ETV Bharat / state

ରାଉତପଡା କେନ୍ଦ୍ର ସମବାୟ ବ୍ୟାଙ୍କ କେଳେଙ୍କାରୀ, ଆନ୍ଦୋଳନ ଚେତାବନୀ ଦେଲେ ଜମାକାରୀ

author img

By

Published : Apr 21, 2022, 11:21 AM IST

ରାଉତପଡା କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାରେ ହୋଇଥିବା ଅର୍ଥ ଆତ୍ମସାତ ଘଟଣା । ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ସତ୍ବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ଆନ୍ଦୋଳନ କରିବାକୁ ଜମାକାରୀଙ୍କ ଚେତାବନୀ । ଅଧିକ ପଢନ୍ତୁ

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଘୋଟଲା,ଆନ୍ଦୋଳନ ପାଇଁ ଚେତାବନୀ ଦେଲେ ଜମାକାରୀ

ଖୋର୍ଦ୍ଧା: ସମୟ ଯେତିକି ଗଡୁଛି, ରାଉତପଡା କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାରେ ହୋଇଥିବା ଅର୍ଥ ଆତ୍ମସାତ ଘଟଣାର ନୂଆ ନୂଆ ତଥ୍ୟ ସେତିକି ସାମ୍ନାକୁ ଆସୁଛି । ଏପଟେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶକୁ ୧୫ ଦିନ ବିତି ଯାଇଥିଲେ ମଧ୍ୟ ହୋଇନାହିଁ କାର୍ଯ୍ୟାନୁଷ୍ଠାନ । ଏନେଇ ଜମାକାରୀ ଅସନ୍ତୋଷ ବ୍ୟକ୍ତ କରିବା ସହ ଖୁବଶିଘ୍ର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

ସୂଚନାଅନୁସାରେ, ଶାଖାର ତତ୍କାଳୀନ ଆକାଉଣ୍ଟାଣ୍ଟ କିଭଳି ଦଶ ବର୍ଷ ଧରି ଲୋକଙ୍କୁ ଚୂନ ଲଗାଇ ଅର୍ଥ ଚଳୁ କରିଛନ୍ତି ତାହା ତଦନ୍ତରେ ଜଣାପଡିଥିଲା । ଏହି ଘଟଣାରେ ଖୋର୍ଦ୍ଧା ଜିଲ୍ଲାପାଳ ବ୍ୟାଙ୍କ ସିଇଓଙ୍କୁ ଘଟଣାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାକୁ ତଦନ୍ତ ପାଇଁ ଅନୁରୋଧ କରିଥିଲେ । ଏହାସହ ତିନି ଦୋଷୀ କର୍ମଚାରୀ ବୁଦ୍ଧିରାମ ଦାସ, ଶାନ୍ତିଲତା ଓଝା ଓ ପ୍ରସନ୍ନ ତୋଷ ନାମରେ ଥାନାରେ ଅପରାଧିକ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ନିର୍ଦ୍ଦେଶକୁ ୧୫ରୁ ଉର୍ଦ୍ଦ୍ବ ଦିନ ବିତିଯାଇଥିଲେ ସୁଦ୍ଧା ଏଯାଏଁ ହୋଇନାହିଁ କାର୍ଯ୍ୟାନୁଷ୍ଠାନ ।

ଏହାକୁ ନେଇ ଜମାକାରୀମାନେ ଅସନ୍ତୋଷ ବ୍ୟକ୍ତ କରିବାସହ ଖୁବଶୀଘ୍ର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି । ରାଉତପଡା ଶାଖାର ମୋଟ 109 ଜଣ ଗରିବ ଜମାକାରୀଙ୍କ 1 କୋଟି 19 ଲକ୍ଷ 31 ହଜାର 963 ଟଙ୍କା ଆତ୍ମସାତ ହୋଇଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି । ଅପରାଧିଙ୍କୁ ଖସାଇ ଦେବାକୁ ବଡ ବଡ ଅଫିସରଙ୍କ ନୂଆ ଚାଲ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗାଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.