ETV Bharat / state

ବ୍ୟବସାୟୀଙ୍କୁ ଗୁଳିମାଡ ଘଟଣା: ପୋଲିସ-ଫରେନସିକ ଟିମର ତଦନ୍ତ ଆରମ୍ଭ - ଖୋର୍ଦ୍ଧାରେ ବ୍ୟବସାୟୀଙ୍କୁ ଗୁଳିମାଡ

ଖୋର୍ଦ୍ଧାରେ ବ୍ୟବସାୟୀଙ୍କୁ ଗୁଳିମାଡ ଘଟଣାକୁ ଗୁରତର ଭାବେ ନେଇଛନ୍ତି ଏସପି । ବିଭିନ୍ନ ତଦନ୍ତକାରୀ ସଂସ୍ଥାର ତଦନ୍ତ ଜାରି । ଅଧିକ ପଢନ୍ତୁ...

ବ୍ୟବସାୟୀଙ୍କୁ ଗୁଳିମାଡ ଘଟଣା: ପୋଲିସ, ଫରେନସିକ ଟିମର ତଦନ୍ତ ଆରମ୍ଭ

author img

By

Published : Jul 31, 2021, 9:21 AM IST

ଖୋର୍ଦ୍ଧା:ଗୁରୁବାର ରାତି ସାଢ଼େ ଦଶଟା ସମୟରେ ବାଘମାରୀର ବ୍ୟବସାୟୀ ମନମୋହନ ସାମନ୍ତରାୟ ଦୋକାନ ବନ୍ଦ କରି ଏକ ବ୍ୟାଗରେ 80ହଜାର ଟଙ୍କା ଧରି ଘରକୁ ଫେରୁଥିବା ସମୟରେ ଚାରିଜଣ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳିମାଡ଼ କରି ଟଙ୍କା ଭର୍ତ୍ତି ବ୍ୟାଗ ନେଇ ଚମ୍ପଟ ମାରିବା ଘଟଣାକୁ ଗୁରୁତର ଭାବେ ନେଇଛନ୍ତି ଖୋର୍ଦ୍ଧା ଏସପି ।

ଘଟଣାସ୍ଥଳରେ ନିଜେ ଖୋର୍ଦ୍ଧା ଏସପି, ସାଇବର ସେଲ ,ଫରେନସିକ ଟିମ ଓ ବାଘମାରି ଥାନା ଅଧିକାରୀ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଛନ୍ତି । ପୋଲିସ ବାଘମାରି ବଜାରରେ ଲାଗିଥିବା ସମସ୍ତ ସିସିଟିଭି ଯାଞ୍ଚ କରିଛି । ସେହିପରି ଫରେନସିକ ଟିମ ଘଟଣାସ୍ଥଳରୁ ଗୁଳିର ଖୋକା ସହ ବିଭିନ୍ନ ସାମଗ୍ରୀକୁ ଜବତ କରିଛି ।

ବ୍ୟବସାୟୀଙ୍କୁ ଗୁଳିମାଡ ଘଟଣା: ପୋଲିସ, ଫରେନସିକ ଟିମର ତଦନ୍ତ ଆରମ୍ଭ

ସେପଟେ ଗୁଳିମାଡ଼ର ଶିକାର ହୋଇଥିବା ବ୍ୟବସାୟୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି । ମାମଲାରେ ସମ୍ପୃକ୍ତ ଦୋଷୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ପୀଡିତଙ୍କ ବାପା ଦାବି କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.