ETV Bharat / state

କାଠମୁଖାର ଅନନ୍ୟ ବିନ୍ଧାଣୀ କଳ୍ପତରୁ - କାଠମୁଖା

ପୌରାଣିକ ନାଟକର ବିଭିନ୍ନ ଚରିତ୍ରରେ ଅଭିନୟ ପାଇଁ ବ୍ୟବହାର ହୋଇଥାଏ କାଠ ତିଆରି ମୁଖା । କିନ୍ତୁ ପୌରାଣିକ ନାଟକ ବନ୍ଦ ହେବା ପରେ ଏହି କାଠ ମୁଖା ଏବେ ଘର ସାଜସଜ୍ଜାରେ ବ୍ୟବହାର କରାଯାଇ ଘରକୁ ଆକର୍ଷଣୀୟ ରୂପ ଦିଆଯାଉଛି । ଆଉ ଏହି କାଠ ତିଆରି ମୁଖା ପ୍ରସ୍ତୁତ କରି ଓଡ଼ିଶାରେ ବେଶ ପ୍ରସିଦ୍ଧି ଲାଭ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଘମାରି ଗାଁର ଯୁବଶିଳ୍ପୀ କଳ୍ପତରୁ ପଣ୍ଡା । ଅଧିକ ପଢନ୍ତୁ...

କାଠମୁଖାର ଅନନ୍ୟ ବିନ୍ଧାଣୀ କଳ୍ପତରୁ
କାଠମୁଖାର ଅନନ୍ୟ ବିନ୍ଧାଣୀ କଳ୍ପତରୁ
author img

By

Published : Jul 20, 2021, 12:05 PM IST

ଖୋର୍ଦ୍ଧା: ପୌରାଣିକ ନାଟକର ବିଭିନ୍ନ ଚରିତ୍ରରେ ଅଭିନୟ ପାଇଁ ବ୍ୟବହାର ହୋଇଥାଏ କାଠ ତିଆରି ମୁଖା । କିନ୍ତୁ ପୌରାଣିକ ନାଟକ ବନ୍ଦ ହେବା ପରେ ଏହି କାଠ ମୁଖା ଏବେ ଘର ସାଜସଜ୍ଜାରେ ବ୍ୟବହାର କରାଯାଇ ଘରକୁ ଆକର୍ଷଣୀୟ ରୂପ ଦିଆଯାଉଛି । ଆଉ ଏହି କାଠ ତିଆରି ମୁଖା ପ୍ରସ୍ତୁତ କରି ଓଡ଼ିଶାରେ ବେଶ ପ୍ରସିଦ୍ଧି ଲାଭ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଗାଁର ଯୁବଶିଳ୍ପୀ କଳ୍ପତରୁ ପଣ୍ଡା ।

କାଠମୁଖାର ଅନନ୍ୟ ବିନ୍ଧାଣୀ କଳ୍ପତରୁ

ଦିନଥିଲା କେତେକ ପୌରାଣିକ ବିଷୟକୁ ନେଇ ଆଧାରିତ ରାମ ନାଟକ, ସୁଆଙ୍ଗ ଓ ଗୀତିନାଟ୍ୟ ଆଦିରେ ଅନେକ କଳାକାର ବିଭିନ୍ନ ଚରିତ୍ରରେ କାଠ ତିଆରି ବିଭିନ୍ନ ମୁଖାକୁ ବ୍ୟବହାର କରି ଚରିତ୍ର ଅଭିନୟ କରୁଥିଲେ। ଯାହାକି ଦର୍ଶକଙ୍କ ମନ ମୋହୁଥିଲା । କିନ୍ତୁ ଏବେ ଯୁଗ ବଦଳିଲା ତା ସହ ଏହି କାଠ ମୁଖାର ପ୍ରସ୍ତୁତି ମଧ୍ୟ୍ୟ କମିବାରେ ଲାଗିଲା । ଆମ କଳା କାରିଗରିର ଭିନ୍ନ ପରିଚୟ ଦେଉଥିଲା ଏହି କାଠ ମୁଖା । କିନ୍ତୁ ଏବେ ପୌରାଣିକ ନାଟକ ବନ୍ଦ ହେବା ଫଳରେ ଏହି କାଠ ତିଆରି ମୁଖା ଏବେ ଅନେକ ଶୋ’ରୁମ ଓ ଘର ସାଜସଜ୍ଜା ସାମଗ୍ରୀ ପାଲଟିଛି । ଆଉ ଯାହାକୁ ଏବେ ପେଶା ଭାବେ ଗ୍ରହଣ କରଛନ୍ତି ଖୋର୍ଦ୍ଧା ବାଘମାରି ଗ୍ରାମର କଳ୍ପତରୁ ପଣ୍ଡା ।

କେବଳ କଳ୍ପତରୁ କାଠ ମୁଖା ପ୍ରସ୍ତୁତ କରନ୍ତି ନାହିଁ ବରଂ କାଠରେ ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତି ଯେମିତି ତାଙ୍କ ହାତର ସ୍ପର୍ଶରେ ପାଲଟିଯାଏ ଜୀବନ୍ତ । ସେହିପରି କଳ୍ପତରୁ ନିଜ ଅଞ୍ଚଳର ପ୍ରାୟ ୭ ଜଣ ଯୁବକଙ୍କୁ ଏହି କାଠ ମୁଖା ପ୍ରସ୍ତୁତ କରିବା ପାଇଁ ପ୍ରଶିକ୍ଷଣ ଦେଇ କରାଇଛନ୍ତି ସ୍ୱାବଲମ୍ବୀ । କଳ୍ପତରୁ ପେସାରେ ଜଣେ ପଥର ଶିଳ୍ପୀ କିନ୍ତୁ ମୂର୍ତ୍ତି ତିଆରି ପଥରର ଘୋର ଅଭାବ ପାଇଁ ସେ ଏବେ କାଠ ମୁଖା ପ୍ରସ୍ତୁତ କରି ବେଶ ଚର୍ଚ୍ଚା ସାଉଁଟିଛନ୍ତି । ଗ୍ରାମଞ୍ଚଳରେ ସହଜରେ ମିଳୁଥିବା ସିମିଳି, ପାଳଧୁଆ, ଗମ୍ଭାରୀ, ଲିମ୍ବ ଆଦି କାଠ ସଂଗ୍ରହ କରି ସେଥିରେ ତିଆରୀ କରୁଛନ୍ତି ସୁନ୍ଦର ସୁନ୍ଦର ରାବଣ, ରାହୁ, ହନୁମାନ ଆଦି ବିଭିନ୍ନ ମୁଖା ।

କାଠ ସଂଗ୍ରହ କରି ନିହାଣରେ କାଟି ସେଥିରେ ରଙ୍ଗଦେଇ ତାକୁ କରିଥାନ୍ତି ଜୀବନ୍ତ । କଳ୍ପତରୁଙ୍କ ପାଖକୁ ଦିଲ୍ଲୀ, ରାଜସ୍ଥାନ, ମୁମ୍ବାଇ ଆଦି ରାଜ୍ୟରୁ ମୁଖା ପ୍ରସ୍ତୁତ ପାଇଁ ଅର୍ଡର ଆସୁଥିବା କହିଛନ୍ତି କଳ୍ପତରୁ । ସେହିପରି ଏହି କାଠ ମୁଖା ଓଡ଼ିଶାରେ କେବଳ ବାଘମାରି ଓ ଖଣ୍ଡପଡା ଅଂଚଳରେ ପ୍ରସ୍ତୁତ ହେଉଥିବା ସେ କହିଛନ୍ତି । ଗୋଟିଏ ଛୋଟ ମୁଖା ପ୍ରସ୍ତୁତି ପାଇଁ ତାଙ୍କୁ ଦୁଇ ଦିନ ସମୟ ଲାଗୁଥିବା ବେଳେ ବଡ଼ ମୁଖା ପ୍ରସ୍ତୁତ ପାଇଁ ସାତ ରୁ ଆଠ ଦିନ ସମୟ ଲାଗିଥାଏ । ସେହିପରି ଏହି କାଠ ମୁଖାର ମୂଲ୍ୟ ଯଥାକ୍ରମେ ଏକ ହଜାର ଟଙ୍କାରୁ ସାତ ହଜାର ଟଙ୍କା ମଧରେ ରହିଥିବା କହିଛନ୍ତି ଶିଳ୍ପୀ କଳ୍ପତରୁ ।

କଳ୍ପତରୁଙ୍କ ଠାରୁ ଶିକ୍ଷାଲାଭ କରୁଥିବା ଯୁବକଶିଳ୍ପୀର ନିହଣ ମୁନର ସ୍ପର୍ଶରେ ନିର୍ଜୀବ କାଠ ପାଷାଣ ହୋଇଉଠେ ଜୀବନ୍ତ । କିନ୍ତୁ କୋରୋନା ମହାମାରି ସମସ୍ତଙ୍କ ବେଉସା ଉପରେ ବିଶେଷ ପ୍ରଭାବ ପକାଇଥିବା ବେଳେ କଳ୍ପତରୁ କିନ୍ତୁ ସ୍ଥାନୀୟ ସାତଜଣ ଯୁବକଙ୍କୁ ଏହି ବିଲୁପ୍ତ କଳାର ପ୍ରଶିକ୍ଷଣ ଦେଉଛନ୍ତି । ଆଉ ବର୍ତ୍ତମାନ ଏହି କାଠ ମୁଖାର ବଜାର ଚାହିଦା ଭଲ ରହିଥିବାରୁ ସେ ଭଲ ଦୁଇପଇସା ରୋଜଗାର କରି ନିଜ ପରିବାର ଚଳାଇବା ସହ ଅନ୍ୟ ସହଯୋଗୀଙ୍କୁ ପ୍ରଶିକ୍ଷଣ ଦେଇ ରୋଜଗାରକ୍ଷମ କରାଇ ପାରୁଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.