ETV Bharat / state

୬ବର୍ଷର ପୁଅକୁ ଛାଡି କୁଆଡେ ଗଲେ ସୀତା ? ସ୍ତ୍ରୀକୁ ଖୋଜି ଆଣିବାକୁ ସ୍ବାମୀର ନିବେଦନ

ଖୋର୍ଦ୍ଧା ବୋଲଗଡ଼ରେ ୬ ବର୍ଷର ପୁଅକୁ ଛାଡ଼ି ମହିଳା ଫେରାର । ସ୍ତ୍ରୀକୁ ଖୋଜି ଆଣିବାକୁ ସ୍ବାମୀର ନିବେଦନ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 12, 2023, 8:29 PM IST

Etv Bharat
Etv Bharat
ସ୍ତ୍ରୀକୁ ଖୋଜି ଆଣିବାକୁ ସ୍ବାମୀର ନିବେଦନ

ଖୋର୍ଦ୍ଧା: ଯୁଗ ବଦଳୁଛି, ଏହାସହ ସମ୍ପର୍କର ସଂଜ୍ଞା ବି ବଦଳିବାରେ ଲାଗିଛି । ଏଠି ମା’ ଛୁଆକୁ ଛାଡି ଆଉ କାହା ସହ ଫେରାର ହେଉଛି ତ ପୁଣି କେଉଁଠି ସ୍ତ୍ରୀ ଥାଉ ଥାଉ ସ୍ବାମୀ ପର ସ୍ତ୍ରୀ ମୋହର ପଡି ନିଜ ଘର ଭାଙ୍ଗୁଛି । ଆଜି ସେମିତି ଏକ ଘଟଣାକୁ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଞ୍ଚଳରେ । ଯେଉଁଠି ୬ ବର୍ଷର ପୁଅକୁ ଛାଡ଼ି ଜଣେ ମହିଳା କେଉଁଆଡ଼େ ଚାଲିଯାଇଥିବା ବେଳେ ସ୍ତ୍ରୀକୁ ଖୋଜି ଆଣିବାକୁ ସ୍ବାମୀ ନିବେଦନ କରିଛି ।

ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମକୁ ସାଥୀ ହୋଇରହିବା କଥାକୁ ସ୍ତ୍ରୀ ଭୁଲ ପ୍ରମାଣିତ କରିଛି । ସ୍ବାମୀ ଓ ୬ ବର୍ଷର ଛୁଆକୁ ଛାଡି ଘରେ ଥିବା ୫୦ ହାଜର ଟଙ୍କା ଓ ସୁନା ଅଳଙ୍କାର ନେଇ କେଉଁଆଡେ ଫେରାର ହୋଇଯାଇଛି । ସେପଟେ ପୁଅକୁ ଧରି ଥାନାର ଦ୍ବାରସ୍ଥ ହୋଇଛନ୍ତି ସ୍ବାମୀ । ଆଉ କହିଛନ୍ତି ସ୍ତ୍ରୀକୁ ଶୀଘ୍ର ଖୋଜି ଅଣାଯାଉ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଶ୍ରୀରାମପୁର ଗାଁରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ।

ଏହା ବି ପଢନ୍ତୁ- Mother Sold Daughter For Lover: ଝିଅକୁ ବିକି ପୁଅକୁ ହଷ୍ଟେଲରେ ଛାଡ଼ି ପ୍ରେମିକ ସହ ଫେରାର ମାଆ

ଖବର ଅନୁଯାୟୀ, ବୋଲଗଡ ଥାନା ଅନ୍ତର୍ଗତ ଶ୍ରୀରାମପୁର ନୂଆସାହି ଗ୍ରାମର ବିଜୟ ସେଠୀ ୬ ବର୍ଷ ତଳେ ପତ୍ନୀ ସୀତା ସେଠୀଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ଜନ୍ମ ହେଇଥିଲା । ଦୀର୍ଘ ୬ ବର୍ଷ ସେମାନେ ହସ ଖୁସିରେ ବିତେଇବା ପରେ ଗତ ୭ ଅଗଷ୍ଟରେ ଘର ତାଲା ପକାଇ ଚାବିକୁ ଦୁଆର ମୁହଁରେ ରଖି କେଉଁଆଡ଼େ ଚାଲି ଯାଇଛନ୍ତି ସୀତା । ସ୍ବାମୀ ବିଜୟ ଘଟଣା ସମ୍ପର୍କରେ ଜାଣିବା ପରେ ଘର ଖୋଲି ଦେଖିଲା ବେଳକୁ ତାଙ୍କ ଆଲମାରି ଖୋଲା ରହିବା ସହ ୫୦ ହଜାର ଟଙ୍କା ଓ ସୁନା ଅଳଙ୍କାର ନଥିଲା ।

ଏହା ବି ପଢନ୍ତୁ- ୮ ବର୍ଷର ବିବାହ ପରେ ସ୍ୱାମୀ ଓ କୁନି ପୁଅକୁ ଛାଡି ମହିଳା ଫେରାର !

ଏ ନେଇ ବିଜୟ ବୋଲଗଡ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଏକ ମାସରୁ ଊର୍ଦ୍ଧ୍ବ ସମୟ ବିତିଯାଇଥିଲେ ସୁଦ୍ଧା ପୋଲିସ ବିଜୟଙ୍କ ସ୍ତ୍ରୀକୁ ଖୋଜି ଆଣିବାରେ ବିଫଳ ହୋଇଛି । ସେପଟେ ୬ ବର୍ଷର ଛୋଟ ପୁଅଟି ମାଆକୁ ଝୁରୁଥିବା ବିଜୟ କହିଛନ୍ତି । ତୁରନ୍ତ ପୋଲିସ ତାଙ୍କ ସ୍ତ୍ରୀକୁ ଖୋଜି ଆଣିବାକୁ ନିବେଦନ କରିଛନ୍ତି । ସେପଟେ ଘଟଣା ସମ୍ପର୍କରେ ବୋଲଗଡ଼ ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡା କହିଛନ୍ତି, " ଘଟଣାକୁ ଗୁରୁତର ଭାବେ ନେଇ ଆମେ ତଦନ୍ତ ଚଳାଇଛୁ ଏବଂ ଖୁବଶୀଘ୍ର ଏହି ଘଟଣା ଉପରୁ ପରଦା ହଟିବ ।"

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.