ETV Bharat / state

ବସଷ୍ଟାଣ୍ଡ ଉଦଘାଟନକୁ ପୂରିଲା ୨୩ ବର୍ଷ, କିନ୍ତୁ ଗଡ଼ିଲାନି ବସ - ଜଟଣୀ ବିଡିଏ ନୂଆ ବସ ଷ୍ଟାଣ୍ଡ

ଖୋର୍ଦ୍ଧା ଜିଲ୍ଲାର ଅନ୍ୟତମ ପ୍ରମୁଖ ସହର ଜଟଣୀରେ ୨୦୦୦ ମସିହାରୁ ଉଦ୍‌ଘାଟନ ହେଲାଣି ବସ ଷ୍ଟାଣ୍ଡ । ଏବେ ଏହା ପାଲଟିଛି ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ଓ ବୁଲା ଗାଇ ଗୋରୁଙ୍କ ବାସସ୍ଥାନ । ଉଦ୍‌ଘାଟନର ୨୩ ବର୍ଷ ପରେ ମଧ୍ୟ ଏଠାରୁ ଗଡ଼ି ପାରିଲାନି ବସ । ଅଧିକ ପଢ଼ନ୍ତୁ

ଅବହେଳିତ ଅବସ୍ଥାରେ ଜଟଣୀ ବସଷ୍ଟାଣ୍ଡ୍‌
ଅବହେଳିତ ଅବସ୍ଥାରେ ଜଟଣୀ ବସଷ୍ଟାଣ୍ଡ୍‌
author img

By

Published : Jul 22, 2023, 8:28 PM IST

ଅବହେଳିତ ଅବସ୍ଥାରେ ଜଟଣୀ ବସଷ୍ଟାଣ୍ଡ୍‌

ଖୋର୍ଦ୍ଧା: ବସ ଷ୍ଟାଣ୍ଡ ଅଛି, ହେଲେ ଷ୍ଟାଣ୍ଡାକୁ ନା ଆସୁଛି ବସ ନା ଆସୁଛନ୍ତି ଯାତ୍ରୀ । ରାସ୍ତା ଉପରେ ବସରେ ଚଢ଼ୁଛନ୍ତି ଏବଂ ଓହ୍ଲାଉଛନ୍ତି । ଉଦ୍‌ଘାଟନକୁ ୨୩ ବର୍ଷ ବିତିଗଲା, ହେଲେ ଜଟଣୀ ବିଡିଏ ନୂଆ ବସ ଷ୍ଟାଣ୍ଡରୁ ନିୟମିତ ବସ ଚଳାଚଳ ଆରମ୍ଭ ହେଲାନାହିଁ । ଯାହାଦ୍ବାରା ଲୋକେ ଅସୁବିଧା ଭୋଗିବା ସହ ଯାତ୍ରୀମାନେ ହୀନସ୍ତା ହେଉଛନ୍ତି । ବସ ଷ୍ଟାଣ୍ଡ୍‌ ଥିବା ସତ୍ତ୍ବେ ବିପଦପୂର୍ଣ୍ଣ ଭାବେ ରାସ୍ତାରେ ବସକୁ ଉଠୁଛନ୍ତି । କିନ୍ତୁ ସବୁ ଜାଣି ନଜାଣିବା ଭଳି ପ୍ରଶାସନ ଓ ରାଜନେତା ଚୁପ ରହୁଥିବା ଅଭିଯୋଗ ହୋଇଛି ।

୨୦୦୦ ମସିହା ଜାନୁଆରୀ ମାସରେ ଜଟଣୀରେ ନୂଆ ବସ ଷ୍ଟାଣ୍ଡ ଉଦ୍‌ଘାଟନ ହୋଇଥିଲା । ବସଯାତ୍ରୀ, କର୍ମଚାରୀଙ୍କ ପାଇଁ ଅପେକ୍ଷା ଗୃହ, ଟିକେଟ ବିକ୍ରି କେନ୍ଦ୍ର, ଜଳପାନ ଗୃହ, ଦୋକାନ ଗୃହ ଓ ବସର ସମୟ ସାରଣୀ ବ୍ୟବସ୍ଥା କରାଯାଇଥିଲା । ଉଦ୍‌ଘାଟନ ତ ହେଲା, କିନ୍ତୁ ବସ୍‌ ଷ୍ଟାଣ୍ଡ ଦେଇ ବସ ଗଡ଼ିଲାନି । କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ବସ ଷ୍ଟାଣ୍ଡ ଏବେ ଅସାମାଜିକଙ୍କ ପାଲଟିଛି ଅଡ୍ଡାସ୍ଥଳୀ । ଯାତ୍ରୀ ପ୍ରତିକ୍ଷାଳୟ ପରିସର ଆବର୍ଜନାମୟ ହୋଇ ପଡିରହିଥିବା ବେଳେ ଶୌଚାଳୟରେ ତାଲା ଝୁଲୁଛି । ଆଉ ବସ ଷ୍ଟାଣ୍ଡ ବୁଲା ଷଣ୍ଢ ଓ ଗାଇଙ୍କ ବିଶ୍ରାମସ୍ଥଳ ପାଲଟିଛି । ବସ ଷ୍ଟାଣ୍ଡରେ ଲାଗିଥିବା ଫଳକରୁ ଜଣାପଡେ ୧୬ ଅଗଷ୍ଟ ୧୯୯୬ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ, ବର୍ତ୍ତମାନର ଜଟଣୀ ବିଧାୟକ ତଥା ସେତେବେଳର ଅବକାରୀ ମନ୍ତ୍ରୀ ସୁରେଶ କୁମାର ରାଉତରାୟ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଜଟଣୀ ଓଭରବ୍ରିଜ ଶ୍ରେୟ ନେବାକୁ ରାଜନୀତି ! କାମ ସରିନି ନଡିଆ ବାଡେଇଲେ ସୁର

ସେହିପରି ୪ ଜାନୁଆରୀ ୨୦୦୦ ମସିହାରେ ଭୁବନେଶ୍ବର ଉନ୍ନୟନ କତ୍ତୃପକ୍ଷଙ୍କ ଦ୍ବାରା ଏହାର କାର୍ଯ୍ୟ ଶେଷ କରାଯାଇ ଏହାର ଉଦ୍‌ଘାଟନ କରିଥିଲେ ତତ୍କାଳୀନ ନଗର ଉନ୍ନୟନ ମନ୍ତ୍ରୀ ଭୁପିନ୍ଦର ସିଂହ ଓ ଅବକାରୀ ମନ୍ତ୍ରୀ ସୁରେଶ କୁମାର ରାଉତରାୟ । କିନ୍ତୁ ଉଦ୍‌ଘାଟନକୁ ଦୀର୍ଘ ୨୩ ବର୍ଷ ବିତିଥିଲେ ମଧ୍ୟ ଜନସାଧାରଣଙ୍କ ଅର୍ଥରେ ନିର୍ମାଣ ହୋଇଥିବା ଏହି ବସ ଷ୍ଟାଣ୍ଡ ସେମାନଙ୍କ ସ୍ବାର୍ଥରେ ଲାଗିପାରିଲା ନାହିଁ । ଜଟଣୀ ଦେଇ ପ୍ରତ୍ୟକ ଦିନ ପୁରୀ, ଭୁବନେଶ୍ବର, ଖୋର୍ଦ୍ଧା ଆଦି ସ୍ଥାନକୁ ବସ ଚଳାଚଳ କରୁଛି ସତ, କିନ୍ତୁ ବସ ଗୁଡିକ ଷ୍ଟାଣ୍ଡକୁ ନଆସି ରାସ୍ତା ଉପରେ ବିପଦପୂର୍ଣ୍ଣ ଭାବେ ଯାତ୍ରୀଙ୍କୁ ଉଠାଉଛନ୍ତି । ଜଟଣୀ ସହରରେ ଜାତୀୟସ୍ତରର ଶିକ୍ଷାନୁଷ୍ଠାନ ଓ ରେଳ ଷ୍ଟେସନ ଥିବା ସତ୍ତ୍ବେ ସହରର ବିକାଶ ତଥା ଏହି ବସ ଷ୍ଟାଣ୍ଡର ପୁନରୁଦ୍ଧାର ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.