ଖୋର୍ଦ୍ଧା: ଜିଲ୍ଲାରେ କୋରୋନା ସ୍ଥିତି ଭଲ ରହିଥିବା ବେଳେ ଆଗକୁ ସଂକ୍ରମଣ ବଢିବା ସମ୍ଭାବନା ରହିଥିବା କହିଛନ୍ତି ଜିଲ୍ଲାପାଳ । ସେହିଭଳି କୋରୋନା ପାଇଁ ଜିଲ୍ଲା ପ୍ରଶାସନ ସଜାଗ ରହିବା ସହ ଲୋକଙ୍କୁ ମାସ୍କ ଓ ସାମାଜିକ ଦୂରତା ପାଇଁ ସଚେତନ କରାଯାଉଛି । ଏହାସହ ଅମାନିଆଙ୍କ ଠାରୁ ତଣ୍ଡ ଆଦାୟ କରାଯାଉଛି ।
ସେହିପରି ଆଗକୁ ଦଣ୍ଡଯାତ୍ରା ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳନ ହେବାକୁ ଥିବା ବେଳେ ଯାତ୍ରା କମିଟି ପ୍ରଶାସନ ନିକଟରୁ ଅନୁମତି ନେଇ କୋଭିଡ କଟକଣା ମାନି ପାଳନ କରାଯିବ । ଏନେଇ ଜିଲ୍ଲାପାଳ ସନତ କୁମାର ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦଚନ୍ଦ୍ର ପଣ୍ଡା, ଇଟିଭି ଭାରତ