ETV Bharat / state

ଚିଲିକା ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ - ଖୋର୍ଦ୍ଧା ଜିଲ୍ଲାପାଳ

ଚିଲିକା ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ବିଗତ ଦିନରେ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ସରପଞ୍ଚ । ଅଧିକ ପଢନ୍ତୁ...

khurdha collector review different development work in chilika block
ଚିଲିକା ବ୍ଲକରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ
author img

By

Published : Sep 22, 2021, 10:34 PM IST

ଖୋର୍ଦ୍ଧା: ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ । ଚିଲିକା ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ବିଗତ ଦିନରେ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ସରପଞ୍ଚ ।

ଚିଲିକା ବ୍ଲକରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ

ଚିଲିକା ବ୍ଲକ ସୋରଣ ଗ୍ରାମ ପଞ୍ଚାୟତ ସରପଞ୍ଚ ବିଭିନ୍ନ ଅଭିଯୋଗ ନେଇ ବିଗତ ଦିନରେ ଜିଲ୍ଲାପାଳଙ୍କୁ ଜଣାଇ ଆସିଥିଲେ ଏବଂ ସୋରଣ ଗ୍ରାମରେ ଆଜି ସୁଦ୍ଧା କୌଣସି ଉନ୍ନତି ମୂଳକ କାର୍ଯ୍ୟ ହୋଇ ନଥିବାବେଳେ ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ସରପଞ୍ଚ । ସୋରଣ ଗ୍ରାମରେ କିଛି ମୁଷ୍ଟିମେୟ ଲୋକଙ୍କ ପାଇଁ କୌଣସି କାମ ହୋଇ ପାରିନାହିଁ । ଏକ ବର୍ଷ ହେବ ସରପଞ୍ଚ ସୁଜାତା ବିଶ୍ବାଳ ଏନଆରଜିଏସଙ୍କ ନାମରେ କରିଥିଲେ ଅଭିଯୋଗ । ଏମିତି ଅନେକ ଅଭିଯୋଗ ହୋଇଥିବା ବେଳେ ଆଜି ସୋରଣ ଗସ୍ତରେ ଆସି ସ୍ଥିତିକୁ ସମୀକ୍ଷା କରିଥିଲେ ଖୋର୍ଦ୍ଧା ଜିଲାପାଳ ସନତ କୁମାର ମହାନ୍ତି । ସେହିଭଳି ଚିଲିକା ବ୍ଲକ୍ ଅଧିନସ୍ଥ ସୋରଣର ବିଭିନ୍ନ ସମସ୍ୟା ସରପଞ୍ଚଙ୍କୁ ଜଣାଇବା ପରେ ତାକୁ କିଭଳି ଭାବରେ ସମାଧାନ ହୋଇପାରିବ ତାହା ଆଲୋଚନା କରିଥିଲେ । ଏଠାରେ ପଞ୍ଚାୟତ ସମିତି ଚିଲିକାର ତହସିଲଦାର ପୁନମ୍ ମହାପାତ୍ର, ସୋରଣ ସରପଞ୍ଚ ସୁଜାତା ବିଶ୍ଵାଳ, ଯୋଗାଣ ବିଭାଗର ଅରୁଣ କୁମାର୍ ଲେଙ୍କା, ପି ଇ ଓ ପ୍ରକାଶ ବେହେରାଙ୍କ ସମେତ ଅନ୍ୟ ସରକାରୀ କର୍ମୀ ପହଞ୍ଚିଥିଲେ, ପରେ ଏମାନଙ୍କ ମଧ୍ୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା ହୋଇଥିଲା ।

ପଞ୍ଚାୟତର ସମସ୍ୟା ଯଥା:- ଏନଆରଜିଏସ ଟଙ୍କା ପାଖାପାଖି ୧୦ ଲକ୍ଷ୍ୟ ହଡପ, ଭତ୍ତାର ବଳକା ଟଙ୍କାକୁ ବ୍ଲକ୍ କର୍ମଚାରୀ ନିଜ ପାଖରେ ରଖିବା, ୧୮୮୫ ନଂ ପ୍ଲଟର ୧୦୩୦ ଡେସିମିଲି ଜାଗାକୁ ଜବରଦଖଲ, ବସ୍ତି ପାଇଁ ରହିଥିବା ଜାଗାକୁ ନେଇ ଟାୱାର ବସାଇ ଟଙ୍କା ଆଦାୟ ଓ ପଞ୍ଚାୟତର ବିକାଶମୂଳକ କାମ କିପରି ହେବ ଓ ଅନ୍ୟାନ୍ୟ ସମସ୍ୟା ଉପରେ ଆଲୋଚନା ପରେ ପଞ୍ଚାୟତର ଥିବା ସମସ୍ତ ଅଭିଯୋଗ ସହିତ ସମସ୍ତ ସମସ୍ୟାକୁ ଦୂରୀକରଣ କରାଯିବ ବୋଲି ଜିଲ୍ଲାପାଳ ସନତ କୁମାର୍ ମହାନ୍ତି ପ୍ରତିଶ୍ରୁତି ଦେଇଥିଲେ । ଏଣୁ ସରପଞ୍ଚ ସୁଜାତା ବିଶ୍ବାଳ ଅଭିଯୋଗ କରିଛନ୍ତି କିଛି ଆଶାକର୍ମୀ ନାମରେ ମଧ୍ୟ ଏନଆରଜିଏସ ଟଙ୍କା ଉଠାଯାଇଛି । ସେହିଭଳି ସାଧାରଣ ଲୋକଙ୍କ ସୋରଣ ଗ୍ରାମରେ ଅନେକ ସମସ୍ୟା ରହିଥିବାରୁ ଆଜି ଜିଲ୍ଲାପାଳଙ୍କୁ ଦେଖି ଅନେକ ଜନସାଧାରଣ ଖଣ୍ଡେ ଖଣ୍ଡେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.