ETV Bharat / state

ଅକ୍ଷୟଙ୍କ ଗୀତ ଗାଉଛନ୍ତି ପ୍ରଦୀପ୍ତ, ଅବିକଳ ନକଲ ସ୍ବରରେ ଝୁମୁଛନ୍ତି ଦର୍ଶକ - ଅକ୍ଷୟଙ୍କ ସଙ୍ଗୀତର ମୂର୍ଚ୍ଛନା

ଦୀର୍ଘ ୩୦ ବର୍ଷ ଧରି କେବଳ ଅକ୍ଷୟଙ୍କ ଗୀତ ଗାଉଛନ୍ତି ପ୍ରଦୀପ୍ତ । ଗୀତ ଓ ସ୍ବରର ଅବିକଳ ନକଲ । ବିଭିନ୍ନ ମଞ୍ଚରେ ଲୋକଙ୍କୁ ଅକ୍ଷୟଙ୍କ ଗୀତ ଦ୍ବାରା କରିଥାନ୍ତି ବିମୋହିତ । ଅଧିକ ପଢନ୍ତୁ..

ଅକ୍ଷୟ ମହାନ୍ତି ରିଟର୍ଣ୍ଣସ୍
ଅକ୍ଷୟ ମହାନ୍ତି ରିଟର୍ଣ୍ଣସ୍
author img

By

Published : Jun 27, 2020, 10:51 PM IST

ଖୋର୍ଦ୍ଧା: ପ୍ରତିଭା ଲୁଚି ରହିଲେ ମଉଳିଯାଏ । ହେଲେ ମଉଳିବା ପୂର୍ବରୁ ପ୍ରସ୍ଫୁଟିତ ହୋଇଛି ଲୁକ୍କାୟିତ ପ୍ରତିଭା । ସେ ଏପରି ଜଣେ କଣ୍ଠଶିଳ୍ପୀ । ଯାହା ତୁଣ୍ଡରୁ ଗୀତ ଝରିଲେ ଲାଗେ ପ୍ରେମରେ ରଙ୍ଗୀନ ହେଉଛି ଦୁନିଆ । ଗୀତ ବି ଯାହା ତାହା ନୁହେଁ । ଓଡିଆ ସଙ୍ଗୀତର ବାଦଶାହ ଅକ୍ଷୟ ମହାନ୍ତିଙ୍କ ଅବିକଳ ନକଲ । ତାଙ୍କ କଣ୍ଠରେ ସକାଳୁ ସଞ୍ଜ ଯାଏଁ ଶୁଭେ କେବଳ ଅକ୍ଷୟଙ୍କ ସଙ୍ଗୀତର ମୂର୍ଚ୍ଛନା । ଯେପରି ଅକ୍ଷୟ ତାଙ୍କ ଜୀବନ ଆଉ ଗୀତ ତାଙ୍କ ଯୌବନ । ଏହା ହେଉଛି ଖୋର୍ଦ୍ଧା ରାଜସୁନାଖଳା ନୃସିଂହପୁର ଶାସନର ପ୍ରଦୀପ୍ତ କୁମାର ମହାପାତ୍ରଙ୍କ କାହାଣୀ । ନିଜ ଅଞ୍ଚଳରେ ଅକ୍ଷୟ ମହାନ୍ତି ନାମରେ ସେ ପରିଚିତ ।

ଅକ୍ଷୟ ମହାନ୍ତି ରିଟର୍ଣ୍ଣସ୍

ଦୀର୍ଘ ୩୦ ବର୍ଷ ଧରି କେବଳ ଅକ୍ଷୟଙ୍କ ଗୀତ ଗାଉଛନ୍ତି ପ୍ରଦୀପ୍ତ । ଗୀତ ଓ ସ୍ବରର ଅବିକଳ ନକଲ । ବିଭିନ୍ନ ମଞ୍ଚରେ ଲୋକଙ୍କୁ ଅକ୍ଷୟଙ୍କ ଗୀତ ଦ୍ବାରା କରିଥାନ୍ତି ବିମୋହିତ । ସବୁପ୍ରକାର ଗୀତ ଗାଇବାରେ ମାହିର । ହେଲେ ଲୋକଙ୍କୁ ତାଙ୍କ କଣ୍ଠରେ ପସନ୍ଦ କେବଳ ଅକ୍ଷୟଙ୍କ ଗୀତ ।

ଅକ୍ଷୟ ମହାନ୍ତି ରିଟର୍ଣ୍ଣସ୍
ଅକ୍ଷୟ ମହାନ୍ତି ରିଟର୍ଣ୍ଣସ୍
ଅକ୍ଷୟ ମହାନ୍ତି ରିଟର୍ଣ୍ଣସ୍
ଅକ୍ଷୟ ମହାନ୍ତି ରିଟର୍ଣ୍ଣସ୍
ଅକ୍ଷୟ ମହାନ୍ତି ରିଟର୍ଣ୍ଣସ୍
ଅକ୍ଷୟ ମହାନ୍ତି ରିଟର୍ଣ୍ଣସ୍

ଜଣେ ମହାନ କଳାକାରଙ୍କ ସ୍ବର ଅବିକଳ କରିବା କାଠିକର ନିଶ୍ଚୟ । ହେଲେ ପ୍ରଦୀପ୍ତଙ୍କ ଏପରି ପ୍ରତିଭା ନିଜ ଅଞ୍ଚଳରେ ତାଙ୍କୁ ଆଣି ଦେଇଛି ପ୍ରସିଦ୍ଧି । ହେଲେ ବଣ ମଲ୍ଲୀ ବଣରେ ମଉଳି ଗଲା ପରି ତାଙ୍କ ପ୍ରତିଭା ନଷ୍ଟ ନହୋଇଯାଉ । ଜଣେ ମହାନ କଳାକାରଙ୍କୁ ପ୍ରଦୀପ୍ତଙ୍କ ଦ୍ବାରା ପୁଣି ଲୋକଙ୍କ ମନରେ ଉଜ୍ଜୀବିତ କରିବାର ସୁଯୋଗ ହାତଛଡା ନହେଉ ।

ଅକ୍ଷୟ ମହାନ୍ତି ରିଟର୍ଣ୍ଣସ୍
ଅକ୍ଷୟ ମହାନ୍ତି ରିଟର୍ଣ୍ଣସ୍

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.