ETV Bharat / state

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କରେ ଠକେଇ ଘଟଣା: ୨ କର୍ମଚାରୀ ନିଲମ୍ବିତ, ଜଣେ ବହିଷ୍କୃତ - ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କରେ ଠକେଇ ଘଟଣା

ଖୋର୍ଦ୍ଧା ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କରେ ଲୋକଙ୍କ ଜମା ଟଙ୍କା ହଡପ ଘଟଣାରେ ୨ ଜଣ ବ୍ୟାଙ୍କ କର୍ମଚାରୀ ନିଲମ୍ବିତ, ଜଣେ ବହିଷ୍କୃତ । ଅଧିକ ପଢନ୍ତୁ

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କରେ ଠକେଇ ଘଟଣା: ୨ କର୍ମଚାରୀ ନିଲମ୍ବିତ, ଜଣେ ବହିଷ୍କୃତ

author img

By

Published : Feb 19, 2022, 9:22 PM IST

Updated : Feb 19, 2022, 10:21 PM IST

ଖୋର୍ଦ୍ଧା: କେନ୍ଦ୍ର ସମବାୟ ବ୍ୟାଙ୍କରେ ଲୋକଙ୍କ ଜମା ଟଙ୍କା ହଡପ ଘଟଣାରେ ୨ ଜଣ ବ୍ୟାଙ୍କ କର୍ମଚାରୀ ନିଲମ୍ବିତ । ଏଥିସହ ଜଣେ କର୍ମଚାରୀଙ୍କୁ ବହିଷ୍କୃତ କରାଯାଇଥିବା ସୂଚନା । ଅର୍ଥ ହଡପ ନେଇ ଅଭିଯୋଗ ପାଇବା ପରେ ଶାଖାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ବ୍ୟାଙ୍କ CEO ଅନନ୍ତ କୁମାର ସାମଲ ।

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କରେ ଠକେଇ ଘଟଣା: ୨ କର୍ମଚାରୀ ନିଲମ୍ବିତ, ଜଣେ ବହିଷ୍କୃତ

ତଦନ୍ତରୁ ଲୋକଙ୍କ ଜମା ଟଙ୍କାକୁ ଆତ୍ମସାତ କରାଯାଇଥିବା ଜଣାପଡିବା ପରେ କାର୍ଯ୍ୟରତ ବ୍ୟାଙ୍କ ଆକାଉଣ୍ଟାଣ୍ଟ, କ୍ୟାସିଅରଙ୍କୁ ନିଲମ୍ବନ କରାଯିବା ସହ ଶାଖାରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ବହିଷ୍କାର କରାଯାଇଥିବା କହିଛନ୍ତି ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର CEO ।

ସେହିପରି ସମୁଦାୟ କେତେ ଜମାକାରୀଙ୍କ ଅର୍ଥ ଆତ୍ମସାତ କରିଛନ୍ତି ପୂର୍ବତନ ଆକାଉଣ୍ଟାଣ୍ଟ ଓ ଏଥିରେ ତାଙ୍କ ସହ ଅନ୍ୟକିଏ ସମ୍ପୃକ୍ତ ଅଛନ୍ତି ତାହାର ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି CEO ।

ଏହା ମଧ୍ୟ ପଢନ୍ତୁ:- ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କରେ ଦୁର୍ନୀତି, ପୂର୍ବ ଆକାଉଣ୍ଟାଣ୍ଟଙ୍କ ବିରୋଧରେ ଅଭିଯୋଗ

ସୂଚନ ଅନୁଯାୟୀ, ଆଜି(ଶନିବାର) ଖୋର୍ଦ୍ଧା ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କରେ ଜମାକାରୀଙ୍କ ଅର୍ଥ ହେରଫେର ହୋଇଥିବା ନେଇ ଇଟିଭି ଭାରତରେ ପ୍ରସାରିତ ହୋଇଥିଲା । ବ୍ୟାଙ୍କର ପୂର୍ବତନ ଆକାଉଣ୍ଟାଣ୍ଟ ଜମାକାରୀଙ୍କ କୋଟି କୋଟି ଟଙ୍କା ହଡପ କରିଥିବା ଖବର ସାମ୍ନାକୁ ଆସିଥିଲା । ଏନେଇ ବ୍ୟାଙ୍କ CEO ତଦନ୍ତ କରାଇ ୨ ଜଣ କର୍ମଚାରୀଙ୍କୁ ନିଲମ୍ବନ କରିବା ସହ ଜଣଙ୍କୁ ବହିଷ୍କୃତ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Feb 19, 2022, 10:21 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.