ETV Bharat / state

କାଲି ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ: ତ୍ରିସ୍ତରୀୟ ସୁରକ୍ଷା ଭିତରେ ଇଭିଏମ

ଖୋର୍ଦ୍ଧାରେ ନୂତନ ଭାବେ ନିର୍ମାଣ ହୋଇଥିବା ଗୋଦାମ ଗୃହରେ ବେଗୁନିଆ, ଚିଲିକା ଓ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ଭୋଟ ଗଣତି ହେବ । ଏନେଇ ଚତୁଃପାର୍ଶ୍ବରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

author img

By

Published : May 22, 2019, 3:38 PM IST

ଫଟୋ ସୌଜନ୍ୟ: ପ୍ରତିନିଧି ଖୋର୍ଦ୍ଧା

ଖୋର୍ଦ୍ଧା: ଆସନ୍ତାକାଲି ଇଭିଏମରେ ସିଲ୍ ହୋଇଥିବା ନେତାଙ୍କ ଭାଗ୍ୟଫଳ ପ୍ରକାଶ ପାଇବ । ସେଥିପାଇଁ ଖୋର୍ଦ୍ଧାରେ ଥିବା ଇଭିଏମ ଗୃହ ଚତୁଃପାର୍ଶ୍ବରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଖୋର୍ଦ୍ଧା

ଚଳିତ ଥର ଖୋର୍ଦ୍ଧାରେ ନୂତନ ଭାବେ ନିର୍ମାଣ ହୋଇଥିବା ଗୋଦାମ ଗୃହରେ ବେଗୁନିଆ, ଚିଲିକା ଓ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ଭୋଟ ଗଣତି ହେବ । ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଷ୍ଟ୍ରଙ୍ଗ ରୁମର ସୁରକ୍ଷା ପାଇଁ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ହୋଇଥିବା ବେଳେ ଷ୍ଟ୍ରଙ୍ଗ ରୁମ ବାହାରେ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ଥିବା ଖୋର୍ଦ୍ଧା ଜିଲ୍ଲାପାଳ ଭୁପିନ୍ଦର ସିଂ ପୁନିଆ ସୂଚନା ଦେଇଛନ୍ତି । ମୁଖ୍ୟ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ଅନୁସାରେ ଭୋଟ ଗଣତି କରାଯିବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:Body:

sgdsd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.