ETV Bharat / state

ଖୋର୍ଦ୍ଧାରେ ବଢୁଛି ଲୁଟେରାଙ୍କ ରାଜ; 3 ଗିରଫ - ଖୋର୍ଦ୍ଧା ବେଗୁନିଆ

ପୋଲିସର କଡା କାର୍ଯ୍ୟାନୁଷ୍ଠାନକୁ ଫୁ କରି ଉଡାଇ ଦେଇଛନ୍ତି ଲୁଟେରା । ପ୍ରତିଦିନ ବଢୁଛି ଖୋର୍ଦ୍ଧା ଅଞ୍ଚଳରେ ଲୁଟପାଟ । ଆଜି ପୁଣି 3ଲୁଟେରାଙ୍କୁ ଗିରଫ କଲା ପୋଲିସ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Oct 20, 2019, 8:22 PM IST

ଖୋର୍ଦ୍ଧା: ଖୋର୍ଦ୍ଧାରେ ଦିନକୁ ଦିନ ବଢିବାରେ ଲାଗିଛି ଲୁଟେରାଙ୍କ ଦୌରାତ୍ମ୍ୟ । ଲୁଟେରାଙ୍କୁ ସାବାଡ କରିବା ପାଇଁ ପୋଲିସ ଯେତେ ସକ୍ରିୟ ହେଉଛି ଲୁଟେରା ମଧ୍ୟ ପୋଲିସକୁ ଚକମା ଦେବାକୁ ସେତେ ଉଦ୍ୟମ କରୁଛନ୍ତି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଲୁଟେରାଙ୍କୁ ଧରିବା ପାଇଁ କଡା ନିର୍ଦ୍ଦେଶ ଦେଇଛନ୍ତି । ଏହା ସତ୍ବେ ଲୁଟେରା ଲୁଟ କରୁଛନ୍ତି ଖୋର୍ଦ୍ଧା ସହରରେ ।

ଭିଡିଓ ସୌଜନ୍ୟ: : ପ୍ରତିନିଧି, ଖୋର୍ଦ୍ଧା

ଆଜି ଖୋର୍ଦ୍ଧା ବେଗୁନିଆ ଅଞ୍ଚଳରେ 3ଜଣ ଯୁବକ ମୋବାଇଲ ଲୁଟ ପାଇଁ ଉଦ୍ୟମ କରୁଥିଲେ । ଲୁଟେରା ମାନେ ଭଞ୍ଜନଗର ଅଞ୍ଚଳରୁ ଆସି ଲୁଟ ପାଇଁ ଉଦ୍ୟମ କରୁଥିଲେ । ସ୍ଥାନୀୟ ଲୋକମାନେ ଏହି ଲୁଟେରାଙ୍କୁ ଧରି ପୋଲିସର ଜିମା ଦେଇଛନ୍ତି । ପୋଲିସ ଏମାନଙ୍କଠାରୁ 4ଟି ମୋବାଇଲ ଫୋନ ଗୋଟିଏ ସ୍କୁଟି ଜବତ କରିବା ସହ ଘଟଣାର ତଦନ୍ତ କରୁଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ମୋବାଇଲ ଲୁଟେରାଙ୍କୁ କାବୁକରି ଥାନାରେ ଦେଲେ ସ୍ଥାନୀୟ ଲୋକ

Body:ଖୋର୍ଦ୍ଧା : ଦିନକୁଦିନ ବୃଦ୍ଧି ପାଉଛି ଲୁଟେରାଙ୍କ ଦୌରାତ୍ମ୍ୟ । ଗୋଟିଏ ପଟେ ଜିଲା ଏସପି ଲୁଟେରା ଏବଂ ନିଶା ବେପାରୀଙ୍କୁ ଧରିବା ପାଇଁ ପ୍ରତ୍ୟକ ଥାନା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଲୁଟେରା ମାନେ ଲଗାମଛଡା ହୋଇ ଲୁଟ କରୁଥିବା ମନେ ହେଉଛି । କାରଣ ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଂଚଳରେ । ତିନି ଜଣ ଯୁବକ ଭଞ୍ଜନଗରରୁ ଗୋଟିଏ ସ୍କୁଟିରେ ଆସି ବେଗୁନିଆ ବଜାରରେ ମୋବାଇଲ ଲୁଟ ପାଇଁ କରୁଥିଲେ ଉଦ୍ୟମ । ଆଉ ଏହି ଘଟଣାରେ ତିନିଜଣ ଲୁଟେରାଙ୍କୁ ସ୍ଥାନୀୟ ଲୋକମାନେ ଧରି ପୋଲିସ ଜିମା ଦେଇଛନ୍ତି । ପୋଲିସ ଉକ୍ତ ତିନିଜଣଙ୍କୁ ଅଟକ ରଖି ତଦନ୍ତ ଜାରୀ ରଖିଥିବାବେଳେ ସେମାନଙ୍କ ଠାରୁ 4ଟି ମୋବାଇଲ ଫୋନ ଏବଂ ଏକ ସ୍କୁଟି ଜବତ କରିଛି ।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.