ETV Bharat / state

ବାଙ୍କୀ ଡବଲ ମର୍ଡର ଘଟଣା: 24 ଘଣ୍ଟା ପରେ ବି ପୋଲିସ ହାତ ଖାଲି

ବାଙ୍କୀ ଡବଲ ମର୍ଡର ଘଟଣା। ଏହି ମର୍ଡର ଘଟଣାକୁ 24 ଘଣ୍ଟା ପୁରିଥିଲେ ବି ପୋଲିସର ହାତ ଖାଲି। ମୃତକଙ୍କ ଗ୍ରାମରେ ପୋଲିସ ଛାଉଣି। ଅଧିକ ଖବର ପଢନ୍ତୁ...

author img

By

Published : Feb 16, 2020, 7:56 PM IST

khurdha double muder
ବାଙ୍କୀ ଡବଲ ମର୍ଡର ଘଟଣା, 24 ଘଣ୍ଟା ପରେ ବି ପୋଲିସ ହାତ ଖାଲି

ଖୋର୍ଦ୍ଧା: ଦିନ ଦ୍ବିପ୍ରହରେ ଜଣେ କାର୍ଯ୍ୟରତ ସାମ୍ବାଦିକ ଓ ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଘଟଣା। ଏହି ଡବଲ ମର୍ଡର ଘଟଣାକୁ 24 ଘଣ୍ଟା ପୁରିଥିବା ବେଳେ ଏବେବି ପୋଲିସର ହାତ ଖାଲି ରହିଛି। ମୃତକଙ୍କ ଗ୍ରାମ ଖଜୁରିପଦାରେ ଅପ୍ରୀତିକର ପରିସ୍ଥିତି ଏଡାଇବାକୁ 4 ପ୍ଲାର୍ଟୁନ ଫୋର୍ସ ମୁତୟନ କରାଯାଇଛି। ଏହାସହ କଟକ ଗ୍ରାମାଞ୍ଚଳ ଏସପି ନିଜ ତତ୍ତ୍ବାବଧାନରେ ତିନୋଟି ଟିମ ଗଠନ କରି ତଦନ୍ତ ଚାଲିଛି।

ସେପଟେ ମୃତ ସାମ୍ବାଦିକଙ୍କ ଖୁଡି ପୁତୁରାର ହତ୍ୟା ପାଇଁ ବାଙ୍କିର ପୂର୍ବତନ ବିଧାୟକ ଚାପ ପକାଉଥିବା ସାଙ୍ଘାତିକ ଅଭିଯୋଗ କରିଛନ୍ତି । ଆଜି ଉଭୟଙ୍କ ମୃତଦେହ ଗ୍ରାମରେ ପହଁଞ୍ଚିବା ପରେ ଶୋକାକୁଳ ପରିବେଶରେ ସଂସ୍କାର କରାଯାଇଛି। ତେବେ କିଏ ଏବଂ କ'ଣ ପାଇଁ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଭିଆଇଲେ ତାର ଖିଅ ଖୋଜୁଛି ପୋଲିସ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.