ETV Bharat / state

‘ପୋଲିସ ଉପରୁ ଜନସାଧାରଣଙ୍କର ତୁଟୁଛି ଭରସା’

author img

By

Published : Feb 29, 2020, 1:50 PM IST

ବିଜେପି ସଭାପତି ରଶ୍ମିରଞ୍ଜନ ମହାପାତ୍ର ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିବା ସହ ଲୋକଙ୍କର ପୋଲିସ ଉପରୁ ଭରସା ତୁଟିଥିବା କହିଛନ୍ତି । ଅଧିକ ପଢନ୍ତୁ....

‘ପୋଲିସ ଉପରୁ ଜନସାଧରଣଙ୍କର ତୁଟୁଛି ଭରସା’
‘ପୋଲିସ ଉପରୁ ଜନସାଧରଣଙ୍କର ତୁଟୁଛି ଭରସା’

ଖୋର୍ଦ୍ଧା: ଗତ ଡିସେମ୍ବର 15 ତାରିଖରେ ଖୋର୍ଦ୍ଧା ନୂଆ ମେଡିକାଲ ନିକଟରେ ଥିବା ଶିଶୁ ରୋଗ ବିଶେଷଜ୍ଞ ଡଃ ମାନସ ରଞ୍ଜନ ଦାସଙ୍କ କ୍ଲିନିକରେ ଗୁଳିମାଡ଼ ଘଟଣାକୁ ଅଢେଇ ମାସ ବିତିଯାଇଥିଲେ ମଧ୍ୟ ଏବେବି ପୋଲିସର ହାତ ଖାଲି । ଆତତାୟୀର କେବଳ ଗୋଟିଏ ସ୍କେଚ ଜାରିକରି ଚୁପ ବସିଛି ପୋଲିସ ।

‘ପୋଲିସ ଉପରୁ ଜନସାଧରଣଙ୍କର ତୁଟୁଛି ଭରସା’

ଏ ସମ୍ପର୍କରେ ଜିଲ୍ଲା ବିଜେପି ସଭାପତି ରଶ୍ମିରଞ୍ଜନ ମହାପାତ୍ର ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି ଏବଂ ଲୋକଙ୍କର ପୋଲିସ ଉପରୁ ଭରସା ତୁଟିବାରେ ଲାଗିଛି । ତୁରନ୍ତ ଗୁଳିକାଣ୍ଡ ଘଟାଇଥିବା ଆତତାୟୀକୁ ନଧରିଲେ ବିଜେପି ରାଜରାସ୍ତାକୁ ଓହ୍ଲାଇବା ନେଇ ଚେତାବନୀ ଦେଇଛନ୍ତି ।

ସେହିପରି ଖୋର୍ଦ୍ଧାର ବରିଷ୍ଠ ନାଗରିକମାନେ ଦୋଷୀକୁ ଧରିବାକୁ ଦାବି କରିଛନ୍ତି । ଏହି ଘଟଣାରେ କ୍ଲିନିକରେ ମେଡ଼ିସିନ ଦୋକାନ କରିଥିବା ସନ୍ତୁଙ୍କର ମୃତ୍ୟୁ ହୋଇଥିବାବେଳେ ଡାକ୍ତର ଏବେ ସୁସ୍ଥ ଥିବା ସୂଚନା ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.