ETV Bharat / state

ବାତ୍ୟା କ୍ଷତିପୂରଣ ଦାବିରେ ଜିଲ୍ଲାପାଳଙ୍କୁ ଗୁହାରି

ବାତ୍ୟା ଫନି ଉଜାଡି ଦେଲା ଘରଦ୍ବାର । କିନ୍ତୁ କ୍ଷତିଗ୍ରସ୍ତଙ୍କ ଘରୁ କ୍ଷୟକ୍ଷତି ଆକଳନ କରିବାକୁ କୌଣସି ଅଧିକାରୀ ନ ଆସିବାକୁ ବିରୋଧ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ରାୟପୁରର ଗ୍ରାମବାସୀ ।

author img

By

Published : May 22, 2019, 11:34 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ତାଣ୍ଡବ ରଚି ଫେରିଗଲା ବାତ୍ୟା ଫନି । ବାତ୍ୟା ଯିବାର ଆଜିକୁ 18 ଦିନ ବିତିଲାଣି । ହେଲେ ଆଜି ପର୍ଯ୍ୟନ୍ତ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ତ ମିଳିବା ଦୂରର କଥା ବାତ୍ୟା ବିପନ୍ନଙ୍କୁ ପାଖକୁ ଆସି ନାହାଁନ୍ତି କୌଣସି ଅଧିକାରୀ । ଯାହାକୁ ପ୍ରତିବାଦ କରି ଜିଲ୍ଲାପାଳଙ୍କୁ ଭେଟିଛନ୍ତି ତାପଙ୍ଗ ନିଜିଗଡ଼ ଗ୍ରାମପଞ୍ଚାୟତର ରାୟପୁର ଗ୍ରାମବାସୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଲୋକଙ୍କ ଅଭିଯୋଗ ବାତ୍ୟା ଫନିରେ ବ୍ୟାପକ କ୍ଷତିକ୍ଷତି ହୋଇଛି । ହେଲେ ଘଟଣା ଅନୁଧ୍ୟାନ ପାଇଁ ଯାଇଥିବା ରାଜସ୍ବ କର୍ମଚାରୀ ରାଜନୈତିକ ଚାପରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କ ଘର ନଦେଖି କିଛି କ୍ଷୟକ୍ଷତି ହୋଇନଥିବା ରିପୋର୍ଟ ଦେଇଛନ୍ତି । ତେବେ ଏହାର ପୁନଃ ତଦନ୍ତ କରାଯାଇ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.