ETV Bharat / state

ବନ୍ଧୁକ କାରଖାନାରେ ଚଢ଼ାଉ: ଦେଶୀ ବନ୍ଧୁକ-ଗୁଳି ଜବତ, ୨ ଗିରଫ - ବନ୍ଧୁକ କାରଖାନା ଉପରେ ପୋଲିସର ଚଢ଼ଉ

ପରିତ୍ୟକ୍ତ ଘରୁ ଜବତ ହେଲା ବନ୍ଧୁକ । ଘର ଭିତରେ ଚାଲୁଥିଲା ବନ୍ଧୁକ କାରଖାନା । ପୋଲିସ କରିଲା ଅତର୍କିତ ଚଢ଼ାଉ । ଅଧିକ ପଢ଼ନ୍ତୁ

ବନ୍ଧୁକ କାରଖାନା ଉପରେ ପୋଲିସର ଚଢ଼ଉ, ବନ୍ଧୁକ, ଗୁଳି ସହ ୨ ଗିରଫ

author img

By

Published : Apr 27, 2022, 4:51 PM IST

ଖୋର୍ଦ୍ଧା : ଜଙ୍ଗଲ ଭିତରେ ଥିବା ଏକ ପରିତ୍ୟକ୍ତ ଘରେ ଚାଲିଥିଲା ବନ୍ଧୁକ ତିଆରି କାରଖାନା । ଏ ସମ୍ପର୍କରେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବନ୍ଧୁକ ଓ ଗୁଳି ଜବତ କରିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଡମଣଭୂଇଁ ଜଙ୍ଗଲରେ ଥିବା ଏକ ପରିତ୍ୟକ୍ତ ଘରେ ।

ବନ୍ଧୁକ କାରଖାନା ଉପରେ ପୋଲିସର ଚଢ଼ଉ, ବନ୍ଧୁକ, ଗୁଳି ସହ ୨ ଗିରଫ

ସୂଚନାନୁସାରେ ଉକ୍ତ ପରିତ୍ୟକ୍ତ ଘରେ କିଛି ଦିନ ହେବ ବନ୍ଧୁକ ତିଆରି କାରଖାନା ଚାଲୁଥିଲା । ଯେଉଁଠାରେ ବିଭିନ୍ନ ପ୍ରକାରର ବନ୍ଧୁକ ତିଆରି ହେବା ସହ ଗୁଳି ମଧ୍ୟ ତିଆରି ହେଉଥିଲା । ତେବେ ଏସମ୍ପର୍କରେ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ସେଠାରେ ପହଞ୍ଚି ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ୩ଟି ଦେଶୀ ବନ୍ଧୁକ, ୬ଟି ଗୁଳି, ୨ଶହ ଗ୍ରାମ ଗନ ପାଉଡର, ଖାଲି କ୍ୟାଟ୍ରିଜ ଏବଂ ବନ୍ଧୁକ ତିଆରି ସାମଗ୍ରୀ ଜବତ କରିଛି ।

ସେହିଭଳି ଘଟଣାସ୍ଥଳରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାସହ ଗୋଟିଏ ବାଇକକୁ ମଧ୍ୟ ପୋଲିସ ଜବତ କରିଛି । ଗିରଫ ଅଭିଯୁକ୍ତ ହେଲେ ବାଣପୁର ଅଞ୍ଚଳର ଦିଲୀପ କୁମାର ଦାସ ଓ ଲଙ୍ଗଳେଶ୍ବର ଅଞ୍ଚଳର ତ୍ରିଲୋଚନ ଦାସ । ଉଭୟଙ୍କ ନାମରେ ବିଭିନ୍ନ ଥାନାରେ ବହୁ ମାମଲା ରହିଥିବା ଆଜି ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଏସପି ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.