ଖୋର୍ଦ୍ଧା: ଜିଲ୍ଲା କଂଗ୍ରେସ ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ବରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ ଅପାରଗତାକୁ ବିରୋଧ କରିବା ସହିତ କୋରୋନା ସହାମାରୀ ସମୟରେ ସରକାର ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବାରେ ଫେଲ ମାରିବା ସହ ମଦ ଉପରୁ ଟିକସ ପ୍ରତ୍ୟାହାର କରି ଘରେ ଘରେ ମଦ ପହଞ୍ଚାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଯାହାକୁ କଂଗ୍ରେସ ବିରୋଧ କରିଥିବା ଦେଖିବାକୁ ମିଳିଛି ।
ସେହିପରି ସରକାରୀ ଡାକ୍ତରଖାନାରେ ଟୀକାକରଣରେ ବ୍ୟାପକ ଅବ୍ୟବସ୍ଥା, କୋଭିଡ ଚିକିତ୍ସାଳୟରେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁନଥିବା ପରି ଅନେକ ଅଭିଯୋଗକୁ ନେଇ ଛାତ୍ର କଂଗ୍ରେସ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ