ETV Bharat / state

Khurda-Balangir Rail Project: 68 କିମି ଜଙ୍ଗଲ ଜମି ଅନୁମୋଦନ

author img

By

Published : Feb 13, 2023, 9:17 AM IST

ଖୁବଶୀଘ୍ର ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ଶେଷ ହେବାକୁ ଯାଉଛି । ଏନେଇ 68 କିମି ଜଙ୍ଗଲ ଜମି ଅନୁମୋଦନ ହୋଇଛି । ଅଧିକ ପଢନ୍ତୁ

ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ
land approved for khurda balangir rail line

ଖୋର୍ଦ୍ଧା: ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ପ୍ରକଳ୍ପ ପାଇଁ ବାଟ ଫିଟିଛି । ପ୍ରକଳ୍ପ କାର୍ଯ୍ୟ ପାଇଁ ଜଙ୍ଗଲ ଜମିକୁ ଅନୁମୋଦନ ମିଳିଛି । ଦଶପଲ୍ଲା ଏବଂ ପୁରୁଣାକଟକ ମଧ୍ୟରେ ଥିବା ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର 112 କିଲୋମିଟରରୁ 180 କିଲୋମିଟର ମଧ୍ୟରେ 68 କିଲୋମିଟର ରେଳ ଲାଇନ ପାଇଁ ଜଙ୍ଗଲ ଅନୁମୋଦନ ଦିଆଯାଇଛି । ଏହି ପ୍ରକଳ୍ପ ବଲାଙ୍ଗୀର, ସୋନପୁର, ଫୁଲବାଣୀ, ବୌଦ୍ଧ, ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲାକୁ ସଂଯୋଗ କରିବ । ଏହା ସହିତ ପଶ୍ଚିମ ଏବଂ ଉପକୂଳ ଓଡିଶା ମଧ୍ୟରେ ଆଉ ଏକ ରେଳ ସଂଯୋଗ ସ୍ଥାପନ କରିବ ।

1994-95ରେ ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଥିଲା । ଜଙ୍ଗଲ ମଞ୍ଜୁରୀ ସହିତ ଅନେକ ସମସ୍ୟା ପାଇଁ ଏହି ପ୍ରକଳ୍ପ ବିଳମ୍ବିତ ହେଉଥିଲା । 2014-15 ରୁ ଏହି ପ୍ରକଳ୍ପକୁ ତ୍ବରାନ୍ବିତ କରାଯାଇଛି । ଅଦ୍ୟାବଧି, 301 କିମି ମଧ୍ୟରୁ 115 କିଲୋମିଟର (ଖୋର୍ଦ୍ଧା ରୋଡରୁ ନୂଆଗାଁ ପର୍ଯ୍ୟନ୍ତ 90 କିଲୋମିଟର) ଏବଂ ବଲାଙ୍ଗୀରରୁ ଝରତରଭା ପର୍ଯ୍ୟନ୍ତ 25 କିଲୋମିଟର) ରେଳ ଲାଇନ କାର୍ଯ୍ୟକ୍ଷମ ହୋଇଛି ।

ଖୋର୍ଦ୍ଧା ରୋଡ଼ ପାର୍ଶ୍ବରୁ ନୂଆଗାଁ ଠାରୁ ଦଶପଲ୍ଲା ଏବଂ ବଲାଙ୍ଗୀର ପାର୍ଶ୍ବରୁ ଝରତରଭା ଠାରୁ ଖମ୍ବେଶ୍ବରପାଲି ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଚଳିତ ଆର୍ଥିକ ବର୍ଷ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି । ଆବଶ୍ୟକ ଜମି ଏବଂ ଜଙ୍ଗଲ ମଞ୍ଜୁର ହସ୍ତାନ୍ତର କରିବାରେ ବିଳମ୍ବ ହେତୁ ପ୍ରକଳ୍ପର ମନ୍ଥର ଅଗ୍ରଗତି ହୋଇଥିଲା । ଜଙ୍ଗଲ ମଞ୍ଜୁର ଏବଂ କାର୍ଯ୍ୟ ଅନୁମତି ଦଶପଲ୍ଲା ଏବଂ ପୁରୁଣାକଟକ (କିମି 112 - କିମି 180) ମଧ୍ୟରେ ଥିବା 1469 ଏକର ଜଙ୍ଗଲ ଜମି ପାଇଁ ବିଚାରାଧୀନ ଥିଲା ।

ମାର୍ଚ୍ଚ 2023 ସୁଦ୍ଧା ନୂଆଗାଓଁ ଏବଂ ଦଶପଲ୍ଲା ମଧ୍ୟରେ 15.5 କିଲୋମିଟର ଦୈର୍ଘ୍ୟ ରେଳ ସେକ୍ସନ ମଧ୍ୟରେ 57ଟି ମାଇନର୍ ଏବଂ 3 ଟି ମେଜର ବ୍ରିଜ୍ ସହିତ 15 ରୋଡ୍ ଅଣ୍ଡର ବ୍ରିଜ୍ (RUBs) ଏବଂ 04 ଟି ରୋଡ୍ ଓଭର ବ୍ରିଜ୍ (ROB) ସହିତ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ସେହିଭଳି, ମାର୍ଚ୍ଚ 2023 ସୁଦ୍ଧା ଝରତରଭା-ଖମ୍ବେଶ୍ବରପାଲ୍ଲୀ-ସୋନପୁର (11.40 + 10.30 = 21.70 କିଲୋମିଟର) ଦୈର୍ଘ୍ୟ ରେଳ ସେକ୍ସନ ସମାପ୍ତ ହେବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପ ପାଇଁ 112-180 କିଲୋମିଟର ମଧ୍ୟରେ 97.59 ଏକର ଘରୋଇ ଜମି, 262.75 ଏକର ସରକାରୀ ଜମି ଉପଲବ୍ଧତା ସହିତ ଜଙ୍ଗଲ ଅନୁମୋଦନ ସଠିକ ସମୟରେ ମିଳିଥିଲେ ଡିସେମ୍ବର 2025 ମଧ୍ୟରେ ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷଧାର୍ଯ୍ୟ କରାଯାଇଥିଲା ।

ଏହା ବି ପଢନ୍ତୁ...ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା କାର୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କେନ୍ଦ୍ର ରେଳମନ୍ତ୍ରୀ ଗତବର୍ଷ ଓଡିଶାରେ ଚାଲିଥିବା ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟ ସହିତ ଏହି ଅଞ୍ଚଳର ରେଳ ଭିତ୍ତିଭୂମି ବିକାଶ ପାଇଁ ପ୍ରାଥମିକତା ଦେଉଥିବା କହିଥିଲେ । ବିକାଶମୂଳକ କାର୍ଯ୍ୟ ଉପରେ ମଧ୍ୟ ନଜର ରଖିଥିବା ମଧ୍ୟ କହିଥିଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ଅନ୍ୟତମ ଫୋକସ୍ ପ୍ରକଳ୍ପ ହୋଇଥିବାବେଳେ ଏହା ପ୍ରଧାନମନ୍ତ୍ରୀଙ୍କ ଭିତ୍ତିଭୂମି ବିକାଶରେ ସ୍ଥାନ ପାଇଛି । ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପରେ ଜଙ୍ଗଲ ଅନୁମୋଦନ ପ୍ରସଙ୍ଗ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଏବଂ ପରିବେଶ ଓ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦର ଯାଦବଙ୍କ ସମର୍ଥନ ଯୋଗୁଁ ସମ୍ଭବ ହୋଇପାରିଥିବା ଖୋର୍ଦ୍ଧା ରୋଡ଼ ଡିଆରଏମଙ୍କ କାର୍ଯ୍ୟାଳୟରୁ ଏକ ପ୍ରେସ ବିବୃତ୍ତିରେ କୁହାଯାଇଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.