ETV Bharat / state

ତାପଙ୍ଗ ରାଉଳ ନାୟକ ହତ୍ୟା ମାମଲା, ତିନି ପଡୋଶୀ ଗିରଫ

ଖୋର୍ଦ୍ଧା ତାପଙ୍ଗ ଅଞ୍ଚଳର ରାଉଳ ନାୟକ ହତ୍ୟା ଘଟଣା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ବର୍ବର କାଣ୍ଡ ଘଟିଥିବା ସୂଚନା ଦେଲେ ଏସପି । ଅଧିକ ପଢନ୍ତୁ...

ତାପଙ୍ଗ ରାଉଳ ନାୟକ ହତ୍ୟା ମାମଲା, ତିନି ପଡୋଶୀ ଗିରଫ
ତାପଙ୍ଗ ରାଉଳ ନାୟକ ହତ୍ୟା ମାମଲା, ତିନି ପଡୋଶୀ ଗିରଫ
author img

By

Published : Aug 7, 2021, 6:41 PM IST

ଖୋର୍ଦ୍ଧା: ଫିଟିଲା ତାପଙ୍ଗ ଅଞ୍ଚଳର ରାଉଳ ନାୟକ ହତ୍ୟା ରହସ୍ୟ ଗୁମର । ନିଜ ପଡୋଶୀ ହିଁ ରଚିଥିଲେ ଏହି ଜଘନ୍ୟ ହତ୍ୟାକାଣ୍ଡ । ଶନିବାର ଖୋର୍ଦ୍ଧା ଏସପି ସାମ୍ବାଦିକ ସମ୍ମିଳନୀ ଜରିଆରେ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାଉଳଙ୍କ ତିନି ପଡୋଶୀ ହିଁ ତାଙ୍କୁ ଠେଙ୍ଗା ଓ ଲୁହା କୋଦାଳରେ ପିଟି ପିଟି ହତ୍ୟା କରିଥିବା ଏସପି ସୂଚନା ଦେଇଛନ୍ତି । ଅଭିଯୁକ୍ତ ପଡୋଶୀମାନେ ହେଲେ ଢେଙ୍କାନାଳ ଜିଲ୍ଲା ସାପୁଅଝର ଗାଁର ଗୋବିନ୍ଦ ବେହେରା, ଗଞ୍ଜାମ ପୁରୁଷୋତ୍ତମପୁରର ମାମି ନାୟକ, ଓ କୋରାପୁଟ ଶୁଣ୍ଡିସାହିର ମାଳତି ବିନ୍ଧାଣି ।

ତାପଙ୍ଗ ରାଉଳ ନାୟକ ହତ୍ୟା ମାମଲା, ତିନି ପଡୋଶୀ ଗିରଫ

ଖୋର୍ଦ୍ଧା ସଦର ଥାନା ପୋଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ସହ ସେମାନଙ୍କ ନିକଟରୁ ମାରଣାସ୍ତ୍ର ଜବତ କରିଛି ପୋଲିସ । ଘଟଣା ଦିନ ମୃତକ ଖରାପ ଉଦ୍ଦେଶ୍ୟ ନେଇ ଦୁଇ ମହିଳା ଅଭିଯୁକ୍ତଙ୍କୁ ଟଣା ଓଟରା କରିଥିଲା । ପୂର୍ବରୁ ମଧ୍ୟ ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା । ଯେଉଁ କାରଣରୁ ସେମାନେ ତାଙ୍କୁ ହତ୍ୟା କରିଥିବା ପୋଲିସ ତଦନ୍ତରୁ ଜଣାପଡିଛି ।

ଉଲ୍ଲେଖଯୋଗ୍ୟ, ଗତ ୫ ତାରିଖ ଦିନ ଏହି ହତ୍ୟାକାଣ୍ଡ ଘଟିଥିଲା । ଏନେଇ ମୃତକଙ୍କ ପୁଅ ଥାନାରେ ଅଭିଯୋଗ କରିଥିଲେ ଓ ପୋଲିସ ଘଟଣାରେ ଛାନଭିନ୍ କରିଥିଲା । ଯାହାପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.