ETV Bharat / state

ଅପେରା ଲଢେଇରେ ଦୁଲୁକୁଛି ଖଣ୍ଡଗିରି ଯାତ୍ରା, ରେକର୍ଡ ଡ୍ୟାନ୍ସ ଦେଖିବାକୁ ଲାଗୁଛି ଭିଡ - ଜମୁଛି ଖଣ୍ଡଗିରି ଯାତ୍ରା ମହାକୁମ୍ଭ

ଜମୁଛି ଖଣ୍ଡଗିରି ଯାତ୍ରା ମହାକୁମ୍ଭ । ଦର୍ଶକଙ୍କ ମନ ମୋହୁଛି ରେକର୍ଡ ଡ୍ୟାନ୍ସ କଳାକାରଙ୍କ ଦ୍ବାରା ଅଭିନୀତ କାହାଣୀ । ଅଧିକ ପଢନ୍ତୁ

ଅପେରା ଲଢେଇରେ ଦୁଲୁକୁଛି ଖଣ୍ଡଗିରି ଯାତ୍ରା
ଅପେରା ଲଢେଇରେ ଦୁଲୁକୁଛି ଖଣ୍ଡଗିରି ଯାତ୍ରା
author img

By

Published : Feb 9, 2023, 1:47 PM IST

ଅପେରା ଲଢେଇରେ ଦୁଲୁକୁଛି ଖଣ୍ଡଗିରି ଯାତ୍ରା

ଭୁବନେଶ୍ବର: ଅପେରା ଲଢେଇରେ ଦୁଲୁକୁଛି ଖଣ୍ଡଗିରି ଯାତ୍ରା କୁମ୍ଭମେଳା । ନାୟକ ,ନାୟିକା, ହାସ୍ୟ ଅଭିନେତା ଓ ଖଳ ନାୟକଙ୍କର ଦମଦାର ସଂଳାପରେ କମ୍ପୁଛି ଖଣ୍ଡଗିରି । ଅପେରା ଲଢେଇରେ ଦର୍ଶକଙ୍କୁ କିମିଆ କରିଛି କୋଣାର୍କ ଗଣନାଟ୍ୟର ପୌରାଣିକ କାହାଣୀ ତୋ ବିନା ମୁଁ ଅଧା ଅଧା । ଐତିହାସିକ କୁମ୍ଭ ମେଳାରେ ପୌରାଣିକ ବା ପାରମ୍ପରିକ କଥାବସ୍ତୁ ସହ ମନମତାଣିଆ ମେଲୋଡ଼ିରେ ଝୁମୁଛନ୍ତି ଦର୍ଶକ । ୧୦ମ ଦିନରେ ତୁଳସୀ ଗଣନାଟ୍ୟର ଅଧା ରାତିର ସାଥି ଓ କୋଣାର୍କ ଗଣନାଟ୍ୟର ତୋ ବିନା ମୁଁ ଅଧା ଅଧା ନାଟକ ଦର୍ଶକଙ୍କୁ ବେଶ ବିମୋହିତ କରିଛି । ଏହାକୁ ନେଇ ଯାତ୍ରା ମହାକୁମ୍ଭର ଲଢେଇରେ ବାଜି ମାରୁଛନ୍ତି ଦୁଇ ପାର୍ଟି । ପ୍ରତି ରାତି ହାଉସଫୁଲ ଥିବା ବେଳେ ତାଳିରେ ଦୁଲୁକୁଛି ଯାତ୍ରା ପରିବେଶ ।

କୋରୋନା ପ୍ରକୋପ କମିବା ପରେ କଟକଣା ଭିତରେ ଦର୍ଶକଙ୍କୁ ଖୁସି କରିବାକୁ ମୁହଁରେ ପାଉଡର ମାରି ରଙ୍ଗମଞ୍ଚକୁ ଓହ୍ଳାଇଛନ୍ତି ଯାତ୍ରା କଳାକାର। ଦମଦାର ସଂଳାପ ସହ ନିଜ ପ୍ରତିଭା ପ୍ରଦର୍ଶନରେ ମିଳିଥିବା ଚରିତ୍ରକୁ ନିଖୁଣ ଭାବେ ନିଭାଇ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଚିକମିକ ଆଲୁଅ ଭିତରେ କଳାକାରର ଏହି ନିଖୁଣ ଅଭିନୟକୁ ନେଇ କମ୍ପୁଛି ଖଣ୍ଡଗିରି ଯାତ୍ରା ମହାକୁମ୍ଭ । ଏହି ମହାକୁମ୍ଭରେ ତିନି ଦିନ ଧରି ସାମିଲ ହୋଇ କୋଣାର୍କ ଗଣନାଟ୍ୟ ନାଟକ ତୋ ବିନା ମୁଁ ଅଧା ଅଧା ନାଟକ ପରିବେଷଣ କରି ଦର୍ଶକଙ୍କୁ ମତୁଆଲା କରିଛି । ପ୍ରଥମେ ଦେଶ ମାତୃକା ଓ ଭଗବାନଙ୍କୁ ସମାନ ଜଣାଇ ଆକର୍ଷଣୀୟ ନୃତ୍ୟ ପରେ ଯାତ୍ରା ଆରମ୍ଭ କରାଯାଇଥିଲା । ଶେଷ ଯାଏ ଦର୍ଶକଙ୍କୁ ବାନ୍ଧି ରଖୁଛି ଯାତ୍ରା ।

କୋଣାର୍କ ଗଣନାଟ୍ୟରେ ଆରମ୍ଭରୁ ଜୟଶ୍ରୀ ରାମ, ଜୟ ହନୁମାନ ଧ୍ବନିରେରେ କମ୍ପିଲା ପୁରା ପେଣ୍ଡାଲ । ବିଭିନ୍ନ ପ୍ରକାରର ଷ୍ଟଣ୍ଟ ମାଧ୍ୟମରେ ସମ୍ପୂର୍ଣ୍ଣ ହନୁମାନ ଚାଳିଶାକୁ ଦର୍ଶାଇଥିଲେ କଳାକାର । ଯେଉଁଥିରେ ହନୁମାନଙ୍କ ସମ୍ପୂର୍ଣ୍ଣ ଜୀବନୀକୁ ସୁନ୍ଦର ଢଙ୍ଗରେ ଉପସ୍ଥାପନ କରାଯାଇଛି । ଏହି ନୃତ୍ୟରେ ହନୁମାନଙ୍କ ଜନ୍ମ ଠାରୁ ଆରମ୍ଭ ହୋଇ ରାମଙ୍କ ସେବା ଆଦିକୁ ଏହି ନୃତ୍ୟ ମାଧ୍ୟମରେ ପ୍ରଦର୍ଶନ କରିଥିଲେ କଳାକାର । ପ୍ରାୟ ୨୦ ଜଣ କଳାକାରଙ୍କୁ ନେଇ ହୋଇଥିବା ଏହି ନୃତ୍ୟକୁ ଦେଖି କରତାଳିରେ ଗୁଞ୍ଜରିତ ହୋଇଥିଲା ପୁରା ପେଣ୍ଡାଲ । ସେହିପରି ଯାତ୍ରା ଜଗତର ଉଦିତ ନାରାୟଣ କୁହାଯାଉଥିବା ଓମ୍ କୁମାରଙ୍କ ଗୀତରେ ଝୁମିଥିଲେ ଦର୍ଶକ । ମେଲୋଡି କାର୍ଯ୍ୟକ୍ରମ ଶେଷରେ ଏକ ଦେଶାତ୍ମବୋଧକ ସଙ୍ଗୀତରେ ନୃତ୍ୟ ପରିବେଷଣ ହୋଇଥିଲା । ଯାହାକି ଆମ ଦେଶର ବୀର ଯବାନ ମାନଙ୍କ ବଳିଦାନକୁ ଦର୍ଶାଇବା ସହ ତାଙ୍କର ତ୍ୟାଗ ଆଦିକୁ ନିଖୁଣ ଭାବେ ଦର୍ଶାଯାଇଥିଲା ।

ଖଣ୍ଡଗିରି ଯାତ୍ରା ମହାକୁମ୍ଭ ଲଢେଇରେ କୋଣାର୍କ ନିଜର ଶ୍ରେଷ୍ଠ ନାଟକ ପରିବେଷଣ କରିଥିବା ବେଳେ ଏହାର ପୌରାଣିକ କଥାବସ୍ତୁ ଯାତ୍ରା ପ୍ରେମୀଙ୍କୁ ପସନ୍ଦ ଆସିଥିବା ବେଳେ ଜମୁଛି ଭିଡ । ଏହାକୁ ନେଇ ବ୍ୟବସାୟ ଯାତ୍ରା କଳାକାର ପୁଣି ଠାରେ ତା ଜୀବନ ଜୀବିକାର ଖୋରାକ ପାଇଥିବା ବେଳେ ଯାତ୍ରା ଆୟୋଜକ ବି ଲୋକଙ୍କ ମନୋରଞ୍ଜନକୁ ନେଇ ଖୁସି ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.