ETV Bharat / state

କୋରୋନା ହଟସ୍ପଟ ଗସ୍ତରେ ଖୋର୍ଦ୍ଧା ଜିଲ୍ଲାପାଳ - khurda collector visited hotspot areas today

ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ଜିଲ୍ଲାର ଏକ ନମ୍ବର ହଟସ୍ପଟ କୋରୋନା ଅଞ୍ଚଳ ବାଲୁଗାଁ ଓ ବାଣପୁର ଗସ୍ତ କରିଛନ୍ତି । ଉକ୍ତ ଗସ୍ତରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଜୟ ପ୍ରତାପ ସ୍ୱାଇଁଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ ।

କୋରୋନା ହଟସ୍ପଟରେ ଖୋର୍ଦ୍ଧା ଜିଲ୍ଲାପାଳ
କୋରୋନା ହଟସ୍ପଟରେ ଖୋର୍ଦ୍ଧା ଜିଲ୍ଲାପାଳ
author img

By

Published : Aug 27, 2020, 5:40 PM IST

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ଜିଲ୍ଲାର ଏକ ନମ୍ବର ହଟସ୍ପଟ କୋରୋନା ଅଞ୍ଚଳ ବାଲୁଗାଁ ଓ ବାଣପୁର ଗସ୍ତ କରିଛନ୍ତି । ଉକ୍ତ ଗସ୍ତରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଜୟ ପ୍ରତାପ ସ୍ୱାଇଁଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।

କୋରୋନା ହଟସ୍ପଟରେ ଖୋର୍ଦ୍ଧା ଜିଲ୍ଲାପାଳ
କୋରୋନା ହଟସ୍ପଟରେ ଖୋର୍ଦ୍ଧା ଜିଲ୍ଲାପାଳ

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବାଲୁଗାଁ ଏବଂ ବାଣପୁର ଏନଏସି କାର୍ଯ୍ୟାଳୟରେ ଦୁଇଟି ପୃଥକ ପୃଥକ ବୈଠକରେ ଅଞ୍ଚଳର ସରକାରୀ ଅଧିକାରୀମାନଙ୍କ ସହ ସ୍ଥାନୀୟ ବ୍ୟବସାୟୀ ପ୍ରତିନିଧି, ବୁଦ୍ଧିଜୀବୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରତିନିଧି ଏବଂ କିଛି ସମାଜସେବୀ ଉପସ୍ଥିତ ରହିଥିଲେ ।

କୋରୋନା ହଟସ୍ପଟରେ ଖୋର୍ଦ୍ଧା ଜିଲ୍ଲାପାଳ

କିପରି ଉଭୟ ଅଞ୍ଚଳରେ କୋରୋନାକୁ ପ୍ରତିହତ କରିହେବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲେଚନା କରିବା ସହିତ ଏ ସମ୍ପର୍କରେ ସ୍ଥାନୀୟ ପ୍ରତିନିଧିମାନଙ୍କ ଠାରୁ ଅଭିଯୋଗମାନ ଗ୍ରହଣ କରିଥିଲେ । ବର୍ତ୍ତମାନ ଧୀରେ ଧୀରେ ଉଭୟ ଅଞ୍ଚଳରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ସ୍ଥାନୀୟ ପ୍ରଶାସନର ପରିଶ୍ରମ ଲାଗି ଏହା ଏବେ ନିୟନ୍ତ୍ରଣାଧୀନ ରହିଥିବାରୁ ସ୍ଥାନୀୟ ପ୍ରଶାସନକୁ ପ୍ରଶଂସା କରିଥିଲେ ଜିଲ୍ଲାପାଳ ।

ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୁସ୍ଥ ହୋଇଥିବା ୬୦ ରୁ କମ୍‌ ବୟସର ବୟସ୍କଙ୍କୁ ପ୍ଲାଜ୍‌ମା ଦାନ ପାଇଁ ଅନୁରୋଧ କରିଥିଲେ। ନିଜେ ଆରକ୍ଷୀ ଅଧୀକ୍ଷକ ପ୍ଲାଜ୍‌ମା ଦାନ ପାଇଁ ଗତକାଲି ନାମ ପଞ୍ଜୀକରଣ କରିଥିବାର ସୂଚନା ଦେଇଥିଲେ । ସେହିପରି ଅତିରିକ୍ତ ଜିଲ୍ଲାପାଳ ଜନସାଧାରଣଙ୍କୁ ସଚେତନ ହେବା ସହ ଲକ୍ଷଣବିହୀନ ଥିବା କୋରୋନା ଆକ୍ରାନ୍ତଙ୍କ ପରିବାରକୁ ମଧ୍ୟ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବାକୁ ଅନୁରୋଧ କରିଛନ୍ତି । ଜିଲ୍ଲାପାଳ ବାଣପୁର ଓ ବାଲୁଗାଁ ପାଇଁ ଆଉ ଅତିରିକ୍ତ ଭ୍ରାମ୍ୟମାଣ ୪ ଗୋଟି ଡାକ୍ତରୀ ଦଳ ଯୋଗାଇ ଦେଇଥିବାର ସୂଚନା ଦେଇଛନ୍ତି । କୋରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତିମାନେ ସ୍ୱଇଚ୍ଛାରେ କୋରୋନା ସେବକ ରୂପେ ଅନ୍ୟ କୋରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ସାମାଜିକ ସହଯୋଗ କରିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.