ETV Bharat / state

ବିଜୁସେତୁ ନିର୍ମାଣ କାର୍ଯ୍ୟ ସାରିବାକୁ ସ୍ଥାନୀୟ ଲୋକଙ୍କ ଦାବି - ବିଜୁସେତୁ ନିର୍ମାଣ ଖବର

ଦୀର୍ଘଦିନ ଧରି ନିର୍ମାଣଧୀନ ଅବସ୍ଥାରେ ପଡିରହିଛି ଖୋର୍ଦ୍ଧା ଜିଲ୍ଲା ବିଜୁସେତୁ କାମ । ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବାକୁ ସ୍ଥାନୀୟ ଲୋକଙ୍କ ଦାବି । ଅଧିକ ପଢନ୍ତୁ...

ବିଜୁସେତୁ ନିର୍ମାଣ କାର୍ଯ୍ୟ ସାରିବାକୁ ସ୍ଥାନୀୟ ଲୋକଙ୍କ ଦାବି

author img

By

Published : Nov 12, 2020, 8:00 PM IST

ଖୋର୍ଦ୍ଧା: ସରିବାକୁ ବସିଲାଣି ଅବଧି କିନ୍ତୁ ସରିପାରୁନି ସେତୁ ନିର୍ମାଣ କାମ । ଖୋର୍ଦ୍ଧାସ୍ଥିତ ବୋଲଗଡ ବ୍ଲକ ଦୁର୍ଗାପୁର ପଞ୍ଚାୟତ ସିମାପାଲି ଠାରେ ନିର୍ମାଣ ହେଉଥିବା ବିଜୁସେତୁ କାମ ଦୀର୍ଘଦିନ ଧରି ପଡିରହିଥିବା ଅଭିଯୋଗ ଆସିଛି ।

ବିଜୁସେତୁ ନିର୍ମାଣ କାର୍ଯ୍ୟ ସାରିବାକୁ ସ୍ଥାନୀୟ ଲୋକଙ୍କ ଦାବି

ଏହି ବିଜୁସେତୁ ନିର୍ମାଣ ହେଲେ ଜିଲ୍ଲାର ବେଗୁନିଆ, ବୋଲଗଡ ଏବଂ ରଣପୁର ବ୍ଲକର 10 ରୁ ଅଧିକ ଗ୍ରାମବାସୀ ଉପକୃତ ହେବେ । ସେତୁ ପାଇଁ 197.92 ଲକ୍ଷ ବ୍ୟୟ ବରାଦ କରାଯାଇ ଡିସେମ୍ବର 31 2019 ରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଚଳିତ ମାସ 30 ତାରିଖ ସୁଦ୍ଧା ବ୍ରିଜ କାମ ଶେଷ କରିବାକୁ ସରକାର ସମୟ ଅବଧି ରଖିଥିଲେ । ହେଲେ ଆଜି ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେବାରୁ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ସୀମାପଲି ଗ୍ରାମର ଆଦିବାସୀମାନେ ଦୀର୍ଘଦିନ ଧରି ଦୁର୍ଗାପୁର ପଞ୍ଚାୟତକୁ ଯିବା ପାଇଁ ଛଅରୁ ସାତ କିଲୋମିଟର ବୁଲିବୁଲି ଯାଉଛନ୍ତି । ପୋଲ ନିର୍ମାଣ ପରେ ଲୋକଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ମାତ୍ର ଦୁଇରୁ ତିନି କିଲୋମିଟର ଲାଗିବ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.