ETV Bharat / state

ସାନିଟାଇଜ ହେଲା ଖୋର୍ଦ୍ଧା ଡିଆରଡିଏ କାର୍ଯ୍ୟାଳୟ - ଖୋର୍ଦ୍ଧା ଡିଆରଡିଏ କାର୍ଯ୍ୟାଳୟ

କୋଭିଡ଼ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଗୁରୁବାର ଖୋର୍ଦ୍ଧା ଡିଆରଡିଏ କାର୍ଯ୍ୟାଳୟକୁ ସାନିଟାଇଜ କରାଯାଇଛି । ଅଧିକ ପଢନ୍ତୁ...

ସାନିଟାଇଜ ହେଲା ଖୋର୍ଦ୍ଧା ଡିଆରଡିଏ କାର୍ଯ୍ୟାଳୟ

author img

By

Published : Apr 8, 2021, 1:29 PM IST

ଖୋର୍ଦ୍ଧା: ଦିନକୁ ଦିନ କୋରୋନା ସଂକ୍ରମଣ ଜିଲ୍ଲାରେ ବୃଦ୍ଧି ପାଉଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ହାତକୁ ନିଆଯାଉଛି । ଖୋର୍ଦ୍ଧା ଗ୍ରାମ୍ୟ ଉନ୍ନୟନ ସଂସ୍ଥାକୁ ବିଭିନ୍ନ କାର୍ଯ୍ୟ ପାଇଁ ବହୁ ଲୋକ ଆସୁଥିବାରୁ କୋଭିଡ ସଂକ୍ରମଣକୁ ରୋକିବା ପାଇଁ ଏହାକୁ ଗୁରୁବାର ସାନିଟାଇଜ କରାଯାଇଛି ।

ସାନିଟାଇଜ ହେଲା ଖୋର୍ଦ୍ଧା ଡିଆରଡିଏ କାର୍ଯ୍ୟାଳୟ

ଖୋର୍ଦ୍ଧା ଅଗ୍ନିଶମ କର୍ମଚାରୀମାନେ ଗୁରୁବାର କାର୍ଯ୍ୟାଳୟ ଖୋଲିବା ପରେ ଏହାକୁ ସାନିଟାଇଜ କରିଛନ୍ତି । କୋରୋନାର ଦ୍ବିତୀୟ ଲହରୀ ପାଇଁ ସବୁଠି ଆତଙ୍କ ଖେଳି ଯାଇଥିବା ବେଳେ ସଜାଗ ଓ ସଚେତନ ହେଲେ ହିଁ ଏହି ମହାମାରୀ କବଳରୁ ଆମେ ରକ୍ଷା ପାଇପାରିବା ।

ରାଜ୍ୟରେ ହୁ ହୁ ହୋଇ କୋରୋନା ସଂକ୍ରମଣ ବଢୁଥିବା ବେଳେ ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏହାସହିତ ଜିଲ୍ଲାଗୁଡିକରେ କୋଭିଡ ନିୟମକୁ କଡାକଡି ପାଳନ କରିବା ପାଇଁ ଲୋକମାନଙ୍କୁ ସତର୍କ କରାଇବା ସହିତ ପ୍ରଶାସନକୁ ଏ ଦିଗରେ ଦୃଷ୍ଟି ଦେବା ପାଇଁ ମଧ୍ୟ କହିଛନ୍ତି । ଏଥିଲାଗି ରାଜ୍ୟରେ ସବୁ ଜିଲ୍ଲାଗୁଡିକରେ ପ୍ରଶାସନ ଏଥିପ୍ରତି କଡା ଦୃଷ୍ଟି ଦେଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.