ETV Bharat / state

ଦ୍ବିତୀୟ ଡୋଜ ଟିକା ଉପରେ ପ୍ରଶାସନର ଗୁରୁତ୍ୱ

ସଂକ୍ରମଣ ବିରୋଧରେ ଜାରି ରହିଛି ଟୀକାକରଣ । ଦ୍ବିତୀୟ ଡୋଜ ଟିକା ଉପରେ ଖୋର୍ଦ୍ଧା ପ୍ରଶାସନ ଦେଉଛି ଗୁରୁତ୍ୱ । ଅଧିକ ପଢନ୍ତୁ...

khordha district administration give impotance to the second dose of  vaccination
ଦ୍ବିତୀୟ ଡୋଜ ଟିକା ଉପରେ ପ୍ରଶାସନର ଗୁରୁତ୍ୱ
author img

By

Published : Jul 17, 2021, 11:04 AM IST

ଖୋର୍ଦ୍ଧା: ରାଜ୍ୟରେ ସଂକ୍ରମଣ ହାର ଖସୁଥିଲେ ମଧ୍ୟ ଖୋର୍ଦ୍ଧାରେ କୋରୋନା ଗ୍ରାଫ ଉପରମୁଁହା ରହିଛି । ପ୍ରତିଦିନ ସଂକ୍ରମଣ ତିନି ଅଙ୍କ ଛୁଇଁଥିବା ନଜରକୁ ଆସୁଛି । ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଟୀକାକରଣ ଓ ଟେଷ୍ଟିଂ ଉପରେ ଗୁରୁତ୍ୱ ଦେଉଛି ପ୍ରଶାସନ ।

ଦ୍ବିତୀୟ ଡୋଜ ଟିକା ଉପରେ ପ୍ରଶାସନର ଗୁରୁତ୍ୱ

ସେହିପରି ଶୁକ୍ରବାର ଜିଲ୍ଲା ଉପଖଣ୍ଡର ଖୋର୍ଦ୍ଧା, ଟାଙ୍ଗି,ବୋଲଗଡ଼,ବେଗୁନିଆ, ବାଣପୁର ଓ ବେଗୁନିଆ ଅଞ୍ଚଳରେ ଟିକାକରଣକୁ ବ୍ୟାପକ କରାଯାଉଛି । ଶୁକ୍ରବାର ଉପଖଣ୍ଡରରେ ଦ୍ବିତୀୟ ଡୋଜ 3ହଜାର 2ସହ ଟୀକାକରଣ କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

କୋରୋନାର ନୂତନ ଭାରିଆଣ୍ଟକୁ ନଜରରେ ରଖି ଦ୍ବିତୀୟ ଡୋଜ ଟୀକାକରଣକୁ ଜୋରଦାର କରାଯାଉଥିବା ଜଣାପଡିଛି । ସେହିପରି ଟୀକାକରଣ କେନ୍ଦ୍ରରେ ବରିଷ୍ଠ ନାଗରିକଙ୍କ ପାଇଁ ପ୍ରଶାସନ ସେଭଳି କୌଣସି ବ୍ୟବସ୍ଥା କରି ନଥିବା ଅଭିଯୋଗ ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.