀ ଅବସରରେ ସେ ପୁଣି ନିଜ ସୂକ୍ଷ୍ମ ଓ ନିଆରା କଳାକୃତି ପାଇଁ ପୁଣି ଚର୍ଚ୍ଚାରେ ଆସିଛନ୍ତି ।

minute art in khurdha, l iswar rao, l iswar rao's minute art, khurdha latest news, puja pendal made with paper, ଖୋର୍ଦ୍ଧାରେ ସୂକ୍ଷ୍ମ କଳାକୃତି, ଏଲ ଈଶ୍ବର ରାଓ, ଏଲ ଈଶ୍ବର ରାଓଙ୍କ ସୂକ୍ଷ୍ମ କଳାକୃତି, ଖୋର୍ଦ୍ଧା ଲାଟେଷ୍ଟ ନ୍ୟୁଜ୍‌, କାଗଜରେ ଗଣେଶ ପୂଜା ପେଣ୍ଡାଲ
ସୂକ୍ଷ୍ମ କଳାକୃତିରେ ଗଣେଶ ପୂଜାର ଅଭିନନ୍ଦନ

ଖୋର୍ଦ୍ଧା: ନିଜ ସୂକ୍ଷ୍ମ କଳାକୃତି ପାଇଁ ସବୁବେଳେ ପ୍ରଶଂସା ସାଉଁଟିଥାଆନ୍ତି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳର ଶିଳ୍ପୀ ଏଲ ଈଶ୍ବର ରାଓ । ଶନିବାର ଗଣେଶ ଚତୁର୍ଥୀ ଅବସରରେ ସେ ପୁଣି ନିଜ ସୂକ୍ଷ୍ମ ଓ ନିଆରା କଳାକୃତି ପାଇଁ ପୁଣି ଚର୍ଚ୍ଚାରେ ଆସିଛନ୍ତି । କୋରୋନା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ କୌଣସି ସାର୍ବଜନୀନ ସ୍ଥାନରେ ଗଣେଶ ପୂଜା କରିବାକୁ ବାରଣ କରିଥିବା ବେଳେ ଘରେ ରହି ପ୍ରଭୁ ବିଘ୍ନରାଜଙ୍କୁ ପୂଜା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସୂକ୍ଷ୍ମ କଳାକୃତିରେ ଗଣେଶ ପୂଜାର ଅଭିନନ୍ଦନ

ଏଭଳି ଏକ ଘଡିସନ୍ଧି ସମୟରେ ସୂକ୍ଷ୍ମ ଶିଳ୍ପୀ ଅଦରକାରୀ କାଗଜ ସାହାଯ୍ୟରେ 12ଇଞ୍ଚ ଉଚ୍ଚ ଏବଂ 8 ଇଞ୍ଚ ଚଉଡାର ଏକ ପେଣ୍ଡାଲ ପ୍ରସ୍ତୁତ କରିଛନ୍ତି । କେବଳ ସେତିକି ନୁହେଁ ଏହି ଆକର୍ଷଣୀୟ କାଗଜ ପେଣ୍ଡାଲରେ ସେ ସ୍ଥାପନ କରିଛନ୍ତି 3 ଇଞ୍ଚର ମାଟିରେ ପ୍ରସ୍ତୁତ ପ୍ରଭୁ ଗଜାନନ । ଏହି କାର୍ଯ୍ୟ କରିବାକୁ ତାଙ୍କୁ 15 ଦିନ ସମୟ ଲାଗିଥିବା ବେଳେ ଏହା ସମ୍ପୂର୍ଣ୍ଣ ଇକୋ ଫ୍ରେଣ୍ଡଲି ବୋଲି ଶିଳ୍ପୀ ପ୍ରକାଶ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.