ଖୋର୍ଦ୍ଧା : OSSCରେ ମହାଦୁର୍ନୀତି ବିରୁଦ୍ଧରେ ଆଜି ଜ଼ିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ଠାରୁ ଜ଼ିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ବାହାରି ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲା ଛାତ୍ର କଂଗ୍ରେସ ।
କୁବେର PSO ବିରଞ୍ଚି ସାହୁ ଗିରଫ ହେବା ପରେ ଖୋଲୁଛି OSSCରେ ଚାଲିଥିବା ଦୁର୍ନୀତିର ପେଡି । ଏହି ବିକ୍ଷୋଭ ପ୍ରଦର୍ଶନରେ ଓଡିଶା ଷ୍ଟାଫ ସିଲେକ୍ସନ କମିଶନର ଅନ୍ୟ କର୍ମଚାରୀମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବା ନେଇ ଛାତ୍ର କଂଗ୍ରେସ ଦାବି କରିଛି । ଶୋଭାଯାତ୍ରା ପରେ ଖୋର୍ଦ୍ଧା ଜିଲ୍ଲାପାଳ ଅଫିସ ସମ୍ମୁଖରେ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତଳିକା ଦାହ କରାଯିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ଯରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ