ETV Bharat / state

ଖଣି ମାଫିଆ ସନ୍ଦେହରେ ଯୁବକଙ୍କୁ ବନ କର୍ମଚାରୀ ଆକ୍ରମଣ ଘଟଣା: ନିଲମ୍ବିତ ହେଲେ ଫରେଷ୍ଟର

author img

By

Published : Nov 1, 2022, 9:42 PM IST

ଖୋର୍ଦ୍ଧା ଜଙ୍କିଆ ଥାନା ଅଞ୍ଚଳରେ ଖଣି ମାଫିଆ ସନ୍ଦେହରେ ଶୌଚ ହେବାକୁ ଯାଇଥିବା ଜଣେ ଯୁବକଙ୍କୁ ଉଠାଇ ନେଇ ବନ କର୍ମଚାରୀ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ଗୁରୁତ୍ବର ସହ ନେଇ ତଦନ୍ତ ପରେ ଭୂଷଣ୍ଡପୁର ଫରେଷ୍ଟରଙ୍କୁ ନିଲମ୍ବିତ କରିଛନ୍ତି ଆଞ୍ଚଳିକ ମୁଖ୍ୟ ବନ୍ୟ ସଂରକ୍ଷକ ମନୋଜ କୁମାର ମହାପାତ୍ର । ଅଧିକ ପଢ଼ନ୍ତୁ

ଖଣି ମାଫିଆ ସନ୍ଦେହରେ ଯୁବକଙ୍କୁ ବନ କର୍ମଚାରୀ ଆକ୍ରମଣ ଘଟଣା: ନିଲମ୍ବିତ ହେଲେ ଫରେଷ୍ଟର
ଖଣି ମାଫିଆ ସନ୍ଦେହରେ ଯୁବକଙ୍କୁ ବନ କର୍ମଚାରୀ ଆକ୍ରମଣ ଘଟଣା: ନିଲମ୍ବିତ ହେଲେ ଫରେଷ୍ଟର

ଖୋର୍ଦ୍ଧା: ଖଣି ମାଫିଆ ସନ୍ଦେହରେ ବନ କର୍ମଚାରୀ ଜଣକ ଯୁବକଙ୍କୁ ନିସ୍ତୁକ ପିଟିଥିବା ଘଟଣା । ଭୂଷଣ୍ଡପୁର ଫରେଷ୍ଟର ରାଜେଶ ପଣ୍ଡା ନିଲମ୍ବିତ । ଆଞ୍ଚଳିକ ମୁଖ୍ୟ ବନ୍ୟ ସଂରକ୍ଷକ ମନୋଜ କୁମାର ମହାପାତ୍ର ତାଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଗାଉଡିଆ ପାଟଣା ଗ୍ରାମରେ ଖଣି ମାଫିଆ ସନ୍ଦେହରେ ଶୌଚ ହେବାକୁ ଯାଇଥିବା ଜଣେ ଯୁବକଙ୍କୁ ଉଠାଇ ନେଇଥିଲେ ବନ କର୍ମଚାରୀ । ଏହାପରେ ଅଫିସ ଭିତରେ ଲୁହାରଡ ଓ ଲାଠିରେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା ।

ଖଣି ମାଫଆ ସଂଦେହରେ ଯୁବକକୁ ବନ କର୍ମଚାରୀ ନିସ୍ତୁକ ମାଡ଼ ଘଟଣା: ନିଲମ୍ବିତ ହେଲେ ଫରେଷ୍ଟର

ସୂଚନା ଅନୁସାରେ ଗତ ୨୩ ତାରିଖରେ ବନ ବିଭାଗ କର୍ମଚାରୀ ମାନେ ବେଆଇନ ମାଙ୍କଡ଼ା ପଥର ଖଣିରେ ଚଢ଼ାଉ କରିବାକୁ ଯାଇଥିଲେ । ଏହି ସମୟରେ ପଥର ମାଫିଆମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । କିନ୍ତୁ ବନ କର୍ମାଚାରୀମାନେ ଗୌଡ଼ିଆପାଟଣା ଗ୍ରାମରେ ପଶି କେତକ ନୀରିହ ଲୋକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଏନେଇ ଉତ୍ତ୍ୟକ୍ତ ଲୋକେ ବନ କର୍ମଚାରୀକୁ ଅଟକ ରଖିଥିଲେ । ତେବେ ସିକୋ ଫାଣ୍ଡି ଅଧିକାରୀ ଶଙ୍କର୍ଷଣ ଆଇଚ ବୁଝାସୁଝା କରିବା ପରେ ବନ କର୍ମଚାରୀ ମୁକୁଳିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଖଣି ମାଫିଆ ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ଼ ଅଭିଯୋଗ

କିନ୍ତୁ ଶନିବାର ସନ୍ଧ୍ୟାରେ ଟାଙ୍ଗୀ ବାନାଞ୍ଚଳ କର୍ମଚାରୀମାନେ ବେଆଇନ ମାଙ୍କଡ଼ା ପଥର ଖଣିରେ ପୁଣିଥରେ ଚଢାଉ କରିଥିଲେ । ଏହି ସମୟରେ ଉକ୍ତ ଗ୍ରାମର ମନୋରଞ୍ଜନ ଦାସ ଶୌଚ ହେବାକୁ ନିକଟରେ ଥିବା ଏକ ଜଙ୍ଗଲକୁ ଯାଇଥିବାବେଳେ ତାଙ୍କୁ ଉଠାଇ ନେଇଥିଲେ ବନ କର୍ମଚାରୀ । ତାଙ୍କୁ ଭୂଷଣ୍ଡପୁର ବିଟ ହାଉସରେ ନିସ୍ତୁକ ମାଡ଼ ମାରିବା ଅଭିଯୋଗ କରିଥିଲେ ମନୋରଞ୍ଜନ । କିନ୍ତୁ ମାଡ଼ ମାରିବା ଅଭିଯୋଗକୁ ଫରେଷ୍ଟର ରାଜେଶ ପଣ୍ଡା ଖଣ୍ଡନ କରିଥିଲେ । ମାତ୍ର ଏ ଘଟଣାକୁ ଗୁରୁତ୍ବର ସହ ନେଇଥିଲା ବନ ବିଭାଗ । ବନ ବିଭାଗ ଏହି ଘଟଣାର ତଦନ୍ତ କରି ଫରେଷ୍ଟରଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.