ETV Bharat / state

ବାର୍ କର୍ମଚାରୀଙ୍କୁ ଛୁରା ମାଡ ଘଟଣା, 6 ଅଟକ

ଗାଡି ରଖିବା ଓ ବିୟର ମାଗିବାକୁ ନେଇ ବାର୍ କର୍ମଚାରୀ ଅମୀୟ ବାରିକଙ୍କ ସହିତ ଯୁବକଙ୍କର ବଚସା ହୋଇଥିଲା । ଏହାପରେ ଅଭିଯୁକ୍ତମାନେ ବିଭିନ୍ନ ମାରଣାସ୍ତ୍ରରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଅଧିକ ପଢନ୍ତୁ...

author img

By

Published : Jul 16, 2020, 7:20 AM IST

ବାର୍ କର୍ମଚାରୀଙ୍କୁ ଛୁରା ମାଡ ଘଟଣା, 6 ଅଟକ
ବାର୍ କର୍ମଚାରୀଙ୍କୁ ଛୁରା ମାଡ ଘଟଣା, 6 ଅଟକ

ଖୋର୍ଦ୍ଧା: ବାର୍ କର୍ମଚାରୀଙ୍କୁ ଛୁରା ମାଡ କରି ହତ୍ୟା ଘଟଣାରେ ୬ ଅଟକ । ମଙ୍ଗଳବାର ସ୍ଥାନୀୟ ଗଡ ଖୋର୍ଦ୍ଧା ନିକଟରେ ଥିବା ଏକ ବାରରେ କର୍ମଚାରୀଙ୍କୁ ଛୁରା ମାଡ କରି ହତ୍ୟା କରାଯାଇଥିଲା । ଏହି ଘଟଣାରେ ବୁଧବାର ଖୋର୍ଦ୍ଧା ପୋଲିସ 6 ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଥିବା ସୂଚନା ମିଳିଛି ।

ଅଟକ ଅଭିଯୁକ୍ତଙ୍କଠାରୁ ବହୁ ମାରଣାସ୍ତ୍ର ଓ ଏକ ଦାମୀ କାରକୁ ମଧ୍ୟ ଜବତ କରାଯାଇଛି । ସୂଚନା ଅନୁଯାୟୀ ମଙ୍ଗଳବାର ସନ୍ଧ୍ୟାରେ ଏକ କାରରେ 4ରୁ 5 ଜଣ ଯୁବକ ଆସି ସ୍ଥାନୀୟ ଗଡ ଖୋର୍ଦ୍ଧା ଛକଠାରେ ଥିବା ଏକ ବାରରେ ପହଞ୍ଚିଥିଲେ । ଏହି ସମୟରେ ଗାଡି ରଖିବା ଓ ବିୟର ମାଗିବାକୁ ନେଇ ବାର୍ କର୍ମଚାରୀ ଅମୀୟ ବାରିକଙ୍କ ସହିତ ସେମାନଙ୍କର ବଚସା ହୋଇଥିଲା ।

ଏହାପରେ ଗାଡିରୁ ଅଭିଯୁକ୍ତମାନେ ବିଭିନ୍ନ ମାରଣାସ୍ତ୍ରରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ଅମୀୟଙ୍କର ମୃତ୍ୟୁ ହୋଇଥିଲା । ଘଟଣାରେ ପୋଲିସ 6 ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.