ETV Bharat / state

ମଣ୍ଡି ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଫେରାଦ ହେଲେ ଚାଷୀ

ପୁଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ । ସମସ୍ୟାର ସମାଧାନ ଶୀଘ୍ର କରିବାକୁ ନେଇ ଅଡ଼ି ବସିଲେ ଚାଷୀ । ଅଧିକ ପଢ଼ନ୍ତୁ

author img

By

Published : Jan 19, 2023, 10:35 AM IST

Khordha farmers allegedly administration
ଜିଲ୍ଲାପାଳଙ୍କୁ ଫେରାଦ ହେଲେ ଚାଷୀ
ଜିଲ୍ଲାପାଳଙ୍କୁ ଫେରାଦ ହେଲେ ଚାଷୀ

ଖୋର୍ଦ୍ଧା: ଗତ 2022ରେ ବଢ଼ି ଯୋଗୁଁ ତିରିମଲ ପଞ୍ଚାୟତର କେତେକ ଚାଷ ଜମି ନଷ୍ଟ ହୋଇଥିଲା । କୃଷି ବିଭାଗର ତ୍ରୁଟିପୂର୍ଣ୍ଣ ସର୍ଭେ ଯୋଗୁଁ ପଞ୍ଚାୟତର ପ୍ରାୟ ୩ଶହରୁ ଊର୍ଦ୍ଧ୍ବ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବାରୁ ବଞ୍ଚିତ ହୋଇଛନ୍ତି । ଏନେଇ ଚାଷୀଙ୍କ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଜିଲ୍ଲାପାଳ କାର୍ଯ୍ୟାଳୟରେ ସାକ୍ଷାତ କରି ଏକ ଦାବିପତ୍ର ଦେଇଛନ୍ତି । ପୁଣିଥରେ ସର୍ଭେ କରାଯାଇ ବାଦ ପଡ଼ିଥିବା ଚାଷୀଙ୍କୁ ପଞ୍ଜୀକରଣ କରିବା ସହ ସେମାନଙ୍କ ପାଇଁ ଧାନମଣ୍ଡିରେ ଧାନ ବିକ୍ରି କରିବାକୁ ସୁଯୋଗ ଦେବା ପାଇଁ ଅନୁରୋଧ କରିଛନ୍ତି ।

ଚାଷୀଙ୍କ କହିବା କଥା ହେଲା, ସେମାନେ ବେଣାପଞ୍ଜରୀ ସେବା ସମବାୟ ସମିତିର ଚାଷୀ । ଗତବର୍ଷ ହୋଇଥିବା ବଢ଼ିରେ ତାଙ୍କର କେତେକ ଅଞ୍ଚଳରେ ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିଲା । କୃଷି ଓ ସମବାୟ ବିଭାଗର ଯାଞ୍ଚରେ ସେମାନଙ୍କ ସହ ପ୍ରାୟ ୩ଶହ ଚାଷୀଙ୍କ ଧାନ କ୍ଷେତ ନଷ୍ଟ ହୋଇଛି ବୋଲି ଦର୍ଶାଯାଇଛି । ଗୋଟିଏ ପଟେ ତ୍ରୁଟିପୂର୍ଣ୍ଣ ସର୍ଭେ ରିପୋର୍ଟ ଯୋଗୁଁ ସେମାନେ ବଢ଼ି କ୍ଷତିପୂରଣ ପାଇପାରି ନାହାଁନ୍ତି କି ଧାନ ବିକ୍ରି କରି ପାରୁନାହାଁନ୍ତି । ଏହାରି ଭିତରେ ଅମଳ ଧାନ ଫସଲକୁ ସରକାରୀ ମଣ୍ଡିରେ ବିକ୍ରି କରିପାରୁ ନାହାନ୍ତି ।

ପୁଣିଥରେ ଅଞ୍ଚଳରେ ସଠିକ ସର୍ଭେ କରାଯାଇ ସେମାନଙ୍କୁ ଧାନ ବିକ୍ରି କରିବାକୁ ଅନୁମତି ଦିଆଯାଉ । ଯଦି ଏହା ନହୁଏ ତେବେ ଯେଉଁ ଚାଷୀମାନେ ଋଣ କରି ଧାନଚାଷ କରିଛନ୍ତି ସେମାନେ ଋଣ ଶୁଝିନପାରି ପ୍ରାଣ ହରାଇବା କରିବା ଆଶଙ୍କା ରହିଥିବା କହିଛନ୍ତି । ସେହିପରି କିଛି ଚାଷୀଙ୍କ ଚାଷ ଜମି ତୁଳନାରେ କମ ଟୋକନ ଆସିଥିବା ଅଭିଯୋଗ କରିଛନ୍ତି । ବେଣାପଞ୍ଜରୀ ସେବା ସମବାୟ ସମିତିରେ ଚଳିତ ଖରିଫ ଧାନସଂଗ୍ରହ ଋତୁରେ ୧୬୫ଜଣ ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ଟୋକନ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୬୦ଜଣ ଚାଷୀ ୧୩୬୯ କ୍ୱିଣ୍ଟାଲ ଧାନ ବିକ୍ରି କରି ସାରିଛନ୍ତି ।

ସେହିପରି ଭଦ୍ରକରେ ମଧ୍ୟ ମଧ୍ୟ ଧାନ ବିକିବାରେ ଉପୁଜିଛି ସମସ୍ୟା । ପ୍ରଶାସନ ଆବଶ୍ୟକତା ଅନୁସାରେ ଧାନବସ୍ତା ଦେଉ ନାହିଁ । ଫଳରେ ମଣ୍ଡିରେ ବିକ୍ରି ହେଇପାରୁନି ଧାନ। ଏନେଇ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ସତ୍ତ୍ବେ ମିଳିନି ବସ୍ତା । ଯାହାକୁ ନେଇ ତାତିଛନ୍ତି ଚାଷୀ । ଅଖା ବସ୍ତାକୁ ନେଇ ପ୍ରଶାସନ ଏବଂ ଚାଷୀଙ୍କ ମଧ୍ୟରେ ଉପୁଜିଛି ବିବାଦ । ଧାନ କିଣାରେ ପ୍ରଶାସନ ଅବହେଳା କରୁଥିବା ଅଭିଯୋଗ ନେଇ ସୋମବାର ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧୀନ ଆରସା ସେବା ସମବାୟ ସମିତିର ଚାଷୀ । ହେଲେ ଏନେଇ ସେବା ସମବାୟ ସମିତିର କୌଣସି ଅଧିକାରୀ କି କୌଣସି ପ୍ରଶାସନିକ ଅଧିକାରୀ ପ୍ରତିକ୍ରିୟା ପ୍ରକାଶ କରିବାକୁ ନାରାଜ ।

ପ୍ରଶାସନ ଆବଶ୍ୟକତା ଅନୁସାରେ ଧାନବସ୍ତା ଦେଉନଥିବା ମଧ୍ୟ ଅଭିଯୋଗ ହୋଇଛି । ଫଳରେ ମଣ୍ଡିରେ ବିକ୍ରି ହେଇପାରୁନି ଧାନ। ଏନେଇ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ସତ୍ତ୍ବେ ମିଳିନି ବସ୍ତା । ଯାହାକୁ ନେଇ ତାତିଛନ୍ତି ଚାଷୀ । ଅଖା ବସ୍ତାକୁ ନେଇ ପ୍ରଶାସନ ଏବଂ ଚାଷୀଙ୍କ ମଧ୍ୟରେ ଉପୁଜିଛି ବିବାଦ । ଧାନ କିଣାରେ ପ୍ରଶାସନ ଅବହେଳା କରୁଥିବା ଅଭିଯୋଗ ନେଇ ସୋମବାର ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧୀନ ଆରସା ସେବା ସମବାୟ ସମିତିର ଚାଷୀ । ହେଲେ ଏନେଇ ସେବା ସମବାୟ ସମିତିର କୌଣସି ଅଧିକାରୀ କି କୌଣସି ପ୍ରଶାସନିକ ଅଧିକାରୀ ପ୍ରତିକ୍ରିୟା ପ୍ରକାଶ କରିବାକୁ ନାରାଜ ।

ଏପରି ଅବସ୍ଥା ଜାରି ରହିଲେ ପ୍ରକୃତ ପଞ୍ଜିକୃତ ଚାଷୀ ଧାନ ଦେବାରୁ ବଞ୍ଚିତ ହେବ ବୋଲି ସନ୍ଦେହ ପ୍ରକାଶ ପାଇଛି । ତେଣୁ ପ୍ରଶାସନ ପକ୍ଷରୁ ଏହାର ସ୍ଥାୟୀ ସମାଧାନ କରାନଗଲେ ଚାଷୀମାନେ ଆଇନ୍‌ର ଆଶ୍ରୟ ନେବେ ବୋଲି ଗତକାଲି ଏକତ୍ରିତ ହୋଇ ଚାଷୀମାନେ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ମିଲର ପକ୍ଷରୁ ଆବଶ୍ୟକ ସହଯୋଗ ମିଳୁନଥିବାର ସମିତି ପରିସରରେ ଧାନ ପଡି ରହୁଥିବା ସେବା ସମବାୟ ସମିତିର ସମ୍ପାଦକଙ୍କ ଠାରୁ ସୂଚନା ମିଳିଛି । ହେଲେ ଏନେଇ ସେବା ସମବାୟ ସମିତିର ସମ୍ପାଦକ କ୍ୟାମେରା ଆଗରେ କୌଣସି ପ୍ରତିକ୍ରିୟା ଦେବାକୁ ନାରାଜ୍ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.