ETV Bharat / state

Odisha Train Tragedy: ଆହୁରି 101 ମୃତଦେହ ଚିହ୍ନଟ ହେବା ବାକି, ୮ ରାଜ୍ୟ ବୁଲିବ ରେଳ ବିଭାଗ

author img

By

Published : Jun 6, 2023, 7:33 AM IST

ବିଭିହ୍ନ ହସ୍ପିଟାଲରେ ଥିବା ମୃତଦେହଗୁଡିକର ଚିହ୍ନଟ ପାଇଁ ୮ ରାଜ୍ୟକୁ ଯିବେ ରେଳ ବିଭାଗ କର୍ମଚାରୀ । ଗାଁ ସହର ବୁଲି ବୁଲି ମୃତକଙ୍କ ସମ୍ପର୍କୀୟଙ୍କୁ ଖୋଜିବେ । ଅଧିକ ପଢନ୍ତୁ

Khordha DRM Press Meet
Khordha DRM Press Meet
୨୦୦ରୁ କମ୍ ଆହତ ଚିକିତ୍ସାଧୀନ

ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣାରେ ପ୍ରାଥମିକ ଭାବେ ପ୍ରାୟ ୧୧୦୦ ଯାତ୍ରୀ ଆହତ ହୋଇଥିଲେ । ଚିକିତ୍ସିତ ହେଲା ପରେ ଏହି ସଂଖ୍ୟା ଏବେ ୨୦୦ ତଳେ ରହିଛି । ରାଜ୍ୟର ବିଭିନ୍ନ ହସ୍ପିଟାଲରେ ୨୦୦ରୁ କମ୍ ଆହତ ଚିକିତ୍ସାଧୀନ ଅଛନ୍ତି । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ୧୦୧ଟି ମୃତଦେହର ଚିହ୍ନଟ ହୋଇପାରିନି । ସେହି ମୃତଦେହଗୁଡିକର ଚିହ୍ନଟ ପାଇଁ ରେଳ ବିଭାଗର କର୍ମଚାରୀମାନେ ମୃତକମାନଙ୍କ ଫୋଟ ଧରି ୮ଟି ରାଜ୍ୟର ଗାଆଁ ଓ ସହର ବୁଲି ସେମାନଙ୍କର ସମ୍ପର୍କୀୟଙ୍କ ଖବର ନେବେ । ସେହି ସବୁ ଅଞ୍ଚଳରେ କେହି ନିଖୋଜ ଅଛନ୍ତି କି ନାହିଁ ତାହା ଯାଞ୍ଚ କରିବେ । କେହି ନିଖୋଜ ଥିବା ଜଣାପଡିଲେ ତାହାର ସମୀକ୍ଷା କରି ମୃତଦେହ ହସ୍ତାନ୍ତର କରିବେ । ଏନେଇ ଖୋର୍ଦ୍ଧା ଡିଆରଏମ୍ ରିଙ୍କେଶ ରୟ ସୂଚନା ଦେଇଛନ୍ତି ।

ଏମ୍ସରେ ଅନୁଷ୍ଠିତ ମିଳିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଖୋର୍ଦ୍ଧା ଡିଆରଏମ୍ କହିଛନ୍ତି, ଏହି ଦୁର୍ଘଟଣାରେ ୨୭୮ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ମୃତଦେହ ଚିହ୍ନଟ ଏବଂ ସେମାନଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି । ୧୭୭ ମୃତଦେହ ଚିହ୍ନଟ ସରିଛି । ବାକି ୧୦୧ଟି ମୃତଦେହ ଭୁବନେଶ୍ବରର ଏମ୍ସ, ଆମ୍ରି, ହାଇଟେକ୍, ସମ୍, କ୍ୟାପିଟାଲ ହସ୍ପିଟାଲ ଏବଂ କିମ୍ସରେ ପଡି ରହିଛି । ମୃତକଙ୍କ ସମ୍ପର୍କୀୟମାନେ ଆସି ମୃତହେଦ ଚିହ୍ନଟ କରୁଛନ୍ତି । ଏହି ପ୍ରକ୍ରିୟା ଜାରି ରହିଛି । ଦୁର୍ଘଟଣାଗ୍ରସ୍ତ ଟ୍ରେନରେ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଏବଂ ତାମିଲନାଡ଼ୁର ଯାତ୍ରୀ ଯାତ୍ରା କରୁଥିଲେ । ବାକି ୧୦୧ ମୃତଦେହଙ୍କ ସମ୍ପର୍କୀୟଙ୍କ ପାଖରେ ପହଞ୍ଚିବା ପାଇଁ ପ୍ରୟାସ ଜାରି ରହିଛି ।

ଏହାମଧ୍ୟ ପଢନ୍ତୁ: ଡେଟା ଲକର୍ ଅନୁଯାୟୀ ସିଗ୍ନାଲ ଗ୍ରୀନ ଥିଲା, କେହି ଟ୍ୟାମ୍ପର କରିବାକୁ ଚେଷ୍ଟା କରିଛି: ଖୋର୍ଦ୍ଧା DRM

ମୃତକଙ୍କୁ ଚିହ୍ନଟ ପାଇଁ ରେଳ ବିଭାଗ ଏକ ହେଲ୍ପଲାଇନ ନମ୍ବର ଜାରି କରିଛି । ନମ୍ବର ହେଉଛି 8455885999/ 06742534027 । ତେବେ ରେଳ ବିଭାଗର କର୍ମଚାରୀମାନେ ମୃତଦେହ ଚିହ୍ନଟ ପାଇଁ ଉପରୋକ୍ତ ୮ଟି ରାଜ୍ୟ ଗସ୍ତ କରି ସେଠିକାର ଗାଁ ଓ ସହରରେ ଏହି ଖବର ଦେବାକୁ ଯାଉଛନ୍ତି । କିଭଳି ଭାବରେ ସମ୍ପର୍କୀୟଙ୍କ ନିକଟରେ ଏହି ପ୍ରକ୍ରିୟାକୁ ପହଞ୍ଚି ପାରିବ ସେନେଇ ବ୍ୟବସ୍ଥା କରାଯାଉଛି । କର୍ମଚାରୀମାନେ ମୃତକଙ୍କ ଫଟୋ ଧରି ଗାଁ ଗାଁ ବୁଲିବେ । ଏହି ସମୟରେ କେହି ନିଖୋଜ ଥିବା ନେଇ ଜଣାପଡିଲେ ତୁରନ୍ତ ସମୀକ୍ଷା କରି ମୃତଦେହ ହସ୍ତାନ୍ତର କରାଯିବ । ତେବେ ସାମ୍ବାଦିକ ସମ୍ମିଳନୀରେ ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଏବଂ ଏମ୍ସ ଅଧ୍ୟକ୍ଷ ଡ. ଏକେ ବିଶୋଇ ମୃତଦେହ ସଂରକ୍ଷଣ ବାବଦରେ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.