ETV Bharat / state

ଲୋପ ହେବାକୁ ବସିଛି ସଂକୀର୍ତ୍ତନ, ବଞ୍ଚାଇବାକୁ କୁନି ଗାୟକଙ୍କ ପ୍ରୟାସ

ପ୍ରାଚୀନ ଭାରତୀୟ ଆଧ୍ୟାତ୍ମିକ ପରମ୍ପରାରେ କୀର୍ତ୍ତନ ସବୁ ଧର୍ମ ସହ ଜଡ଼ିତ । ହିନ୍ଦୁ ,ବୌଦ୍ଧ ଓ ଶିଖ୍‌ ଧର୍ମରେ ଏହା ବିଶେଷ ଭାବେ ପ୍ରଚଳିତ । କିନ୍ତୁ ବର୍ତ୍ତମାନ ଅନେକ ସ୍ଥାନରେ ଏହି ପରମ୍ପରା ବୁଡିବାକୁ ବସିଲାଣି । ଆଉ ହଜିଯାଉଥିବା ଏହି ସଂକୀର୍ତ୍ତନକୁ ବଞ୍ଚାଇ ରଖିବାକୁ ଅଣ୍ଟା ଭିଡିଛନ୍ତି ଖୋର୍ଦ୍ଧା ଜିଲ୍ଲାର କୁନି ଗାୟକ ଓ ବାୟକ । ଅଧିକ ପଢନ୍ତୁ

ଲୋପ ହେବାକୁ ବସିଛି ସଂକୀର୍ତ୍ତନ
ଲୋପ ହେବାକୁ ବସିଛି ସଂକୀର୍ତ୍ତନ
author img

By

Published : Nov 17, 2022, 3:36 PM IST

ଖୋର୍ଦ୍ଧା : କଳାର ରାଜ୍ୟ ଓଡିଶା । କଳା, ସଂସ୍କୃତି, ପରମ୍ପରା ପାଇଁ ଓଡିଶା ସାରା ବିଶ୍ବରେ ପରିଚିତ । କିନ୍ତୁ ଦିନକୁ ଦିନ ଆମ କଳା ସଂସ୍କୃତି ଅବକ୍ଷୟ ହୋଉଥିବା ବେଳେ ଆଧ୍ୟାତ୍ମିକ ପରମ୍ପରାରେ କୀର୍ତ୍ତନ ବା ଯାହାକୁ ସଂକୀର୍ତ୍ତନ ବୋଲି କୁହାଯାଏ ତାହା ଏବେ ହଜିଯିବାକୁ ବସିଲାଣି । କିନ୍ତୁ ଏହାକୁ ବଞ୍ଚାଇବାକୁ ଏବେ ଆଗେଇ ଆସିଛନ୍ତି କୁନି ଗାୟକ ଓ ବାୟକ । ଗାୟକ ଜଣକ ହେଲେ ବେଗୁନିଆ ବ୍ଲକ ପୋଡାଡିହ ଗ୍ରାମର ସୋମନାଥ ସାହୁ ଓ ଦୁଇ ବାୟକ ହେଲେ ଉମାକାନ୍ତ ବେହେରା ଓ ଓମ ପ୍ରକାଶ ବେହେରା ।

ଲୋପ ହେବାକୁ ବସିଛି ସଂକୀର୍ତ୍ତନ

ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ତିନି କୁନି ପ୍ରତିଭାବାନ କୁନି କଳାକାରଙ୍କ ବୟସ ୧୦ ବର୍ଷରୁ ୧୩ ବର୍ଷ ମଧ୍ୟରେ । ଗାୟକ ସୋମନାଥ ସାହୁ ଷଷ୍ଠ ଶ୍ରେଣୀର ଛାତ୍ର ହୋଇଥିବା ବେଳେ ତାଙ୍କର ଦୁଇ ବାୟକ ବନ୍ଧୁ ଉମାକାନ୍ତ ବେହେରା ପଞ୍ଚମ ଶ୍ରେଣୀର ଛାତ୍ର ଓ ଓମ ପ୍ରକାଶ ବେହେରା ଚତୁର୍ଥ ଶ୍ରେଣୀର ଛାତ୍ର । ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢୁଥିବା କୁନି ଛାତ୍ର ମାନେ ପାଠ ପଢିବା ସହ ଖେଳକୁଦ ସମୟରେ ଏହି ପୌରାଣିକ ସଂକୀର୍ତ୍ତନ ପରିବେଷଣ କରି ତାକୁ ବଞ୍ଚାଇ ରଖିବାକୁ ଅଣ୍ଟା ଭିଡିଛନ୍ତି । ସଂକୀର୍ତ୍ତନ ମାଧ୍ୟମରେ ଓଡିଶାର ପୌରାଣିକ କଥାବସ୍ତୁ ଛାନ୍ଦ, ଚମ୍ପୁ ଓ ପୁରାତନ କଳା ସଂସ୍କୃତିକୁ ବଞ୍ଚାଇରଖିବାକୁ ଆଗକୁ ଆସିଛନ୍ତି ଏହି ତିନି ପ୍ରତିଭାବାନ କୁନି କଳାକାର ।

ଏହା ମଧ୍ୟ ପଢନ୍ତୁ: ହିନ୍ଦୀରେ ରିଲିଜ ହେବ ଓଡିଆ ଫିଲ୍ମ ଦମନ, ଡ଼ବିଙ୍ଗ ପାଇଁ ମୁମ୍ବାଇ ଗଲେ ବାବୁସାନ

ପ୍ରାଚୀନ ଭାରତୀୟ ଆଧ୍ୟାତ୍ମିକ ପରମ୍ପରାରେ କୀର୍ତ୍ତନ ସବୁ ଧର୍ମ ସହ ଜଡ଼ିତ। ହିନ୍ଦୁ ,ବୌଦ୍ଧ ଓ ଶିଖ୍‌ ଧର୍ମରେ ଏହା ବିଶେଷ ଭାବେ ପ୍ରଚଳିତ । ଜନମାନସରେ ଏହାକୁ ରୁଚିକର କରିବା ପାଇଁ ସଂକୀର୍ତ୍ତନ ବୋଲି କୁହାଯାଏ । ଖୋଳ ଓ ତାଳ ମାଧ୍ୟମରେ ପ୍ରଭୁଙ୍କ ନାମ ଜପ କରି ତାଙ୍କ ଲୀଳାର ପ୍ରସାର କରାଇବା ଏହି ସଂକୀର୍ତ୍ତନର ମୂଳ ଉଦ୍ଦେଶ୍ୟ । ପୂର୍ବରୁ ପ୍ରାୟ ସବୁ ଗ୍ରାମରେ ଏଭଳି ସଂକୀର୍ତ୍ତନ ମଣ୍ଡଳୀ ଥିଲା । କାଳକ୍ରମେ ଏହି ସଂକୀର୍ତ୍ତନ ଜନମାନସରୁ ଲୋପ ପାଇବାକୁ ବସିଲାଣି । ଏହି ପରମ୍ପରା କିପରି ବଜାୟ ରହିବ ସେନେଇ ଉଦ୍ୟମ ଆରମ୍ଭ କରିଛନ୍ତି ଏହି କୁନି ପିଲାଏ ।

ଏହା ମଧ୍ୟ ପଢନ୍ତୁ-Padmapur By Poll: ପ୍ରଥମେ ନାମାଙ୍କନ ଭରିଲେ ସ୍ବାଧିନ ପ୍ରାର୍ଥୀ ଜୟନ୍ତ ଥାପା

ଲୁପ୍ତ ପ୍ରାୟ ପରମ୍ପରାକୁ ବଞ୍ଚେଇ ରଖବାକୁ ପ୍ରୟାସ ଜାରି ରଖି ଅନ୍ୟ ପାଇଁ ଉଦାହରଣ ପାଲଟିଛନ୍ତି କୁନି ଗାୟକ ଓ ବାୟକ । ବିଶେଷ କରି କମ ବୟସରେ ଓଡ଼ିଶାର କଳା ସଂସ୍କୃତି ଓ ପରମ୍ପରାକୁ ପରିଚୟ ପ୍ରଦାନ କରୁଥିବା ଓଡିଶୀ ସଂକୀର୍ତ୍ତନକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ବଞ୍ଚାଇ ରଖିବାକୁ ଯେଉଁ ଅଦମ୍ୟ ସାହସ ଦେଖାଇଛନ୍ତି ତାକୁ ସାଧୁବାଦ ଜଣାଇଛନ୍ତି ଗ୍ରାମବାସୀ । ଆମ କଳା ସଂସ୍କୃତି ପରମ୍ପରା ଓଡିଶାକୁ ସବୁଠି ସମୃଦ୍ଧ କରିଛି । ଯେଉଁ କଳା ସଂସ୍କୃତି ପାଇଁ ଆମେ ଗର୍ବିତ ସେହି କଳା ସଂସ୍କୃତି ଧୀରେ ଧୀରେ ହଜିଯିବାକୁ ବସିଛି । ଆଉ ଠିକ ଏତିକି ବେଳେ ହଜି ଯାଉଥିବା ଓଡିଶୀ ସଂକୀର୍ତ୍ତନକୁ ବଞ୍ଚାଇ ରଖିବାକୁ ଅଣ୍ଟା ଭିଡିଥିବା କଳାକାରଙ୍କୁ ସବୁଆଡ଼ୁ ଛୁଟୁଛି ପ୍ରଶଂସାର ସୁଅ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.